ଆଜି ପାଳନ ହେବ ରାଷ୍ଟ୍ରୀୟ ଏକତା ଦିବସ

Sardar Vallabhbhai Patelସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ଅକ୍ଟୋବର ୩୧ତାରିଖରେ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ । ସକାଳ ସାଢ଼େ୭ଟା ସମୟରେ ନୂଆଦିଲ୍ଲୀସ୍ଥିତ ପାର୍ଲାମେଂଟଣ୍ଟ ଷ୍ଟ୍ରିଟର ପଟେଲ ଚୋ÷କଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ ।

ଏହି ଅବସରରେ ବିଜୟ ଚୋ÷କ ଠାରେ ଆଯୋଜିତ ହେବାକୁ ଥିବା “ରନ୍ ଫର ୟୁନିଟ’(ଏକତା ଦୋ÷ଡ଼) କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ବ୍ୟକ୍ତି ସମୁହଙ୍କୁ ଶ୍ରୀ ମୋଦି ସମ୍ବୋଧିତ କରିବେ । ପରେ ସକାଳ ୮ଟା ୧୫ମିନିଟରେ ବିଜୟ ଚୋ÷କ ଠାରୁ ରାଜପଥସ୍ଥିତ ଇଣ୍ଡିଆଗେଟ ପର୍ଯ୍ୟନ୍ତ ହେବାକୁ ଥିବା ଏକତା ଦୋ÷ଡ଼କୁ ଶ୍ରୀ ମୋଦି ଶୁଭାରମ୍ଭ କରିବେ । ଏଥିରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ହାଇଦ୍ରାବାଦସ୍ଥିତ ନାମପାଲିରେ ଅନୁଷ୍ଠିତ ହେବାକୁ ଥିବା ଏକତା ଦୋ÷ଡ଼ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ସେ ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍ ପୋଲିସ ଏକାଡେମୀରେ ଭାରତୀୟ ପୋଲିସ ସେବାର ପାସିଂ ଆଉଟ ପରେଡ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Share in top social networks!