“ମନ୍ କୀ ବାତ୍’’ ରେଡିଓ କାର୍ଯ୍ୟକ୍ରମ ସଂପର୍କରେ ମିଳିଥିବା ମନ୍ତବ୍ୟ ଓ ପରାମର୍ଶକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନେ ଦେଇଥିବା ମନ୍ତବ୍ୟ ଓ ପରାମର୍ଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଶ୍ରୀ ମୋଦି କହିଛନ୍ତି ଯେ ରେଡିଓ କାର୍ଯ୍ୟକ୍ରମ “ମନ୍ କୀ ବାତ୍’’ ରେ ସୁଶାସନ ସଂପର୍କରେ ଦିଆଯାଇଥିବା ଉଦାହରଣକୁ ନେଇ ଲୋକମାନେ ଯେଉଁ ମତ ଓ ପରାମର୍ଶ ଦେଇଛନ୍ତି, ସେସବୁ ଖୁବ୍ ଉତ୍ସ୍ାହଜନକ । ମୁଁ ସେସବୁକୁ ପଢିଛି । ଆପଣମାନଙ୍କ ଭିତରେ ଥିବା ବିଭିନ୍ନ ଚିନ୍ତାଧାରା, ବିଚାର ଶକ୍ତି ଏବଂ ଆକର୍ଷଣୀୟ କଥନିକାକୁ ପଢି ମୁଁ ବେଶ ଆନନ୍ଦିତ । ସ୍ୱଚ୍ଛ ଭାରତ ଅଭିଯାନ, କୃଷି, ଜଳସେଚନ ପ୍ରସଙ୍ଗ ଓ ନାରୀ ସଶକ୍ତିକରଣ, ଦକ୍ଷ ଭାରତ ଭଳି ପ୍ରସଙ୍ଗ ଉପରେ ଦେଶବାସୀ ଦେଇଥିବା ଅନେକ ମତାମତ ମୁଁ ପଢିଛି । “ମୋ ସରକାର ମୁକ୍ତ ମଂଚ’’ ( ମାଇଁ ଗଭ୍ ଓପନ ଫୋରମ୍) ମାଧ୍ୟମରେ ଆପଣମାନେ ନିଜ ନିଜର ମତାମତକୁ ଏହିଭଳି ବ୍ୟକ୍ତ କରିଚାଲନ୍ତୁ ।
ଷଗ୍ଧଗ୍ଧକ୍ଟ୍ର://ଜ୍ଞଚ୍ଚଶକ୍ଟଙ୍ଖ.ସଦ୍ଭ/ଶକ୍ସକ୍ଟଙ୍କକ୍ଟ୍ରସଗ୍ଦଗ୍ଦଙ୍କର/ଜ୍ଞବଦ୍ଭଦ୍ଭ-ଳସ-ଭବବଗ୍ଧ-କ୍ଟଦ୍ଭ-ଗ୍ଦଙ୍କଦ୍ଭୟବଚ୍ଚ-୨ଦ୍ଭୟ-ଦ୍ଭକ୍ଟଙ୍ଖରଜ୍ଞଭରକ୍ସ-୨୦୧୪/ଗ୍ଦଷକ୍ଟଙ୍ଗ
ମୁଁ ସେସବୁକୁ ପଢିବି ଓ ରେଡିଓ କାର୍ଯ୍ୟକ୍ରମ ବେଳେ ସେସବୁ ଉପରେ ଆପଣମାନଙ୍କ ସହ ମୋର ମତ ବିନିମୟ କରିବି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Share in top social networks!