ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣିକୁ ଭାରତୀୟ ଶିଳ୍ପ ମହାସଂଘ ପୁରସ୍କାର

ciienergyକେନ୍ଦୁଝର ଜିଲ୍ଲାର ଯୋଡ଼ା ଅନ୍ତର୍ଗତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣି ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ପଞ୍ଚଦଶ ଜାତୀୟ ଶକ୍ତି ପରିଚାଳନା ଉକôର୍ଷ ପୁରସ୍କାର ସମାରୋହରେ ମର୍ଯ୍ୟାଦାଜନକ ‘ଶକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ପ୍ରଭାଗ’ ପୁରସ୍କାରରେ ସମ୍ମାନିତ ହୋଇଛି । ବିଗତ ବର୍ଷମାନଙ୍କରେ କମ୍ପାନୀ ପକ୍ଷରୁ ବୈଦୁ୍ୟତିକ ଶକ୍ତି, ତାପଜ ବିଦୁ୍ୟତ୍, ବିସ୍ଫୋରକ ଶକ୍ତି, ନବୀକୃତ ଶକ୍ତି ତଥା ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ସମ୍ପାଦନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଅକ୍ଟୋବର ୩୦ତାରିଖରେ ହାଇଦ୍ରାବାଦ୍ଠାରେ ଆୟୋଜିତ ଶକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପର୍କିତ ଶିଖର ସମ୍ମିଳନୀରେ ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣିର ମୁଖ୍ୟ ଶ୍ରୀ ସରୋଜ କୁମାର ବାନାର୍ଜୀ ତଥା କରଖାନା ଯନ୍ତ୍ରାଂଶ ମୁଖ୍ୟ ଶ୍ରୀ ଏମ୍ ଆର ରଥ ଯୋଗ ଦେଇ ନବଗଠିତ ତେଲେଙ୍ଗାନା ପ୍ରଦେଶର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ତଥା ଶିଳ୍ପ ଉନ୍ନୟନ ଏବଂ ବାଣିଜ୍ୟ ଆୟୁକ୍ତ ଶ୍ରୀ ପ୍ରଦୀପ ଚନ୍ଦ୍ରା ଏବଂ ଭାରତୀୟ ଶିଳ୍ପ ମହାସଂଘର ଉପାଧ୍ୟକ୍ଷ ଡଃ ନୈସଦ ଫୋର୍ବସଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଜାତୀୟ ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଯାନବାହାନ, ଶକ୍ତି, ତୈଳ ବିଶୋଧନ, ରାସାୟନିକ ସାର, କାଗଜ, ଉପଭୋକ୍ତା ସାମଗ୍ରୀ, ରସାୟନ, ଯାନ୍ତ୍ରିକ, ନିର୍ମାଣ, ସିମେଣ୍ଟ ତଥା ସଫ୍ଟୱେର୍ ଆଦି ପ୍ରଭାଗରେ ୨୦୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୯୭ଜଣ ଚୂଡ଼ାନ୍ତ ଉପସ୍ଥାପନା ପାଇଁ ମନୋନୀତ ହୋଇଥିଲେ । ତନ୍ମଧ୍ୟରୁ ଶକ୍ତି କ୍ଷେତ୍ରରେ ଦକ୍ଷତା ଓ ଉକôର୍ଷ ପାଇଁ ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣି ସର୍ବଶ୍ରେଷ୍ଠ ମନୋନୀତ ହୋଇ ଭାରତୀୟ ଶିଳ୍ପ ମହାସଂଘ ପ୍ରଦତ୍ତ ଏହି ପୁରସ୍କାର ପାଇଛି ।

Share in top social networks!