ବରଗଡ଼ ଧନୁଯାତ୍ରା ନେସନାଲ ଫେସଟିଭାଲ ଘୋଷିତ

dhanuyatraଆଗାମୀ ଡ଼ିସେମ୍ବର ୨୭ ତାରିଖରୁ ୬ ଜାନୁୟାରୀ ୨୦୧୫ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ନେସନାଲ ଫେଷ୍ଟିଭାଲର ମାନ୍ୟତା ପାଇଛି ।ଏଣୁ ଚଳିତ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ବ୍ୟବସ୍ଥିତ କରିବା ଉଦେ୍ଧଶ୍ୟରେ ବରଗଡ଼ ଜିଲ୍ଳାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ପ୍ରସ୍ତୁତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବରଗଡ଼ ଧନୁଯାତ୍ରାକୁ ଅଧିକ ବ୍ୟାପକ କରାଯିବା ସହ ଜନସାଧାରଣଙ୍କ ସକ୍ରୀୟ ସହଯୋଗ କାମନା କରାଯାଇଥିଲା ।

ଧନୁଯାତ୍ରା ଅବସରରେ ବରଗଡ଼ ସହରକୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ସର୍ବ ସମ୍ମତି ନିଷ୍ପତ୍ତି ନିଆଯିବା ସହ ସହରକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ ରଖାଯିବା ନିମନ୍ତେ ସହରର ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଜନ ଆନେ୍ଦାଳନ ସୃଷ୍ଟି କରିବାକୁ ଜିଲ୍ଳାପାଳ ଅଞ୍ଜନ କୁମାର ମାଣିକ ଆହ୍ୱାନ
ଦେଇଥିଲେ ।ବରଗଡ଼ ପୌର ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରାଙ୍କ ପୌରହିତ୍ୟରେ ଏହାକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି
ନିଆଯାଇଥିଲା ।ସେହିପରି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ରଙ୍ଗୋଲିରେ ଧନୁଯାତ୍ରା’ ଆୟୋଜନ କରାଯିବା ସହ ବାଳୁକା କଳା ପ୍ରଦର୍ଶନର
ନିଷ୍ପତ୍ତି ନିଆଯାଇଥିଲା ।ଏହା ବ୍ୟତିତ ଇଂରାଜୀ ଭାଷାରେ ଧନୁଯାତ୍ରା ସମ୍ପର୍କିତ ଗବେଷଣାତ୍ମକ ନିବନ୍ଧ ଗୁଡ଼ିକୁ ସଙ୍କଳିତ କରାଯାଇ ବରଗଡ଼
ସାଂସଦ ଡ଼କ୍ଟର ପ୍ରଭାସ କୁମାର ସିଂହଙ୍କ ମୁଖ୍ୟ ସମ୍ପାଦନାରେ ଏକ ସ୍ମରଣିକା ପ୍ରକାଶନ କରାଯିବା,ଅଞ୍ଚଳର ୧୦୦ ଜଣ ଏନସିସି ଓ ଏନଏସଏସ
ଛାତ୍ର ଛାତ୍ରୀଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଟୁରିଷ୍ଟ ଗାଇଡ଼ ତାଲିମ ପ୍ରଦାନ, ସହରର ଥିବା ବୁଲା ଖାଦ୍ୟ ବିକାଳି ମାନଙ୍କୁ ଉତ୍ତମ
ସୁସ୍ୱାଦୁ ବ୍ୟଞ୍ଜନ ପରିବେଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଫୁଡ଼ କ୍ରାଫ୍ଟ ଇନଷ୍ଟିଚୁ୍ୟଟ ସହାୟତାରେ ତାଳିମ ପ୍ରଦାନ କରାଯିବା ଆଦି ପ୍ରସ୍ତାବ
ବୈଠକରେ ଗୃହୀତ ହୋଇଥିଲା ।

