ଶିକ୍ଷୟତ୍ରୀ ସମ୍ମାନୀତ

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଟକସ୍ଥିତ ଖପୁରିଆର ନୟାଚୌକ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା ଶତପଥୀଙ୍କୁ ସମ୍ମାନୀତ କରାଯାଇଛି । ଓଡ଼ିଶା ପ୍ରେସ୍ ଏକାଡ଼େମୀର ୩୦ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଶ୍ରୀମତୀ ଶତପଥୀଙ୍କୁ ମୁଖ୍ୟ ଅତିଥି ବର୍ଷୀୟାନ
ସାମ୍ବାଦିକ ରାମହରି ମିଶ୍ର ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

teacher ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀମତୀ ଶତପଥୀଙ୍କୁ ସ୍ୱତନ୍ତ୍ରଭାବେ ସମ୍ମାନୀତ କରାଯାଇଥିଲା । ଶ୍ରୀମତୀ ଶତପଥୀ ବିଗତ ଏକ ଦଶନ୍ଧି ଧରି ପ୍ରାଥମିକ ବିଦ୍ୟାଳୟରେ ନିଷ୍ଠାର
ସହ ଶିକ୍ଷାଦାନ କରି ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମହଲରେ ପ୍ରିୟପାତ୍ର ହୋଇଥିବାରୁ ତାଙ୍କୁ ଏକାଡ଼େମୀ ଏହି ସଫଳତା ଦେଇଛନ୍ତି । ବିଗତ ଦିନଗୁଡ଼ିକରେ ଶିକ୍ଷାକୁ ସାର୍ବଜନିନ କରିବା ପାଇଁ ତାଙ୍କର ଭୂମିକାକୁ ପ୍ରଶଂସା କରି ଏକାଡ଼େମୀ ତାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ
କରିଥିଲେ ।

Share in top social networks!