ଅଖିଳ ଭାରତୀୟ ଡ଼ାକ କର୍ମଚାରୀ ମହାସଂଘର ହୀରକ ଜୟନ୍ତୀ ସମାରୋହ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

oostalemployeeଅଖିଳ ଭାରତୀୟ ଡ଼ାକ କର୍ମଚାରୀ ମହାସଂଘର ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ଶାଖା ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡ଼ାକ କର୍ମଚାରୀ ସଂଘ ତରଫରୁ ନାଲକୋ କଲୋନୀ ଠାରେ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି କହିଲେ ଯେ, ଭାରତରେ ଡ଼ାକ ପ୍ରଥା ଇଂରେଜ ଶାସନ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ତା’ର ସେବା ବିଶ୍ୱସନୀୟତା ସହକାରେ ତୁଲାଇ ଆସିଛି ।

ଆଜିର ଆଧୁନିକ ଯୁଗରେ ବହୁ ଅତ୍ୟାଧୁନିକ ଆନୁସାଙ୍ଗିକ ଇଲୋକ୍ଟ୍ରେନିକ୍ସ ସଂରଞ୍ଜାମର ବ୍ୟବହାର ସତ୍ତ୍ୱେ ଡ଼ାକପ୍ରଥା ତା’ର ନାଗରିକ ସେବା ସୂଚାରୁ ରୂପେ ପାଳନ କରିଆସୁଛି । କେନ୍ଦ୍ରର ଜନ-ଧନ ଯୋଜନା ଏବଂ ଆଗାମୀ ଦିନରେ ହେବାକୁ ଥିବା ଡ଼ିଜିଟାଲ ଇଣ୍ଡିଆ ଯୋଜନାରେ ଡ଼ାକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ଶ୍ରୀ ଓରାମ କହିଛନ୍ତି । ସେଥିପାଇଁ ଡ଼ାକ ବିଭାଗ ତରଫରୁ ପ୍ରତ୍ୟେକ ବ୍ରାଞ୍ଚରେ ହାଇସ୍ପିଡ଼ ଇଣ୍ଟରନେଟ୍ ସହ ଅନ-ଲାଇନ୍ କମ୍ପୁ୍ୟଟର ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ଼ାକ କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ମହାସଚିବ କମ୍ରେଡ଼ ଏମ.କ୍ରିଷ୍ନ ଡ଼ାକ କର୍ମଚାରୀ ସଂଘର ସ୍ଥାପନା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କରିଆସିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ାକ କର୍ମଚାରୀ ମହାସଂଘର ଭୁବନେଶ୍ୱର ଡ଼ିଭିଜିନାଲ ସେକ୍ରେଟାରୀ ବି.ସାମଲ,ଡ଼ାକ ବିଭାଗର ନିଦେ୍ର୍ଧଶକ ଶ୍ରୀ ପୱନ କୁମାର ସିଂ, ଭୁବନେଶ୍ୱର ଡ଼ିଭିଜନ ଡ଼ାକ ବିଭାଗର ନିଦେ୍ର୍ଧଶକ ଶ୍ରୀ ଏସ.ସି.ବାରିକ, ଡ଼ାକ କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ସଚିବ ଆର.ଏନ.ପରାସର, ମହାସଂଘର ରାଜ୍ୟ ସଂପାଦକ ଆର.ସି.ମିଶ୍ର, ଉୁବନେଶ୍ୱର ଡ଼ିଭିଜନର ସଭାପତି ପି.କେ. ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ହୀରକ ଜୟନ୍ତୀ ଉତ୍ସବକୁ ସଂଘର ଭୁବନେଶ୍ୱର ଡ଼ିଭିଜନ ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଯୁଗ୍ମ ସଂପାଦକ ଶ୍ରୀ ଦୀପ୍ତିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମହାସଂଘ ତରଫରୁ ଏକ ସ୍ୱତନ୍ତ୍ର ବିଶେଷାଙ୍କ ଉନ୍ମୋଚନ କରିବା ସହ କର୍ମଚାରୀ ସଂଘର ଡ଼ାକ ସେବାରୁ ଅବସର ନେଇଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ପୂର୍ବରୁ ସଂଘ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଓରାମ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ ।

Share in top social networks!