ଏହି ତାଲିମ ପାଇଥିବା ଚାଟ ଓ ଠେଲା ମାଲିକଙ୍କୁ ତାଲିମ ଉପରାନ୍ତେ ପ୍ରମାଣପତ୍ର ପ୍ରଦାନ କରାଯିବ ।ଏପ୍ରକାର
ପ୍ରମାଣପତ୍ର ଥିବା ଖାଦ୍ୟ ବିକାଳୀଙ୍କୁ ମୀନାବଜାର ଓ ଅନ୍ୟାନ୍ୟ ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦିଆଯିବାର ଯୋଜନା
କରାଯାଇଥିଲା ।ସେହିପରି ସହରର ରେଲୱେ ଷ୍ଟେସନ, ଘରୋଇ ବସଷ୍ଟାଣ୍ଡ, ଗାନ୍ଧୀ ଛକ, ସରକାରୀ ବସଷ୍ଟାଣ୍ଡ, ଭିଏସଏସ ନଗର ଛକ ଓ
ଅମ୍ବାପାଲି ଛକରେ ସ୍ୱତନ୍ତ୍ର ଅଭ୍ୟର୍ଥନା କେନ୍ଦ୍ର ଖୋଲାଯିବା ସହ ତାହାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ ପରିଚାଳନା କରାଯିବ ।ଏହି
ଅଭ୍ୟର୍ଥନା କେନ୍ଦ୍ରରେ ଟୁରିଷ୍ଟ ଗାଇଡ଼ ତାଲିମ ପାଇଥିବା ଛାତ୍ର ଛାତ୍ରୀଙ୍କ ସହ ପୁଲିସ, ପାନୀୟ ଜଳ, ଡ଼ାକ୍ତରୀ ସହାୟତା ଦଳ ସହ ସହରର
ଗାଇଡ଼ମେପ ମଧ୍ୟ ଯୋଗାଇ ଦିଆଯିବାର ଯୋଜନା କରାଯାଇଛି ।ଏହା ସହିତ ନିୟମିତ ଅନ୍ତରାଳରେ ଅମ୍ବାପାଲିରୁ ସରକାରୀ ବସଷ୍ଟାଣ୍ଡ ମଧ୍ୟରେ
ସିଟି ବସ କିମ୍ବା ଘରୋଇ ବସ ଚଲାଚଲର ବ୍ୟବସ୍ଥା କରିବାକୁ ବରଗଡ଼ ଆର.ଟି.ଓଙ୍କୁ ଜିଲ୍ଳାପାଳ ନିଦେ୍ର୍ଧଶ ଦେଇଥିଲେ ।ଏହା ବ୍ୟତିତ ଯାତ୍ରାକୁ
ଅଧିକ ଆକର୍ଷଣୀୟ କରିବା ନିମନ୍ତେ କଳାକାର ଚୟନ ପାଇଁ କମିଟିର ସଦସ୍ୟ ମାନେ ଯୋର ଦେବାରୁ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ କୁମାର
ଗରଡ଼ିଆଙ୍କ ଅଧ୍ୟକ୍ଷତାରେ ଏକ କଳାକାର ଚୟନ କମିଟି ଗଠନ କରାଯାଇଥିଲା ।

