ଚଳିତ ଖରିଫ୍ ଋତୁରେ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଚାଷୀ ପ୍ରତିନିଧି ଓ ମିଲରମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଆଲୋଚନା

envଚଳିତ ଖରିଫ୍ ବର୍ଷରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛିା ଚାଷୀମାନେ ଯେଭଳି ସୁବିଧାରେ ଧାନ ବିକ୍ରୀ କରିପାରିବେ, ନି”ର୍ଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ଓ ଅଭାବୀ ଧାନ ବିକ୍ରୀ ହେବ ନାହିଁ, ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତିା
ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଚାଷୀ ପ୍ରତିନିଧିମାନଙ୍କ ସହିତ ଖରିଫ୍ ଋତୁରେ ଧାନ ସଂଗ୍ରହ ସମ୍ପର୍କରେ ରାଜ୍ୟସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଚାଷୀମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସମାଧାନ ନିମନ୍ତେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲୋ
ମନ୍ତ୍ରୀ ଶ୍ରୀ ଦାସବର୍ମା ଚାଷୀମାନଙ୍କର ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଥିବା ପ୍ରକାଶ କରି ଧାନ ସଂଗ୍ରହ ବ୍ୟବସ୍ଥାରେ ସରକାରଙ୍କ ନୂତନ ବ୍ୟବସ୍ଥାବଳୀ ସମ୍ପର୍କରେ ସୂଚନା ଦେଇ ଏହାର ସଫଳ କାର୍ଯ୍ୟକାରିତା ନିମେନ୍ତ ଚାଷୀମାନଙ୍କର ସହଯୋଗ କାମନା କରିଥିଲୋ ୧୦ ଲକ୍ଷ ମେଟି୍ରକ୍ ଟନ୍ ଧାନ ପାଇଁ ଓଡ଼ିଶାରେ ପ୍ରଥମ କରି କ୍ୟାପ୍ ଷ୍ଟୋରେଜ୍ ବ୍ୟବସ୍ଥା ହେଉଛିା ଏଥି ନିମନ୍ତେ ସବୁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିେ”ର୍ଶ ଦିଆଯାଇଛିା ଚଳିତ ବର୍ଷ ଏହାକୁ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯାଉଛି ଓ ଆଗାମୀ ବର୍ଷ ଏହାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତିା ଏହା ଫଳରେ ମଣ୍ଡିରେ ଚାଷୀମାନେ ଆଉ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ଆଶା ପ୍ରକାଶ କରିଛନ୍ତିା
ମଣ୍ଡିକୁ ବ୍ୟବସ୍ଥିତ କରିବା, ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ ପାଇଁ ସରକାର ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତିା ଓଏପିଏମ୍ ଆକଫରେ ଆବଶ୍ୟକ ସଂଶୋଧନ ଅଣାଯାଉଛିା ମଣ୍ଡିର ବିକାଶ ନିମନ୍ତେ ଜିଲ୍ଲାପାଳମାନଙ୍କୁ ୫୦ ଲକ୍ଷ ଟଙ୍କା ଓ ଉପ-ଜିଲ୍ଲାପାଳମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାର ଆର୍ଥିକ କ୍ଷମତା ପ୍ରଦାନ ନିମନ୍ତେ ବ୍ୟବସ୍ଥା ହେଉଛିା ଏହା ଫଳରେ ସ୍ଥାନୀୟ ଆବଶ୍ୟକତା ଭିତ୍ତିରେ ମଣ୍ଡିର ଉନ୍ନତିକରଣ ପାଇଁ ଆଉ ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତିା
