ବନଜାତ ଦ୍ରଦ୍ୟର ପ୍ରକୃଷ୍ଟ ବଜାର ସୃଷ୍ଟି ନିମନ୍ତେ ନୂତନ ପଦକ୍ଷେପ ମୋବାଇଲ୍ ଟ୍ରାଇବାଲ ଓ୍ୱାର୍ଲଡ଼ ଆଉଟ୍ଲେଟ୍ ଭ୍ୟାନ୍ର ଶୁଭାରମ୍ଭ

tribalworldଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଆଦିବାସୀ ଉନ୍ନୟନ ସମବାୟ ନିଗମ, ଓଡ଼ିଶା ଲିମିଟେଡ଼ ୧୯୬୪ ମସିହାରେ ସ୍ଥାପିତ ହୋଇଥିଲା । ଟି.ଡ଼ି.ସି.ସି.ଓ.ଏଲ୍ର ମୁଖ୍ୟ ଉେ”ଶ୍ୟ ହେଉଛି, ଜନଜାତିମାନଙ୍କ ଦ୍ୱାରା ସଂଗୃହୀତ ଲଘୁବନଜାତ ଦ୍ରବ୍ୟ, ଉŒାଦିତ ହେଉଥିବା ବଳକା କୃଷିଜାତ ଦ୍ରବ୍ୟ, ହସ୍ତଶିଳ୍ପ, ହସ୍ତକଳା ଓ ଆଦିବାସୀ ଚିତ୍ରକଳାର ଉପଯୁକ୍ତ ବ୍ୟବସାୟୀକରଣ । ଏତଦ୍ଦ୍ୱାରା ଜନଜାତିମାନେ ସଂଗ୍ରହ କରୁଥିବା

ବିଭିନ୍ନ ଜଙ୍ଗଲଜାତ୍ୟ ଦ୍ରବ୍ୟ ଓ ଆଦିବାସୀ ହସ୍ତଶିଳ୍ପୀମାନେ ସେମାନଙ୍କର ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇପାରିବେ । ଏଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଟ୍ରାଇବାଲ ଓ୍ୱାର୍ଲଡ଼ ଆଉଟ୍ଲେଟ୍ ଖୋଲାଯାଇଛି । ବର୍ତମାନ ସୁଦ୍ଧା ଏହିଭଳି ଛଅଟି ଜନଜାତି ଆଉଟ୍ଲେଟ୍ ଖୋଲାଯାଇଛି । ୨୦୧୫ ମସିହା ସୁଦ୍ଧା ଆଉ ପାଞ୍ଚଟି ଆଉଟ୍ଲେଟ୍ କାର୍ଯ୍ୟକ୍ଷମ ହେବ ।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଟି.ଡ଼ି.ସି.ସି.ଓ.ଏଲ୍ ପରିସରରେ ବନଜାତ ଦ୍ରବ୍ୟର ପ୍ରକୃଷ୍ଟ ବଜାର ସୃଷ୍ଟି ନିମନ୍ତେ ନୂତନ ପଦକ୍ଷେପ ସ୍ୱରୂପ “ଭ୍ରାମ୍ୟମାଣ ଜନଜାତି ଦୁନିଆ’ ଭ୍ୟାନ୍ର ଆରମ୍ଭ ହୋଇଛି । ଟି.ଡ଼ି.ସି.ସି.ଓ.ଏଲ୍ର ପରିଚାଳନା ନିେ”ର୍ଶକ ସୁଶାନ୍ତ କୁମାର ନନ୍ଦ ପତାକା ହଲାଇ ଏହି ଭ୍ୟାନ୍ର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ସହରାଞ୍ଚଳ ବାସିନ୍ଦାଙ୍କ ନିକଟରେ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ସହଜରେ ଉପଲବ୍ଧ ହୋଇପାରିବ ।

ଭୁବନେଶ୍ୱର ସହର ମଧ୍ୟରେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଜିନିଷକୁ ବିକ୍ରୟ ନିମନ୍ତେ “ଜନଜାତି ଦୁନିଆ’ ଭ୍ୟାନ୍ଟିକୁ ଆଦିବାସୀ ଡ଼ିଜାଇନ୍ରେ ନିର୍ମାଣ କରାଯାଇଛି । ଏହି ଭ୍ରାମ୍ୟମାଣ “ଜନଜାତି ଦୁନିଆ’ ଭ୍ୟାନ୍ଟି ଭୁବନେଶ୍ୱର ସହର ମଧ୍ୟରେ ପରିକ୍ରମା କରିବ । ଏହି ଭ୍ୟାନ୍ଟି ବିଶେଷତଃ ରେଳଷ୍ଟେସନ, ବସ୍ଷ୍ଟାଣ୍ଡ, ଖଣ୍ଡଗିରି, ଉଦୟଗିରି,ହୋଟେଲ, ଆପାର୍ଟମେଣ୍ଟ, ମଲ୍ ଆଦି ସ୍ଥାନଗୁଡ଼ିକରେ ରଖାଯିବାର ପ୍ରସ୍ତାବ ରହିଛି ବୋଲି ଟି.ଡ଼ି.ସି.ସି.ଓ.ଏଲ୍ର ଏମ୍.ଡ଼ି. ସୁଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଏହି ଭ୍ୟାନ୍କୁ ପୁରୀ, କଟକ, ଢ଼େଙ୍କାନାଳ ଆଦି ସ୍ଥାନରେ ଜନସାଧାରଣଙ୍କ ନିମନ୍ତେ ରଖାଯିବ ।

ପ୍ରକାଶଥାଉ କି, ଏହି ଭ୍ରାମ୍ୟମାଣ “ଜନଜାତି ଦୁନିଆ’ ଭ୍ୟାନ୍ରେ ପ୍ରାୟ ୫୦୦ ପ୍ରକାରର ବିଭିନ୍ନ ଜିନିଷ ପ୍ରଦର୍ଶନ ସହ ବିକ୍ରି ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ଭ୍ୟାନ୍ଟିରେ ଟି.ଡ଼ି.ସି.ସି.ଓ.ଏଲ୍ ଆଉଟ୍ଲେଟ୍ଗୁଡ଼ିକରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ ସମ୍ବନ୍ଧରେ ଭିଡ଼ିଓ ଓ ଅଡ଼ିଓ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ଆଜିର ଉତ୍ସବରେ ଟି.ଡ଼ି.ସି.ସି.ଓ.ଏଲ୍ର ଜେନେରାଲ୍ ମ୍ୟାନେଜର୍ ସୁବ୍ରତ କୁମାର କର, ଫାଇନାନ୍ସ& ଓ ଅଡ଼ିଟ୍ ମ୍ୟାନେଜର୍ ସଚ୍ଚିଦାନନ୍ଦ ହୋତାଙ୍କ ସହିତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Share in top social networks!