ଇବୋଲା ନେଇ ଘରୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଗୁଡିକୁ ସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଧଶ

MAP-9ସଂପ୍ରତି ବିଶ୍ୱର କେତେକ ଦେଶରେ ଦେଖା ଦେଇଥିବା ଇବୋଲା ଭାଇରସ ଜନିତ ଆକ୍ରାନ୍ତ ସଂପର୍କରେ କେନ୍ଦ୍ର ସରକାର ସମୟକୁ ସମୟ ପଠାଉଥିବା ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଘରୋଇ ମେଡିକାଲ କଲେଜ ଓ ହସପିଟାଲ ଏବଂ ଡାକ୍ତରଖାନା ଗୁଡିକ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିଦେ୍ର୍ଧଶ ଦିଆଯାଇଛି ।

ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଘରୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ପଦାଧିକାରୀ ମାନଙ୍କର ଏକ ବୈଠକରେ ଏହି ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀମତୀ ଆହୁଜା କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲାକୁ ଏକ ବିଶ୍ୱ ପାଇଁ ଜରୁରୀ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା ଯଦିଓ ଆମ ଦେଶରେ ଏହି ଭାଇରସ ଦେଖା ଦେଇ ନାହିଁ , ତଥାପି ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ଇବୋଲା ଦେଖା ଦେଇଥିବା ଦେଶ ମାନଙ୍କରୁ ଆସୁଥିବା ଲୋକମାନଙ୍କ ଉପରେ ସତର୍କ ଦୃଷ୍ଟି ରଖା ଯାଇଛି । ସେହି ସବୁ ଦେଶରୁ ଆସୁଥିବା ଲୋକମାନଙ୍କ ତାଲିକା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆମ ପାଖକୁ ଆସୁଛି ।

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତିକ୍ଷ୍ଣ ନଜର ରଖାଯାଉଛି । ତେବେ ଘରୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ଗୁଡିକ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଚିହ୍ନଟ କରିବେ । ସେହିମାନେ ନିୟମିତ ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗରେ ରହିବେ । ଚିକିତ୍ସା ପାଇଁ ଆସୁଥିବା କୌଣସି ଲୋକ ଯଦି ଇବୋଲା ଆକ୍ରାନ୍ତ ଥିବା ଭାବନ୍ତି , ତୁରନ୍ତ ଆମକୁ ଜଣାଇବାକୁ କହିଛନ୍ତି । ସେହିପରି ଯଦି ସେମାନଙ୍କର ରକ୍ତପରୀକ୍ଷା କରାଯିବାର ଆବଶ୍ୟକ ପଡେ ତାହାଲେ ସ୍ୱାସ୍ଥ୍ୟ ବିଭାଗ ମାଧମରେ ତାହା ନିର୍ଦ୍ଧାରିତ ପରୀକ୍ଷାଗାରକୁ ପଠାଯିବ । ଘରୋଇ ମେଡିକାଲ କଲେଜ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସେବା ପ୍ରଦାନ କାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା କିଟ୍ ନିଶ୍ଚିତ ବ୍ୟବସ୍ଥା କରିବେ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ଧ୍ୟାନ ଦେବେ । ସେମାନଙ୍କ ପାଇଁ ତାଲିମ୍ ଏବଂ ସଚେତନତା ଶିବିର ମଧ୍ୟ କରାଯିବ । ଯଥା ଶୀଘ୍ର ସେମାନେ ଏହି ସବୁ ବ୍ୟବସ୍ଥା କରି ଜଣାଇବାକୁ କୁହାଯାଇଛି । ଘରୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ମାନେ କୌଣସି ପରିସ୍ଥିତିରେ ସେମାନଙ୍କୁ ଚିକିତ୍ସା ନକରି ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲକୁ ରେଫର କରିବେ ନାହିଁ ବୋଲି କୁହା ଯାଇଛି ।

ପ୍ରକାଶ ଥାଉକି ଇବୋଲା ସଂପର୍କରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ଆମର ସମସ୍ତ ଅଥିରିକ୍ତ ମୁଖ୍ୟଚିକିତ୍ସା ଅଧିକାରୀ ମାନଙ୍କର ସଚେତନତା ଶିବିର ଅନୁଷ୍ଠିତ ହୋଇଛି ଏବଂ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲକୁ ନୋଡାଲ ଚିକିତ୍ସା କେନ୍ଦ୍ର ଭାବେ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା ହୋଇଛି । ଇବୋଲା ଦେଖା ଦେଇଥିବା ଦେଶ ମାନଙ୍କରୁ ଏ ପର୍ଯ୍ୟନ୍ତ ଆମ ରାଜ୍ୟର ୬୨ ଜଣ ଲୋକ ଆସିଛନ୍ତି । ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତିକ୍ଷ୍ଣ ନଜର ରଖା ଯାଇ ପ୍ରତିଦିନ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଉଛି । ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରେ ଏକ କକ୍ଷ ଖୋଲାଯାଇଛି ଏବଂ ରାଜ୍ୟ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ଚିହ୍ନଟ କରାଯାଇଛି । ଆମର ବନ୍ଦର ସମସ୍ତ କର୍ତ୍ତୃପକ୍ଷକଙ୍କୁ ସଚେତନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଗାଇଡଲାଇନ୍ ଦିଆଯାଇଛି । ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି । ଆମ ଦେଶରେ ଏ ପର୍ଯ୍ୟନ୍ତ ଇବୋଲା ଦେଖା ଦେଇ ନଥିବା ବେଳେ ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ଶ୍ରୀମତା ଆହୁଜା ସ୍ପଷ୍ଟ କରିେଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ … କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଘରୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ପଦାଧିକାରୀ ମାନଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!