ମୁକୁନ୍ଦପ୍ରସାଦରେ କଂସ ପୋଡି ଅନୁଷ୍ଠିତ

ସ୍ଥାନୀୟ ମୁକୁନ୍ଦପ୍ରସାଦ ଗୋବର୍ଦ୍ଧନ ପଡ଼ିଆଠାରେ ଗିରି ଗୋବର୍ଦ୍ଧନ ପୂଜା ସହିତ କଂସ ପୋଡ଼ି କାର୍ଯ୍ୟକ୍ରମ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ
ମହାସମାରୋହରେ ପାଳିତ ହୋଇଯାଇଛି । । ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇ ଏହି ଗିରିଗୋବର୍ଦ୍ଧନ ପୂଜାର ମହତ୍ୱ ପ୍ରତିପାଦନ କରି କହିଲେ ସମାଜରୁ କଂସ ଭଳି ଚରିତ୍ରକୁ ପୋଡ଼ି ଦେଇ ପାରିଲେ ଆମେ ଜୀବନରେ ଶାନ୍ତି ପାଇପାରିବା । ସ୍ଥାନୀୟ ଦଧିବାମନ ମନ୍ଦିର ଏବଂ ଗୋବର୍ଦ୍ଧନ ପଡ଼ିଆର ସୁରକ୍ଷା ତଥା ଉନ୍ନତି ଦୃଷ୍ଟିରୁ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ବିବେକାନନ୍ଦ ଇଷ୍ଟିଚ୍ୟୁଟ୍ÿର ଚେୟ୍ୟାର୍ମ୍ୟାନ୍ ଶିକ୍ଷାବିତ୍ ଡ଼ଃ ଧିରେନ୍ଦ୍ର ନନ୍ଦ ଯୋଗ ଦେଇ କହିଲେ ଏହି ମୁକୁନ୍ଦ ପ୍ରସାଦରେ ଦୀର୍ଘ ୬ବର୍ଷ ଧରି ପାଳିତ ହୋଇଆସୁଥିବା ଗିରିଗୋବର୍ଦ୍ଧନ ପୂଜା ମାଧ୍ୟମରେ ଆଜି ସ୍ଥାନୀୟ ସମସ୍ତ ଅଧିବାସୀମାନଙ୍କ ମନରେ ଯେଉଁ ଭାତୃତ୍ୱର ଭାବ ଜାଗ୍ରତ ହୋଇପାରିଛି ତାହା ଆଗମୀ ଯୁବ ପିଢୀର ଚରିତ୍ର ଗଠନ ତଥା ବ୍ୟକ୍ତିତ୍ୱ ବିକାଶ କରାଇବାରେ ସହାୟକ ହେବ । ସ୍ଥାନୀୟ ସମସ୍ତ ଯୁବକ ବନ୍ଧୁମାନେ ଏକତ୍ର ହୋଇ ଏକ ମନରେ ସମସ୍ତ ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ସମାଜ କଲ୍ୟାଣରେ ସହଭାଗୀ ହେବାକୁ ମୁଖ୍ୟ ବକ୍ତା ଆହ୍ୱାନ ଦେଇଥିଲେ । ନାଗଭୂଷଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଟିତ

ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଜେନା ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ପୈାର ପରିଷଦ ସଭ୍ୟ ରୁପେଶ କୁମାର ବେହେରା ଯୋଗଦେଇ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଉସôାହିତ କରିଥିଲେ । ଶେଷରେ ମୁଖ୍ୟ ଅତିଥି କଂସର ପିତୁଳାରେ ଅଗ୍ନି ସଂଯୋଗ କରିଥିଲେ । ଏହି କର୍ଯ୍ୟକ୍ରମରେ ପାଇକ ଆଖଡ଼ା ସହିତ ଏକ ମେଲୋଡି କାର୍ଯ୍ୟକ୍ରମରେ ଭଜନ, ଦେଶାତ୍ମବୋଧକ ତଥା ଆଧୁନିକ ଗୀତ ଏବଂ ନାଚ ପରିବେଷଣ ହୋଇଥିଲା । ସ୍ଥାନୀୟ ଯୁବକମାନେ ଅତ୍ୟାଧୁନିକ ଆତସବାଜୀ ଫୁଟାଇ ଭିନ୍ନ ଏକ ରଙ୍ଗୀନ୍ ପରିବେଶ ସୃଷ୍ଟି କରିଥିଲେ ।

Share in top social networks!