ମୋଦି ସେନା ତରଫରୁ ରାଜ୍ୟସ୍ତରୀୟ ପାଇକ ଆଖଡ଼ା ପ୍ରଦର୍ଶନ

paikaଓଡ଼ିଶାର ସମରକଳା ପାଇକ ଆଖଡ଼ାକୁ ଜାତୀୟ ସ୍ତରରେ ଯେଉଁଭଳି ଭାବେ ସ୍ଥାନ ମିଳିବା କଥା ତାହା ହୋଇପାରିନାହିଁ । ଦିନ ଥିଲା ଯେତେବେଳେ ପାଇକମାନେ ଦେଶ ଓ ମାତୃଭୂମି ରକ୍ଷା ପାଇଁ ନିଜର ପ୍ରାଣବଳି ଦେଉଥିଲେ । ଓଡ଼ିଶା ପ୍ରଦେଶର ନିଜସ୍ୱ ପାଇକ ଆଖଡ଼ା ଖେଳ କୌଶଳର ସ୍ୱତନ୍ତ୍ରତା ରହିଛି । ମୋଦି ସେନା ଓଡ଼ିଶା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପାଇକ ଆଖଡ଼ା ପ୍ରଦର୍ଶନ ୨୦୧୪ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚାରିଛକ ଠାରେ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ୱର ପାଇକ ଆଖଡ଼ା ସଂଘ ସହଯୋଗିତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୩୬ଟି ଦଳର ହଜାର ହଜାର ପାଇକ ଲାଠି ଚାଳନା , ତଲୱାର ଚାଳନା, ପାଇକ ବୋଲି, ପାଇକ ଚାଲି, ବନାଟି ଖେଳ, ମୁଦ୍ଗର ଓ କୁସ୍ତି ପ୍ରଭୃତିର ଚମକ୍ରାର ପ୍ରଦର୍ଶନ କରିଥିଲେ । ଏହି ଉତ୍ସବକୁ ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମାନସିଂହ, ମର୍ଦ୍ଧରାଜ ଭ୍ରମରବର ରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ରାଜ୍ୟ ମୋଦି ସେନାର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ପାଦକ ଦେବ ପ୍ରସାଦ ମିଶ୍ର , ନିଦେ୍ର୍ଧଶକ ବନବିହାରୀ ବେହେରା, ବିଶିଷ୍ଟ ଐତିହାସିକ ଅନିଲ ଧିର, ଆଖଣ୍ଡଳେଶ୍ୱର ପାଇକ ଆଖଡ଼ା ମହାସଂଘର ସମ୍ପାଦକ ସୁବାସ ଚନ୍ଦ୍ର ଜେନା, ସଭାପତି ଦୁଃଶାସନ ଦାସ, କୃଷ୍ଣ ପ୍ରସାଦର ବ୍ଲକ ଅଧ୍ୟକ୍ଷ ପ୍ରତିମା ସାହୁ, କୃଷ୍ଣପ୍ରସାଦ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଏହି ନିଜସ୍ୱ ସାମରିକ ରଣକୌଶଳ ପାଇକ ଆଖଡ଼ା କ୍ରୀଡ଼ାକୁ ପ୍ରଦର୍ଶନ କରୁଥିବା ପାଇକମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏହାର ପ୍ରଚାରପ୍ରାସର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ୫ହଜାରରୁ ଊଦ୍ଧ୍ୱର୍ ଲୋକ ଉପସ୍ଥିତ ଥିଲେ । ଓଡ଼ିଆ ପାଇକ ଆଖଡ଼ାକୁ ନେଇ ଏକ ଡକୁ୍ୟମେଟାଂରୀ ସିନେମା ଆରମ୍ଭ କରାଯାଇଛି ।

Share in top social networks!