ବ୍ଲକ୍ସ୍ତରୀୟ ସାପ୍ତାହିକ ସମୀକ୍ଷା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦେଷ

ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ବ୍ଲକ୍ସ୍ତରୀୟ ସାପ୍ତାହିକ ସମୀକ୍ଷା କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିେ”ର୍ଶ ଦେଇଛନ୍ତିା ଏହା ସହିତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ମନ୍ତ୍ରୀ ଡ. ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଉଛନ୍ତିା

ପ୍ରତି ସପ୍ତାହର ଏକ ନି”ର୍ଷ୍ଟ ଦିନରେ ବିଶେଷ କରି ଶନିବାର ଅପରାହ୍ନରେ ବ୍ଲକ୍ ଉନ୍ନୟନ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ/ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକମାନଙ୍କୁ ନେଇ କାର୍ଯ୍ୟର ସମୀକ୍ଷା କରିବୋ ଏହି ବୈଠକକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଙ୍କୁ ମଧ୍ୟ ଡକାଯିବା ଶନିବାର ଛୁଟି ପଡୁଥିଲେ, ପରବର୍ତ୍ତୀ କାର୍ଯ୍ୟ ଦିବସରେ ଏହି ବୈଠକ ଅନୁଷ୍ଠିତ ହେବା ଏହି ମର୍ମରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିେ”ର୍ଶନାମା ଜାରି କରାଯାଉଛିା ଏହି ବୈଠକରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଶେଷ କରି ଇନ୍ଦିରା ଆବାସ ଯୋଜନା, ବିଜୁ ପMାଘର ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆଦିର ସମୀକ୍ଷା କରାଯିବା କାର୍ଯ୍ୟକ୍ରମ ରୂପାୟନରେ ଦେଖା ଦେଉଥିବା ସମସ୍ୟା ଓ ପ୍ରତିବନ୍ଧକ ଆଦିକୁ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ନିମନ୍ତେ ଉପାୟ ନିର୍ଦ୍ଧାରଣ କରାଯିବା ବୈଠକର ବିବରଣୀ ଲିପିବଦ୍ଧ ହେବ ଓ ଏହାର ଏକକିତା ନକଲ ସମ୍ପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ପଞ୍ଚାୟତିରାଜ ବିଭାଗକୁ ପଠାଇବାକୁ ନିେ”ର୍ଶ ଦିଆଯାଇଛିା

ଏହି ବିବରଣୀକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମାସିକ ସମୀକ୍ଷା ବୈଠକର ଏଜେଣ୍ଡାରେ ରଖି ଆଲୋଚନା କରାଯିବା ଏହା ସହିତ ପଞ୍ଚାୟତିରାଜ ବିଭାଗର ମନିଟରିଂ ଓ ଇନ୍ଫର୍ମେସନ୍ ସିଷ୍ଟମ ବିଭାଗରେ ନିୟମିତ ସମୀକ୍ଷା କରିବାକୁ ମନ୍ତ୍ରୀ ଡ. ସାହୁ ନିେ”ର୍ଶ ଦେଇଛନ୍ତିା

Share in top social networks!