ସହୀଦ୍ ଜୟୀ ରାଜଗୁରୁ ଜୟନ୍ତୀ ସମାରୋହ

jayeeeସ୍ଥାନୀୟ ଗୀତା ଭବନ ପରିସରରେ ସହୀଦ୍ ଜୟୀ ରାଜଗୁରୁଙ୍କର ୨୭୬ତମ ଜୟନ୍ତୀ ସମାରୋହ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୁଲ୍ୟରେ
ଏ÷୍ୟତିହାସିକ ପ୍ରଫେସର ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବେଦପାଠ ସହିତ ମୁଖ୍ୟ ଅତିଥି ଜିଲ୍ଲା ବାଣିଜ୍ୟ କର ଅଧିକାରୀ ମଳୟ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ସ୍ମୃତି ସଂସଦର ସଂଯୋଜକ ତଥା ସ୍ୱଦେଶୀ ଜାଗରଣ ମ•ର ପ୍ରାନ୍ତ ପ୍ରମୁଖ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କର ସ୍ୱାଗତ ସମ୍ଭାଷଣରେ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଦିବସର ମହତ୍ୱ ଉପରେ ଗୁରୁତ୍ୱ ଦେଇ କହିଲେ ବୀରମାଟି ଖୋର୍ଦ୍ଧାର ସ୍ୱାଭିମାନକୁ ସାରା ପୃଥିବୀରେ ପହ•ାଇବା ହେଉଛି ଏଠାରେ ଜନ୍ମିତ ସମସ୍ତ ଦେଶପ୍ରେମୀ ଭାଇ ଓ ଭଉଣୀମାନଙ୍କର ପ୍ରଥମ ଏବଂ ପରମ କ•ର୍ବ୍ୟ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତି କହିଲେ ଜଣେ ଜାତିପାଇଁ ଲଢ଼େଇ କରିଥିବା ବୀର ପୁରୁଷଙ୍କୁ ଏଭଳି ନୃଶଂଷ ଭାବେ ଫାଶୀଦେବାକୁ ଇତିହାସ କେବେବି କ୍ଷମାଦେବ ନାହିଁ । ଏଭଳି ଏକ ମହାନ୍ ରାଷ୍ଟ୍ରଭକ୍ତଙ୍କର ଜୀବନୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରର ପାଠ୍ୟକ୍ରମରେ ରହିବା ଉଚିତ୍ ବୋଲି ନିଜସ୍ୱ ମତ ଦେଇଥିଲେ । ସଭାପତି ପ୍ରଫେସର ରାଓ କହିଲେ ନିଜ ମାତୃଭୂମିକୁ ରକ୍ଷା କରିବାରେ ଜୟୀ ରାଜଗୁରୁ ବ୍ୟର୍ଥ ହୋଇଥିଲେ ସତ, କିନ୍ତୁ ଏକ ଅଜେୟ ଶକ୍ତି ବିରୋଧରେ ସଂଗ୍ରାମ ଚଳାଇ ଓଡ଼ିଶା ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି ସେ । ତାଙ୍କଦ୍ୱାରା ଅନୁସୃତ ପନ୍ଥା ପରବ•ର୍ୀ ସମୟର ପାଇକ ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ତାଙ୍କ ସଂଗ୍ରାମ ଓ ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନବିଂଶ ଶତାଦ୍ଧୀର ପ୍ରାରମ୍ଭରେ ଏକ ନୂତନ ଉଲ୍ଲାସ ଓ ଉଦ୍ଧୀପନା ସୃଷ୍ଟି କରିଥିଲା ବୋଲି କହିଥିଲେ ।

ସଂସଦର ଆବାହକ ମଧୁସୂଦନ ରଥ ଅମର ସହୀଦ୍ ଜୟୀ ରାଜଗୁରୁଙ୍କ ଆଦର୍ଶରେ ଖୋର୍ଦ୍ଧାର ସମସ୍ତ ଯୁବକ ମାନେ ଅନୁପ୍ରାଣୀତ ହୋଇ ଦେଶ ରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୈକୁଣ୍ଠନାଥ ରାଜଗୁରୁ, ସତ୍ୟବାଦୀ ବଳିୟାରସିଂହ,ଡଃ ବୃନ୍ଦାବନ ପଣ୍ଡା, ଇଂ ବିମଳକୃଷ୍ଣ ପଟ୍ଟନାୟକ, ଜ୍ଞାନରଞ୍ଜନ ଦାଶ, ନୀଳାଦ୍ରୀ ଜଗଦେବ ପ୍ରମୁଖ ଭାରତର ପ୍ରଥମ ସହୀଦ୍ ଖୋରଧାର ପ୍ରାଣ ଜୟୀ ରାଜଗୁରୁଙ୍କର ଦେଶପ୍ରେମ, ସାହସ ଓ ତ୍ୟାଗ ଓଡ଼ିଶା ତଥା ଭାରତ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ବୋଲି କହିଥିଲେ ।

ଶେଷରେ ସଂଯୋଜକ ଡ଼କ୍ଟର ନନ୍ଦ ଆଗାମୀ ଡିସେମ୍ବର ୬ ବଳିଦାନ ଦିବସରେ ଜୟୀ ରାଜଗୁରୁ ଭବନ ସାମନାରେ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେ•୍ର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଭିନୀତ ଏବଂ ସନ୍ତୋଷ ମହାନ୍ତିଙ୍କ ଦ୍ୱାରା ଲିଖିତ ଓ ନିଦେ୍ର୍ଧଶିତ ହେବାକୁ ଥିବା ଏକ ମହାନ୍ ସାମାଜିକ ନାଟକ ‘ଜୟୀ ରାଜଗୁରୁ ଅମର ରହେ’ ବିଷୟରେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ, ଅଶୋକ ରାୟସିଂହ, ଦୟାନିଧି ରାଉତରାୟ, ଗୌରାଙ୍ଗ ମଣ୍ଡଳ, ପ୍ରମୋଦ ସାହୁ, ବିର•ô ସାହୁ, ବାପୁ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି, ଭୀମସେନ ପ୍ରଧାନଙ୍କ ସମେତ ସ୍ଥାନୀୟ ସମସ୍ତ ଐତିହାସିକ, ବହୁ ଶିକ୍ଷାବିତ୍, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାତଃ ସମୟରେ ସ୍ମୃତି ସଂସଦର ସମ୍ପାଦକ ଶକ୍ତି ଶଙ୍କର
ମିଶ୍ରଙ୍କ ନେତୃତ୍ୱରେ ଗଡ ÿଖୋର୍ଦ୍ଧା ଛକଠାରେ ଥିବା ଜୟୀରାଜଗୁରୁଙ୍କ ସହିତ ପ• ପାଇକଙ୍କ ପ୍ରତିମୂ•ର୍ୀରେ ମାଲ୍ୟାର୍ପଣ କରାଯାଇଥିଲା ।

Share in top social networks!