ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୟୁଏନ୍ଡିପି ସହଯୋଗ କରିବ

iprରାଜ୍ୟ ସରକାର ୨୦୧୯ ମସିହା ସୁଦ୍ଧା ରାଜ୍ୟର ପ୍ରାୟ ୩୦ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିା ଏହି କାର୍ଯ୍ୟରେୟୁଏନ୍ଡିପି ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଛିା

ଆଜି ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ୟୁଏନ୍ଡିପିର ଦେଶ ମୁଖ୍ୟ ଜାକୋ ସିଲିଅର୍କ, ରାଜ୍ୟ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଜି. ପଦ୍ମନାଭନ୍, ଆଭା ମିଶ୍ର ପ୍ରମୁଖ ସାକ୍ଷାତ କରି ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେୟୁଏନ୍ଡିପିର ଭାଗୀଦାରିତା ସମ୍ପର୍କରେ ଆଲୋଚନା କରିଥିଲୋୟୁଏନ୍ଡିପି ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ବୈଷୟିକ ଓ ପରିଚାଳନା ଗତ ସହାୟତା ସହ ସମ୍ବଳରେ ମଧ୍ୟ ସହଯୋଗ କରିବା ଇନ୍ଦିରା ଆବାସ ଯୋଜନା ସହ ରାଜ୍ୟ ସରକାରଙ୍କ ବିଜୁ ପMାଘର ଯୋଜନାରେ ହିତାଧିକାରୀଙ୍କୁ ପକ୍କାଘର ଦିଆଯିବା ଧାର୍ଯ୍ୟ ସମୟସୀମା ମଧ୍ୟରେ ଯେଭଳି ହିତାଧିକାରୀ ଘର ପାଇବେ, ତା’ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛିା ବାତ୍ୟା ପ୍ରତିରୋଧୀ ନିର୍ମାଣ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ପ୍ରୟୋଗ କରାଯିବା ଏ ସମ୍ପର୍କରେ ଏକ ଭିଜନ ଡକୁମେଣ୍ଟୟୁଏନ୍ଡିପି ପ୍ରସ୍ତୁତ କରିବ ବୋଲି ନିଷ୍ପତ୍ତି ହୋଇଛିା

ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁୟୁଏନ୍ଡିପିର ଆଗ୍ରହକୁ ସ୍ୱାଗତ କରିବା ସହ ଯୋଜନାର ସଫଳ କାର୍ଯ୍ୟକାରିତାର ସକ୍ରିୟ ସହଯୋଗ କାମନା କରିଛନ୍ତିା

Share in top social networks!