ଚଳିତ ବର୍ଷ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଧାନ ଚାଷୀମାନଙ୍କର ଆଗୁଆ ପଞ୍ଜିକରଣ କରାଯାଇଛିା ଏହା ଫଳରେ ପଞ୍ଜିକୃତ ଚାଷୀମାନଙ୍କ ପାଖରେ ଉପଲବ୍ଧ ବଳକା ଧାନର ପରିମାଣର ସଠିକ୍ ଆକଳନ କରାଯିବା ସହ ଜିଲ୍ଲାଓ୍ୱାରୀ ଧାନ ସଂଗ୍ରହ ଲକ୍ଷ୍ୟର ପରିମାଣ ଜାଣିହେବା ଚାଷୀମାନଙ୍କୁ ଧାନ ବିକ୍ରୀର ତାରିଖ ଓ ପରିମାଣ ସମ୍ପର୍କରେ ଆଗୁଆ ଜଣାଇ ଦିଆଯିବା ଚାଷୀମାନଙ୍କ ଅନୁରୋଧ ଫଳରେ ରେଜିଷ୍ଟ୍ରେସନ୍ ସମୟ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛିା ରାଜ୍ୟ ସରକାର ସମସ୍ତ ବଳକା ଖରିଫ୍ ଧାନ ୯୦ ଦିନ ମଧ୍ୟରେ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତିା
ଚଳିତ ଖରିଫ୍ ଋତୁରେ ୬୦ଟି ବ୍ଲକ୍ରେ ସମସ୍ତ ସମିତିରେ ଅନ୍ଲାଇନ ବ୍ୟବସ୍ଥା P-Pଚ୍ଚଟ (Pଚ୍ଚଛଛy Prଞ୍ଚcଫremenଟ୍ଟ ଅଫଟ୍ଟଞ୍ଚmଚ୍ଚଟ୍ଟiଞ୍ଚn ଗyଟଟ୍ଟem) ମାଧ୍ୟମରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଛିା ଏହି ଚାଷୀମାନଙ୍କ ଧାନ ବିକ୍ରୀ ବାବଦକୁ ପ୍ରାପ୍ୟ ୨ ଦିନ ମଧ୍ୟରେ ତାଙ୍କର ବ୍ୟାଙ୍କ୍ ଅକାଉଣ୍ଟ୍ରେ ସିଧାସଳଖ ଜମା କରିବାର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛିା
ଧାନ ସଂଗ୍ରହରେ ସମବାୟ ସମିତିର ବିଶେଷ ଭୂମିକା ରହିଛିା ପ୍ରାଥମିକ ସମବାୟ ସମିତିର ଭିତ୍ତିଭୂମି ଉନ୍ନୟନ ଓ ଦକ୍ଷତା ବୃଦ୍ଧି ନିମନ୍ତେ ବିଶେଷ ଦୃଷ୍ଟି ଦିଆଯାଉଥିବା ମନ୍ତ୍ରୀ ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତିା
ଚାଷୀ ପ୍ରତିନିଧିମାନେ ନିଜ ଅନୁଭୂତି, ଅଭିଜ୍ଞତା ଓ ଉପଲବ୍ଧି ଆଧାରରେ ଦେଇଥିବା ପ୍ରସ୍ତାବ ଓ ପରାମର୍ଶକୁ ବିଭାଗ ପକ୍ଷରୁ ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତିା
ଧାନ ସଂଗ୍ରହ ବ୍ୟବସ୍ଥାକୁ ସଫଳ ଓ ବ୍ୟବସ୍ଥିତ କରିବା ନିମନ୍ତେ ମିଲରମାନଙ୍କ ସହ ଆଲୋଚନା ହୋଇଥିଲାା ମିଲରମାନେ ସେମାନଙ୍କର ସମସ୍ୟା ଉପସ୍ଥାପନା କରିଥିଲେ ଓ ସେସବୁକୁ ପରୀକ୍ଷା କରାଯାଇ ବିହିତ ପଦେକ୍ଷପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲୋ
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ମଧୁସୂଦନ ପାଢୀ, ଯୋଗାଣ ନିଗମର ପରିଚାଳନା ନିେ”ର୍ଶକ ନିରଞ୍ଜନ ନାୟକ, ଅତିରିକ୍ତ ସଚିବ ରଘୁନାଥ ମହାନ୍ତି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Share in top social networks!