ସମାଜ ସହ ଗଭୀର ଏବଂ ଓତଃପ୍ରୋତଭାବେ ଜଡ଼ିତ ହେବାପାଇଁ ଏନ୍ଆଇଟିମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

s2014102958305s2014102958305ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି (ଅକ୍ଟୋବର ୨୯, ୨୦୧୪) ରାଷ୍ଟ୍ରପତି ଭବନଠାରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ନିର୍ଦେଶକମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀଙ୍କ କାର୍ଯ୍ୟ ଅବଧି ସମୟରେ ଏନ୍ଆଇଟି ନିର୍ଦେଶକମାନଙ୍କର ଏହା ଦ୍ୱିତୀୟ ସମ୍ମିଳନୀ । କେଂଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି ଏବଂ ଆଇଜର ଭଳି ଅନୁଷ୍ଠାନଗୁଡ଼ିକୁ ପରିଦର୍ଶକ ଭୂମିକାରେ ଭ୍ରମଣରେ ଯିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ନିୟମିତଭାବେ ଏହିସବୁ ଅନୁଷ୍ଠାନର ମୁଖ୍ୟମାନଙ୍କ ସହ ପ୍ରତ୍ୟକ୍ଷଭାବେ ଆଲୋଚନା କରି ଆସୁଛନ୍ତି ।
ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ଏନ୍ଆଇଟିମାନେ ସମାଜ ସହ ଗଭୀର ଏବଂ ଓତଃପ୍ରୋତଭାବେ ଜଡ଼ିତ ହେବା ପାଇଁ ଆଗେଇ ଆସନ୍ତୁ । ଲୋକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଭଳି କାର୍ଯ୍ୟରେ ସେମାନେ ନିୟୋଜିତ ହୁଅନ୍ତୁ । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସାଂସଦ ଆଦର୍ଶ ଗ୍ରାମ ଯୋଜନା ମଡେଲରେ ଏନ୍ଆଇଟିମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଗ୍ରାମକୁ ଗ୍ରହଣ କରନ୍ତୁ ଏବଂ ତାକୁ ଏଭଳି ଆଦର୍ଶ ଗ୍ରାମରେ ପରିଣତ କରାନ୍ତୁ ଯେ ତାହା ସାରା ଦେଶରେ ଆଦର୍ଶ ଢାଂଚା ଭାବେ ଗ୍ରହଣ କରାଯାଇପାରିବ । ଆବଶ୍ୟକସ୍ଥଳେ ସେମାନେ କେନ୍ଦ୍ରୀୟ ଅନୁଷ୍ଠାନମାନଙ୍କରୁ ଏଥିପାଇଁ ଉପଯୁକ୍ତ ଚିନ୍ତନ ଓ ଜ୍ଞାନକୌଶଳ ଗ୍ରହଣ କରନ୍ତୁ, ଯାହା ଏହିସବୁ ଗ୍ରାମଗୁଡ଼ିକୁ ମଡେଲ ଗ୍ରାମରେ ରୂପାନ୍ତରିତ ହେବା ଫଳାଫଳରୁ ସ୍ପଷ୍ଟ ହୋଇପାରିବ ।
ଦେଶରେ ଥିବା ଡିଜିଟାଲ ତାରତମ୍ୟ, ଆୟ ଉପାର୍ଜନଗତ ବୈଷମ୍ୟ ଏବଂ ଗ୍ରାମାଂଚଳ, ସହରାଂଚଳ ମଧ୍ୟରେ ଥିବା ତଫାତକୁ ଯୋଡ଼ିବା ଲାଗି ଏନ୍ଆଇଟି ସମୂହ ଆଗକୁ ଆସି କାର୍ଯ୍ୟ କରନ୍ତୁ । ବିଶେଷକରି ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା “ମେକ୍ ଇନ୍ ଇଣ୍ଡିଆ’’ ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ସେମାନେ ଭାଗିଦାର ହୁଅନ୍ତୁ । ଗ୍ରାମୀଣ ଅଭିନବତା, ସ୍ଥାନୀୟ ନିଯୁକ୍ତି ଓ ବିଶ୍ୱଶ୍ରେଣୀୟ ଉପôାଦନ କ୍ଷେତ୍ରରେ ଏନ୍ଆଇଟିମାନେ ଏକ ସଂଯୋଗର ସୂତ୍ରଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ ।