ଏଥିରେ ଧନୁଯାତ୍ରାର ବିଭିନ୍ନ ଚରିତ୍ରରେ ଅଭିନୟ ପାଇଁ ଖବର
କାଗଜ ଓ ଧନୁଯାତ୍ରା ୱେବ ସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇବ ।ତେବେ ବରଗଡ଼ ଧନୁଯାତ୍ରାରେ କୌଣସି ଲିଖିତ ସଂଲାପ ନଥିବାରୁ ଏହି ଚରିତ୍ର
ଗୁଡ଼ିକରେ କେବଳ ପଶ୍ଚିମ ଓଡ଼ିଶାର କଳାକାର ମାନେ ଅଭ୍ୟସ୍ତ ଥିବାରୁ ମହାରାଜା କଂସଙ୍କ ସମେତ ଅନ୍ୟାନ୍ୟ ଚରିତ୍ର ପାଇଁ ପଶ୍ଚିମ ଓନିଶା
ସ୍ତରରେ କଳାକାର ଚୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ସେହିଭଳି ଗୋପପୁରରେ ମଧ୍ୟ କଳାକାର ଚୟନ କରାଯିବ ଏବଂ ପ୍ରଚଳିତ
ପରମ୍ପରା ଅନୁଯାୟୀ ଏଥିରେ କେବଳ ଅମ୍ବାପାଲି ଅଞ୍ଚଳର କଳାକାର ମାନେ ଅଂଶ ଗ୍ରହଣ କରି ପାରିବେ ।ସେହିପରି ମୀନା ବଜାର ପାଇଁ ବିଗତ
ବର୍ଷ ପରି ପ୍ରତି ବର୍ଗଫୁଟ ଅଞ୍ଚଳ ଭିତ୍ତିରେ ସ୍ଥାନ ଆବଣ୍ଟନ କରାଯିବ । ତେବେ ଦୋଳି ପାଇଁ ବିଗତ ବର୍ଷ ପରି ବଡ଼ ଦୋଲି ନିମନ୍ତେ ୨୦ ଟଙ୍କା
ଓ ସାନ ଦୋଲି ପାଇଁ ୧୦ ଟଙ୍କା ଧାର୍ଯ୍ୟ କରା ଯାଇଥିଲା ।ତେବେ ଲେଣ୍ଡ ଏଲଟମେଣ୍ଟ କମିଟି ଚାହିଲେ ଏଥିରେ ୫ ଟଙ୍କାର କମବେଶୀ
କରିପାରିବେ ।ଏ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ଲେଣ୍ଡ ଏଲଟମେଣ୍ଟ କମିଟି ନେଇ ପାରିବ ।ତେବେ ଧନୁଯାତ୍ରାରେ ବରଗଡ଼ ସହରକୁ ସମ୍ପୂର୍ଣ୍ଣ ରୂପେ
ପ୍ଳାଷ୍ଟିକ ପ୍ରଦୂଷଣ ମୁକ୍ତ ଘୋଷଣା କରାଯାଉଥିବାରୁ ମୀନା ବଜାରରେ ମଧ୍ୟ ପ୍ଳାଷ୍ଟିକ ବେଗର ବ୍ୟବହାର ହୋଇ ପାରିବ ନାହିଁ ।ଏ ସମ୍ପର୍କରେ ଲେଣ୍ଡ
ଏଲଟମେଣ୍ଟ କମିଟି ନିଶ୍ଚିତ କରିବାକୁ ଜିଲ୍ଳାପାଳ ନିଦେ୍ର୍ଧଶ ଦେଇଥିଲେ ।

ଆଲୋଚନାରେ ଅଂଶ ଗ୍ରହଣ କରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବରଗଡ଼ ଧନୁଯାତ୍ରାକୁ ସର୍ବମତେ ଆକର୍ଷଣୀୟ କରିବାକୁ ଅଭିମତ ଦେଇଥିଲେ ।ସେହିପରି ବରଗଡ଼ ସାଂସଦ ଡ଼କ୍ଟର ପ୍ରଭାସ ସିଂହ ଏଥର ଧନୁଯାତ୍ରାକୁ ଅଧିକ କେନ୍ଦ୍ରୀୟ ସାଂସ୍କୃତିକ ଦଲ ଅଣାଯିବା,ଭୁବନେଶ୍ୱର ଏୟାର ପୋର୍ଟ ଓ ଅନ୍ୟାନ୍ୟ ଗୁରତ୍ୱପୂର୍ଣ୍ଣ ସ୍ଥାନରେ ବରଗଡ଼ ଧନୁଯାତ୍ରାର ହୋଡ଼ିଙ୍ଗ ଲଗାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।ଏହା ସହିତ ଚଳିତ ଧନୁଯାତ୍ରା ସମୟରେ ହିନ୍ଦୀ ସିନେମା ଏବଂ ଓନିଆ ସିନେମାର ଅନେକ ଅଭିନେତା ଅଭିନେତ୍ରୀ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଥିବା ନେଇ ସେ ବୈଠକରେ ସୂଚନା ଦେଇଥିଲେ ।ଅନ୍ୟ
ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ନାୟକ, ବରଗଡ଼ ନଗରପାଲ ପ୍ରଶାନ୍ତ ବେହେରାଙ୍କ ସମେତ କମିଟିର
ସଦସ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ପରିଶେଷରେ ବରଗଡ଼ ଡ଼େପୁଟି କଲେକଟର ସୀମାଞ୍ଚଲ ମଣ୍ଡଳ ଧନ୍ୟବାଦ ଅର୍ପଣ
କରିଥିଲେ ।

Share in top social networks!