ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ଓ ଅଭିବୃଦ୍ଧି କରାଯିବ -ମନ୍ତ୍ରୀ ଶ୍ରୀ ଦେବୀ ମିଶ୍ର

gopabandhupathagaraଝାଡଖଣ୍ଡ ବିଚ୍ଛିନ୍ନାଞ୍ଚଳ ଯଥା ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି, ଷଢେଇକଳା ଓ ଖରସୁଆଁ ଅଞ୍ଚଳରେ ଏବେବି ଓଡ଼ିଆ ଭାଷା ଓ ସଂସ୍କୃତି ରହିଛିା ସଂସ୍କୃତିର ଭିତ୍ତିକୁ ସମୃଦ୍ଧ କରିବା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ଓ ପଞ୍ଚସଖାମାନେ ଯେଉଁ ଉଦ୍ୟମ କରିଥିଲେ ତାକୁ ସଙ୍କଳ୍ପବଦ୍ଧତା ଭାବେ ଆଗକୁ ନିଆଯିବ ବୋଲି ଝାଡଖଣ୍ଡ ରାଜ୍ୟ ବାହାଡଗୋଡାର ଖଣ୍ଡାମଉଦାଠାରେ ଅନୁଷ୍ଠିତ ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତିା

ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ ଏହି ଅଞ୍ଚଳରେ ସ୍ୱାଧୀନତା ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନର ଜନକ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସା ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସେ ସଭ୍ୟ ଥିଲୋ ଗୋପବନ୍ଧୁ ଥିଲେ ଗରିବର ଦରଦୀ ବନ୍ଧୁା ନିର୍ବାଚନ ପରେ ସେ ପୁନର୍ବାର ଏଠାକୁ ଆସି ଝାଡଖଣ୍ଡ ସରକାରଙ୍କ ସହ ଆଲୋଚନ କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲୋ ସମ୍ମାନିତ ଅତିଥି ଭାବେ ପରିବହନ, ଶିଳ୍ପ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଚମ୍ପେଇ ସୋରେନ୍, ଘାଟଶୀଳା ବିଧାୟକ ଶ୍ରୀ ରାମଦାସ ସୋରେନ୍ ଏହି ସମାବେଶରେ ଯୋଗଦାନ ଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲୋ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡାକ୍ତର ଦୀନେଶ ଷଡଙ୍ଗୀ କହିଲେ ଯେ ଗୋପବନ୍ଧୁ ୧୯୧୬ରେ ପ୍ରଥମେ ସିଂହଭୂମି ଆସିଥିଲୋ

ଚକ୍ରଧରପୁରଠାରେ ୧୯୨୦ ମସିହାରେ ଶ୍ରୀ ଦାସ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରି ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ପାଇଁ ଉଦ୍ୟମ କରିଥିଲେ ବୋଲି ଡାକ୍ତର ଷଡଙ୍ଗୀ ପ୍ରକାଶ କରିଥିଲୋ ଶ୍ରୀ ଅର୍ଦ୍ଧେନ୍ଦୁ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୟନ୍ତୀ କମିଟିର ସଭାପତି ବିଦ୍ୟାଧର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ମନୋରଞ୍ଜନ ଗିରି ସଭା କାର୍ଯ୍ୟ ପରିଚାଳନା

କରିଥିଲୋ ଉକ୍ତ ସମାବେଶରେ ସମାଜ ଅନୁଷ୍ଠାନର ଶ୍ରୀ ନିରଞ୍ଜନ ରଥ, ପ୍ରଭାସ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲୋ ବରଦା ପ୍ରସନ୍ନ ଦାସ,

Share in top social networks!