ପ୍ୟାରୀ କହିଲେ ରାଜ୍ୟବାସୀ ଚାହିଁଲେ ମୁଁ ମୁଖ୍ୟମନ୍ତ୍ରୀ ହେବି

ଆଜି ବାରିପଦା ଛଉ ପଡିଆରେ ଓଡିଶା ଜନମୌର୍ଚା ର ବହୁଚର୍ଚିତ କ୍ରାନ୍ତି ସମାବେଶରେ ଯୋଗ ଦେଇ ସାଂସଦ ପ୍ୟାରୀମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ବିଶୋଦଗାର କରିଛନ୍ତି | କେବଳ ସେତିକି ନୁହେଁ, ନବୀନ ଙ୍କ ସମ୍ପର୍କରେ ଥିବା ବହୁ ଗୋପନ ପ୍ରସଙ୍ଗ ର ଅବତାରଣା କରି ଖୁବ୍ ବର୍ଷିଛନ୍ତି ପ୍ୟାରୀ | ପ୍ୟାରୀ କହିଛନ୍ତି ନବୀନ ହୃଦୟହୀନ, ପାଷାଣ | କ୍ଷମତାକୁ ଆସିଲା ପରେ ସେ ଜଣେ ଏକଛତ୍ରବାଦୀ ହୋଇ ହିଟଲରି ଶାସନ ଚଳାଇଛନ୍ତି | ତୋଷାମୋଦିଆ ଙ୍କ କବଜା ରେ ପଡି ଯାଇଛନ୍ତି | ଓଡିଆ ବା ଓଡିଶା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ | କେବଳ ସେଠାରେ କିଛି ବାଣ୍ଟିବାର ଡ୍ରାମା କରୁଛନ୍ତି | ଯୁବକ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ବିବାହିତା ଙ୍କୁ ବିଧବା ଭତ୍ତା ପ୍ରଦାନ କରୁଛନ୍ତି | ଆଉ ନୁହେଁ, ୨୦୧୪ ନବୀନ ଙ୍କ ପାଇଁ କାଳର ଶେଷ ବର୍ଷ ହେବ ଏବଂ ତାଙ୍କ ପତନର ଯୁଗ ଆରମ୍ଭ ହେବ |

ପ୍ୟାରୀ ଙ୍କ ଏହି ସମାବେଶକୁ ଭଣ୍ଡୁର କରିବାପାଇଁ ପୁଲିସ, ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ଆଜି ସବୁପ୍ରକାର ଉଦ୍ୟମ ହୋଇଥିଲା | ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କିପରି ସମର୍ଥକ ମାନେ ଆସି ପହଞ୍ଚି ନପାରିବେ ସେଥିପାଇଁ ବିଭିନ୍ନ ସ୍ଥାନରେ ଚେକିଂ ନାମରେ ଗାଡି ସବୁ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖା ଯାଇଥିଲା |ବାରିପଦା ସହରର ସବୁଯାକ ପ୍ରବେଶ ପଥକୁ ଅତି ଚତୁରତା ସହ ଜଗି ରହିଥିଲା ପୁଲିସ | ତେବେ ପୁଲିସର କଟକଣା ସତ୍ତ୍ୱେ ପ୍ରାୟ ଏହି ସମାବେଶରେ ୨୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା, ଯାହା ପ୍ୟାରୀ ଙ୍କୁ ଖୁବ୍ ଉଶ୍ଚାହିତ କରିଥିଲା | ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଭାବବିହ୍ଵଳ ହୋଇ ଯିବା ସହ ସେ ତାଙ୍କର ପ୍ରଥମ ବ୍ୟକ୍ତବ୍ୟ ବିଜୁ ବାବୁ ଅମର ରହେ, ବିଜୁ କର୍ମୀ ଜିନ୍ଦାବାଦ ଓ ନବୀନ ନୌକର ମୁର୍ଦାବାଦ ଧ୍ୱନି ଦେଇ ଚିରାଚରିତ ବକ୍ତବ୍ୟ ରଖିଥିଲେ |

30 PYARI PRESS CONFERENCE.ASHOKପ୍ୟାରୀ କହିଲେ ଆଗାମୀ ମାର୍ଚ ପରେ ଜନମୋର୍ଚା ଗୋଟିଏ ରାଜନୈତିକ ଦଳ ଭାବେ ଛିଡା ହେବ | ଯଦି ଏହି ତିନି ମାସ ଭିତରେ ଅର୍ଦ୍ଧାଧିକ କର୍ମୀ ଜନମୋର୍ଚା କୁ ଚାଲି ଆସନ୍ତି, ତେବେ ବିଜେଡି ଜନମୋର୍ଚା ର ହୋଇଯିବ ଏବଂ ଜନମୋର୍ଚା କ୍ଷମତା କୁ ଆସିଲେ ଓଡିଶାର ଗୋଟିଏ ନୃତନ ଯୁଗର ଆରମ୍ଭ ହେବ | ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ନୁହେଁ | ୨୦୦୯ରେ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇ ପାରିଥାନ୍ତି | ମାତ୍ର ଯଦି ରାଜ୍ୟବାସୀ ଚାହିଁବେ ତେବେ ତେବେ ମୁଖ୍ୟମନ୍ତ୍ରୀ ହେବାକୁ ମୋର ଆପତ୍ତି ନାହିଁ | ଏହି ଅବସରରେ ଏକ ଚମକପ୍ରଦ ତଥ୍ୟ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ନବୀନ ପଟ୍ଟନାୟକ ଙ୍କୁ ମଦ ପିଆଇ ଜଣେ କୁଚକ୍ରୀ ତାଙ୍କ ବାପାଙ୍କୁ ‘ବାଷ୍ଟାର୍ଡ ’ ବୋଲି କୁହା କରାଇଥିଲେ ଏବଂ ଏହାକୁ ରେକର୍ଡିଂ କରି ସେ ନବୀନ ଙ୍କ ଠାରୁ ଫାଇଦା ନେବାରେ ଲାଗିଛନ୍ତି |

ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜନମୋର୍ଚା ର ମହାସଚିବ ଯଜ୍ଞେଶ୍ଵର ବାବୁ , ଉପାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସିଂ, ଭୁବନେଶ୍ଵର ର ପୂର୍ବତନ ମେୟର ମିହିର କୁମାର ମହାନ୍ତି, ମୁଖ୍ୟପାତ୍ର ଅମିୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ |

Share in top social networks!