ନାଲ୍‍କୋ ଲେଡିଜ୍‍ କ୍ଲବ୍‍ର ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦାନ

ନାଲ୍‍କୋ ଲେଡିଜ୍‍ କ୍ଲବ୍‍, ଭୁବନେଶ୍ୱର, ଦେଶବ୍ୟାପୀ ଚାଲୁଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ଅଂଶଗ୍ରହଣ କରି ସଫେଇ କାର୍ଯ୍ୟକ୍ରମର ଆୟୋଜନ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ସ୍ତରରେ ସ୍ୱଚ୍ଛତା ଓ ପରିମଳ ସୁନିଶ୍ଚିତ କରିବା ପାଇଁ ୨୫ ସେପ୍ଟେମ୍ବର ୨୦୧୪ ଠାରୁ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନାଲ୍‍କୋ ଲେଡିଜ୍‍ କ୍ଲବ୍‍, ଭୁବନେଶ୍ୱର ପକ୍ଷରୁ ୨ ନଭେମ୍ବର ୨୦୧୪ରେ ନାଲ୍‍କୋ ନଗର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

nalcoswachabharatଏହି ଅବସରରେ, କ୍ଲବ୍‍ର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ଦାସ ଓଡ଼ିଆରେ ଏବଂ ଶ୍ରୀମତୀ ସୁରଭି ମହାପାତ୍ର ହିନ୍ଦୀରେ ସଦସ୍ୟାମାନଙ୍କୁ ଶପଥ ପାଠ କରାଇଥିଲେ । ଏହା ପରେ, ଏକ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷିତ ହୋଇଥିଲା ଏବଂ କଲୋନୀ ପରିସର ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ।

Share in top social networks!