ମାନସିକ ରୋଗୀଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସ୍ୱୁବିଧା ଉପଲବ୍ଧ କରାଯିବା ନେଇ ଆଲୋଚନା

mentaalମାନସିକ ରୋଗୀଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସ୍ୱୁବିଧା ଉପଲବ୍ଧ କରାଯିବା ସହ କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯିବାର ଆବଶ୍ୟକତା ରହିଛି । ସମଗ୍ର ବିଶ୍ୱରେ ଦିନକୁ ଦିନ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ପ୍ରତି ୪ଟି ପରିବାର ମଧରୁ କୌଣସି ଗୋଟିଏ ପରିବାରରେ ଜଣେ ମାନସିକ ବିକାରଗ୍ରସ୍ତ ହେବାର ଆଶଂକା କରାଯାଉଛି । ଆମ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୬ ରୁ ୭ ପ୍ରତିଶତ ଲୋକ ମାନସିକ ବିକାରଗ୍ରସ୍ତ ବା ମାନସିକ ରୋଗୀ ।

ସାଧାରଣତଃ ଲୋକମାନେ ଆକ୍ରାନ୍ତ ହେଉଥିବା ଡାଏରୀଆ , ମ୍ୟାଲେରିଆ , ଟିବି ଏବଂ କିଟଙ୍କ ଠାରୁ ମାନସିକ ବିକାର ଗ୍ରସ୍ତ ଅଧିକ । ଏହି ସବୁକୁ ମିଶାଇଲେ ଏହା ବିଶ୍ୱରେ ଦେଖା ଦେଉଥିବା ବିଭିନ୍ନ ରୋଗ ବୋଝର ୧୨ ପ୍ରତିଶତ ଏବଂ ୨୦୨୦ ମସିହା ବେଳକୁ ଏହା ୧୫ ପ୍ରତିଶତକୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଏହି ଦୃଷ୍ଟିରୁ ବର୍ତ୍ତମାନ ଠାରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । କାରଣ ଅଧିକାଂଶ ଲୋକ ନିରକ୍ଷରତା,ଦାରିଦ୍ର୍ୟ ଏବଂ ସଚେତନତାର ଅଭାବ ଯୋଗୁଁ ମାନସିକ ବିକାରଗ୍ରସ୍ତ ଚିକିତ୍ସା କରନ୍ତି ନାହିଁ । ଅନ୍ୟାନ୍ୟ ରୋଗ ଭଳି ମାନସିକ ବିକାରଗ୍ରସ୍ତ ମଧ୍ୟ ଆଉ ଗୋଟିଏ ରୋଗ ଏବଂ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରିବେ ବୋଲି ସାଧାରଣ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ସେଥି ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡଃ ଅରୁଣ କୁମାର ପଣ୍ଡା ଗୁରୁତ୍ୱ ଆରୋପ କରି ପରାମର୍ଶ ଦେଇଛନ୍ତି ।
ସଂପ୍ରତି ଓଡିଶା ଗସ୍ତରେ ଆସିଥିବା ଡଃ ପଣ୍ଡା ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପଦାଧିକାରୀ ମାନଙ୍କ ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଅଣ-ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କାଳରେ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟରେ ମାନସିକ ବିକାରଗ୍ରସ୍ତ ବା ମାନସିକ ରୋଗୀଙ୍କୁ ଚିକିତ୍ସା ପରିସରକୁ ଆଣିବା , ସେମାନଙ୍କୁ ଠିକଣା ଭାବେ ପରାମର୍ଶ ଦେବା , ନିୟମିତ ଭାବେ ଔଷଧ ସେବନ କରାଇବା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଅଧିକ ସୁଦୃଢ କରାଯିବା ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଚିକିତ୍ସା ସେବା ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରି ଏବଂ ରୋଗୀଙ୍କ ସଂଖ୍ୟାକୁ ଦେଖି କେନ୍ଦ୍ର ସରକାର ଓଡିଶାରେ ନିମ†ାନ୍ସ (ଘଓଗଐଇଘଝ) ଭଳି ଏକ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ପଠାଯିବା ପାଇଁ ସ୍ଥିର ହୋଇଛି ।
ସେହି ଭଳି ରାଜ୍ୟରେ କର୍କଟ ରୋଗ ମଧ୍ୟ ଏକ ବିରାଟ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହେବାକୁ ଯାଉଛି । ଯଦି ପ୍ରାଥମିକ ସ୍ଥରରୁ ରୋଗ ଚିହ୍ନଟ କରି ଚିକିତ୍ସା କରାଯାଏ ତାହା ହେଲେ କର୍କଟ ରୋଗ ଆରୋଗ୍ୟ ସାଧ୍ୟ । ରାଜ୍ୟ ସରକାର ଏ ନେଇ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ବିକାଶ ତଥା ଉନ୍ନତି କରଣ କରି ଦେଶର ଏକ ଶ୍ରେଷ୍ଠ ପାରଦର୍ଶିତା କର୍କଟ ଚିକିତ୍ସା କେନ୍ଦ୍ର ଭାବେ ଗଢି ତୋଳିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏନ୍.ପି.ସି.ଡି.ସି.ଏସ୍ କାର୍ଯ୍ୟକ୍ରମରେ ଭି.ଏସ୍.ଏସ୍ ବୁର୍ଲ୍ଲା ଏବଂ ଏମ୍.କେ.ସି.ଜି ବ୍ରହ୍ମପୁର ମେଡିକାଲ କଲେଜ ଓ ହସପିଟାଲରେ ଟେରିଟୋରି କର୍କଟ କେନ୍ଦ୍ର ପ୍ରତିଷ୍ଠା କରାଯାଉଥିବା ବେଳେ ବର୍ତ୍ତମାନ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନିତ କରି ଆଉ ଏକ ଟେରିଟୋରି କର୍କଟ କେନ୍ଦ୍ର କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଡଃ ପଣ୍ଡା ପ୍ରକାଶ କରିଛନ୍ତି । ଏତଦ୍ବ୍ୟତିତ ଏନ୍.ପି.ସି.ଡି.ସି.ଏସ୍ କାର୍ଯ୍ୟକ୍ରମରେ ବର୍ତ୍ତମାନ କରାଯାଉଥିବା ଚିହ୍ନଟ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରି ପ୍ରାରମ୍ଭରୁ କର୍କଟ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ମାନଙ୍କରେ କେମୋ ଠାରୁ ଆରମ୍ଭ କରି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଗଲେ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରୋଗ ବୋଝ ହ୍ରାସ ପାଇବା ସହ ସେଠାରେ ଗୁରୁତର ରୋଗୀଙ୍କର ଆହୁରି ଅଧିକ ଭଲଭାବେ ଯତ୍ନ ନିଆଯାଇପାରିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ରୂପା ମିଶ୍ର , ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଏନ୍.କେ.ଦାସ , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର କୈଳାଶ ଚନ୍ଦ୍ର ଦାଶ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଚତୁର୍ଭୁଜ ନାୟକ , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ ଡାକ୍ତର ସୋନାମଲି ବାଗ୍ ଏବଂ ଏନ୍.ସି.ଡି ନୋଡାଲ ଅଫିସର ଡାକ୍ତର ପି.କେ.ବି ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!