ଗୋପାଳପୁର କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ସ୍ଥାନୀୟ ଗୋପାଳପୁର କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ କ୍ରମେ ରେଡ କ୍ରଶ ସଂଯୋଜକ ତଥା ରାଜନୀତ୍ତି ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ଜେନା ଙ୍କ ସଂଯୋଜନାରେ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

unitydayଅଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଦେଶର ଏକତା,ସୁରକ୍ଷା ଓ ନିରାପତ୍ତା ରକ୍ଷା କରିବାରେ ଛାତ୍ରଛାତ୍ରୀ ମାନଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଶପଥ ପାଠ କରାଯାଇ ଗଣଦୌଡ ତଥଗା ରାଲି କୁ ପତ୍ତକା ଦେଖାଇ ରାଲିର ଶୁଭାରମ୍ଭ କରାଯାଇଥିଲା । ଇତି ଅବସରରେ ଲୌହ ମାନବ ତଥା ଭାରତର ବିସମାର୍କ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କୁ ସମ୍ମାନ ଜଣାଇ ଗୋପାଳପୁର ଏନ.॰॰॰॰॰ଏ॰.ସି ଅଧ୍ୟକ୍ଷା ଶ୍ରୀମତୀ ଏ.ମହାଲକ୍ଷ୍ମୀ ସ୍ଵାଗତ ଜଣାଇବା ସହ ପତ୍ତକା ଦେଖାଇ ରାଲି ରେ ଉପସ୍ଥିତ ସମସ୍ତ ସଭ୍ୟ,ସଭ୍ୟା ଓ ଛାତ୍ରଛାତ୍ରୀଙ୍କୁ ଉସ୍ରାହିତ କରିଥିଲେ । ଏବଂ ଏ.ଜାନକୀ ରାମ,ଭି .କୋମାଲି, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁ ,ଏମ.ମଣିମାଳା,ଭି.ଲୋକନାଥ , ଜି.ମୋହନ ,ପ୍ରମୋଦ କୁମାର ବେହେରା ,ଲିଲୀ ନାୟକ ଓ ନାଗେଶ୍ଵର ରାଓ ପ୍ରମୁଖ କାଉନ୍ସିଲର ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମ କୁ କଲେଜ ଛାତ୍ର ସଂସଦ ସଭାପତି ତରୁଣ କୁମାର ନାୟକ,ଉପସଭାପତି ବି॰ରାମବାବୁ ଓ ସମ୍ପାଦକ ଏ.ଭବାନୀ ସମେତ ଅଧ୍ୟାପକ ବିପିନ ବିହାରୀ ମିଶ୍ର ,ପୀତାମ୍ବର ବିଶୋୟୀ ,ଏସ.ବି.କେ ଆଚାରୀ ,ବିପ୍ର ମହାଙ୍କୁଡ,ରବୀନ୍ଦ୍ରନାଥ ଦାସ , ଗିରୀଶ ଚନ୍ଦ୍ର ବେହେରା ,ମିନତୀ ପଣ୍ଡା ,ସମିତ ପଟ୍ଟନାୟକ ,ଟି.କୁମାର ସ୍ଵାମୀ ପ୍ରମୁଖ ପରିଚାଳନା କରିଥିଲେ । ଇତି ଅବସରରେ ଏକ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

Share in top social networks!