ଗବେଷଣା ଏବଂ ଅଭିନବ ଜ୍ଞାନକୌଶଳ ସନ୍ଧାନରେ ଏନଆଇଟିମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଯଦି ଆମର ବୈଜ୍ଞାନିକ ଏବଂ ବୈଷୟିକ ବିଜ୍ଞାନୀମାନଙ୍କୁ ଉପଯୁକ୍ତ ବାତାବରଣ ମିଳେ, ତେବେ ସେମାନେ ବିଶ୍ୱର ଶ୍ରେଷ୍ଠ ବିଜ୍ଞାନୀ ଭାବେ ନିଜକୁ ପ୍ରମାଣିତ କରିପାରିବେ । ଭାରତରେ ଗୁଣାତ୍ମକ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରଦାନ ଦିଗରେ ଏନଆଇଟିମାନେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛନ୍ତି । ବର୍ତମାନର ଆବଶ୍ୟକତା ହେଉଛି ଦେଶ-ବିଦେଶରେ ଥିବା ଅନୁରୂପ ଅନୁଷ୍ଠାନମାନଙ୍କ ସହ ସଫଳ ସହଭାଗୀ ହୋଇ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବା ।
ଆର୍ଥିକ ବିକାଶ, ଶିକ୍ଷା ଏବଂ ପ୍ରଗତି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଜାତୀୟ ବିକାଶ ପ୍ରକ୍ରିୟାରେ ଆମର ଇଂଜିନିୟର ଓ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ ସହରୀକରଣ, ଜଳଯୋଗାଣ, ପରିମଳ, ପରିବେଶ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷାଦାନ କ୍ଷେତ୍ରରେ ଏବେ ଅଭିନବ ଉପାୟ ଅବଲମ୍ବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ବର୍ତମାନର ସମସ୍ୟା ସହ ଏହାର ସମୁଚିତ ସମାଧାନ ସୂତ୍ର ବାହାର କରିବାଲାଗି ଇଂଜିନିୟର ଓ ବୈଜ୍ଞାନିକମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଏନ୍ଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନମାନେ ବିଶ୍ୱଶ୍ରେଣୀୟ, ପେଶାଦାର ଏବଂ ସୁଦକ୍ଷ ଇଂଜିନିୟରଙ୍କୁ ସୃଷ୍ଟି କରିବା ଉଚିତ, ଯେଉଁମାନେ ବୈଷୟିକ ପ୍ରଗତି କ୍ଷେତ୍ରରେ କେବଳ ଭାରତକୁ ନୂଆ ଶୀର୍ଷରେ ପହଂଚାଇବେ ନାହିଁ, ପରନ୍ତୁ ଦେଶବାସୀଙ୍କ ଗୁଣାତ୍ମକ ଜୀବନଧାରଣରେ ମଧ୍ୟ ସହାୟକ ହୋଇପାରିବେ ।
ଏନ୍ଆଇଟିର ନିର୍ଦେଶକମାନେ ଦୃଢ, ଅଭିନବ ଏବଂ ଉତ୍ସାହ ପ୍ରଦାନକାରୀ ନେତୃତ୍ୱ ଦେବା ଆବଶ୍ୟକ । ଦେଶର ପ୍ରତ୍ୟେକ ଏନଆଇଟି ଶିକ୍ଷା ଓ ପ୍ରଶାସନିକ ପଦ୍ଧତିରେ ଗୁଣାତ୍ମକ ଏବଂ ଦୀର୍ଘସ୍ଥାୟୀ ବ୍ୟବସ୍ଥାକୁ ଆନୁଷ୍ଠାନିକ ପଦ୍ଧତିରେ ପରିଣତ କରିବା ଉଚିତ୍ । ଏଥିପାଇଁ ଶିକ୍ଷକ, ଅଭିନବତା ଏବଂ ଗବେଷଣା କ୍ଷେତ୍ରରେ ଗୁଣାତ୍ମକ ଉକ୍ରର୍ଷ, ଶିକ୍ଷାଦାନ କ୍ଷେତ୍ରରେ ପାରଦର୍ଶିତା, ଶିଳ୍ପସଂସ୍ଥା ମାନଙ୍କ ସହ ସଂଯୋଗ ସ୍ଥାପନ ଏବଂ ସାମାଜିକ ଦାୟିତ୍ୱବୋଧ ଭଳି ବିଷୟକୁ ଅଗ୍ରପ୍ରାଧାନ୍ୟ ଦିଆଯିବା ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ ।

Share in top social networks!