ବିଦେଶରୁ କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ମୁଖା ଖୋଲିଛି : ବିଜୁ ଯୁବ ଜନତା ଦଳ

bjd
ବିଦେଶରୁ କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ସରକାର ନିର୍ବାଚନ ସମୟରେ ଭାରତବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅସମର୍ଥ ହୋଇଛନ୍ତି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ବିଜୟ ନାୟକ କହିଛନ୍ତି ।

ଏକ ପ୍ରେସ୍ ବିବୃତିରେ ଶ୍ରୀ ନାୟକ କହିଛନ୍ତି ଯେ, କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ ଦୀର୍ଘଦିନ ଧରି ଭାରତବର୍ଷରେ ଆନେ୍ଦାଳନ ଜାରି ରହିଛି । ଏହି ପ୍ରସଙ୍ଗକୁ ନିର୍ବାଚନୀ ଇସୁ୍ୟ କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ କଳାଧନ ଫେରାବା ପ୍ରସଙ୍ଗରେ ପଛଘୁଞ୍ଚା ଦେବା କଳାଧନ ଜମାକାରୀଙ୍କ ପ୍ରତି ଥିବା ଅହେତୁକ ଦୁର୍ବଳତା ସ୍ପଷ୍ଟ ନମୂନା ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଏବେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ପରେ କଳାଧନ ଜମାକାରୀଙ୍କ ତାଲିକା ସର୍ବସମ୍ମୁଖରେ ପ୍ରକାଶ ନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଦେଶବାସୀଙ୍କର ସନେ୍ଦହ ସୃଷ୍ଟି ହୋଇଛି । ବିଦେଶରେ ଗଚ୍ଛିତ କଳାଧନ ଦେଶକୁ ଫେରିଆସିଲେ ଦେଶର ଅର୍ଥନୀତି ମଜଭୁତ ହେବା ସହ ଅନଗ୍ରସର ଭାରତବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଏବଂ ମାଗଣାରେ ଖାଦ୍ୟ ଯୋଗାଇବା ଭଳି ସମସ୍ୟା ସମାଧାନ ହୋଇପାରନ୍ତା । ବିଶେଷକରି ଦୀର୍ଘଦିନ ଧରି ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିକରି ଆସୁଥିବା ଓଡ଼ିଶା ପରି ଅନେକ ପଛୁଆ ରାଜ୍ୟ ଏଥିରେ ଉପକୃତ ହୋଇପାରନ୍ତେ । ଏ ସମସ୍ତ କଥା କେନ୍ଦ୍ର ସରକାର ଜାଣିଥିଲେ ମଧ୍ୟ କେବଳ କର୍ପୋରେଟ ହାଉସ୍ ପ୍ରତି ଥିବା ଅହେତୁକ ଦୁର୍ବଳତା ଯୋଗୁଁ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ଅସମର୍ଥ ହୋଇଛନ୍ତି । ଭାରତବାସୀଙ୍କୁ ଆଛା ଦିନ୍ର ସ୍ୱପ୍ନ ଦେଖାଉଥିବା ମୋଦି ସରକାର ଏଭଳି ଆଭିମୁଖ୍ୟକୁ ସାରାଦେଶରେ ଦୃଢ ନିିନ୍ଦା କରାଯାଇଛି ।

କଳାଧନ ଜମାକାରୀଙ୍କ ତାଲିକା ସର୍ବସମ୍ମୁଖରେ ପ୍ରକାଶ କଲେ କର୍ପୋରେଟ ହାଉସଙ୍କ •ନ୍ଦାରେ ଶାସନଗାଦିକୁ ଫେରିଥିବା ବିଜେପି ସରକାରଙ୍କ ଅସଲ ମୁଖା ଖୋଲିଯିବା ଭୟରେ ବିଜେପି ଦେଶବାସୀଙ୍କୁ ଧୋକା ଦେଇଛି । ମଜଭୁତ ଭାରତ ଓ ସ୍ୱଚ୍ଛ ଭାରତର ସ୍ଲୋଗାନ ଦେଉଥିବା ମୋଦି ସରକାରଙ୍କର ଶାସନ ପ୍ରକି୍ରୟା ଓ ଦେଶବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଏହି କଳାଧନ ପ୍ରସଙ୍ଗରେ ସ୍ପଷ୍ଟ ବାରି ହୋଇଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ସରକାର ଗରିବ ଭାରତବାସୀଙ୍କର ନୁହେଁ, କର୍ପୋରେଟ ହାଉସ୍ର ବୋଲି ଶ୍ରୀ ନାୟକ କହିଛନ୍ତି ।

Share in top social networks!