୨୦୧୪-୧୫ ଆର୍ଥିକ ବର୍ଷରେ ଚିନି ଉତ୍ପାଦନ ୨୫୦.୪୬ ଲକ୍ଷ ଟନ୍ ହେବାକୁ ଲକ୍ଷ୍ୟଧାର୍ଯ୍ୟ

sugarcaneନୂଆଦିଲ୍ଲୀଠାରେ ଆଖୁ ଉତ୍ପାଦନକାରୀ ରାଜ୍ୟଗୁଡିକର ଆଖୁ କମିଶନରମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୈଠକରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ସଚିବ ଶ୍ରୀ ସୁଧିର କୁମାର ଅଧ୍ୟକ୍ଷତା କରିଥିଲେ । ୨୦୧୪-୧୫ ଆର୍ଥିକ ବର୍ଷରେ ୨୫୦.୪୬ ଲକ୍ଷ ଟନ୍ ଚିିନି ଉତ୍ପାଦନ ପାଇଁ ଏଥିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚିନି ଶିଳ୍ପ ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । କୃଷି ଓ ସମବାୟ ବିଭାଗ ପକ୍ଷରୁ ଚଳିତବର୍ଷ ଦେଶରେ ଆଖୁ ଉତ୍ପାଦନ ଘେନି ଆଗୁଆ ଆକଳନ କରାଯାଇଥିବାରୁ ଆଖୁ କମିଶନରମାନଙ୍କ ସହ ଆଲୋଚନା ପରେ ଚିନି ଉପôାଦନ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଦେଶରେ ଏବେ ୨୪୫ ଲକ୍ଷ ଟନ୍ ଚିନିର ଚାହିଦା ଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପରିମାଣର ଚିନି ଉତ୍ପାଦିତ ହେଲେ ଏହା ଘରୋଇ ଚାହିଦାକୁ ମେଂଟାଇ ପାରିବ । ୨୦୧୩-୧୪ ଆର୍ଥିକ ବର୍ଷରେ ଚିନି ଉପôାଦନ ପାଇଁ ୨୪୫.୫୪ ଲକ୍ଷ ଟନ୍ର ଆଗୁଆ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Share in top social networks!