ମହିଳାଙ୍କ ପାଇଁ ସମିତି କାର୍ଯ୍ୟାଳୟରେ ଅଲଗା ସୈାଚାଳୟର ବ୍ୟବସ୍ଥା – ମାନ୍ୟବର ପଞ୍ଚାୟତ ରାଜ ଓ ଆଇନ ବିଭାଗ ମନ୍ତ୍ରୀ

arunsahooଭୁବନେଶ୍ୱର ପାନ୍ଥନିବାସରେ ୨୮ ଏବଂ ୨୯ ଅକ୍ଟୋବର ଚାଲିଥିବା ଅଲିଭା ମହାସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀର ଶେଷ ଦିନରେ ମାନ୍ୟବର ପଞ୍ଚାୟତ ରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁଙ୍କୁ ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ଢେଙ୍କାନାଳ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରୁ ଆସିଥିବା ଗ୍ରାମ ପଞ୍ଚାୟତରେ ମହିଳା ପ୍ରତିନିଧି ମାନେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ବ୍ଳକ୍ କାର୍ଯ୍ୟାଳୟ ମାନଙ୍କର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସୈାଚାଳୟର ବ୍ୟବସ୍ଥା କରିବା ପାଇଁ ତାଙ୍କ ବିଭାଗ ପଦକ୍ଷେପ ନେଉଛି ତଥା ମହିଳା ପ୍ରତିନିଧି ମାନଙ୍କର ଏଭଳି ଭାଗିଦାରୀତାକୁ ସେ ପ୍ରଶଂସା କରିଥିଲେ । ପ୍ରତିନିଧି ମାନଙ୍କର ଅନ୍ୟ ଦାବି ଗୁଡିକ ଥିଲା – କାର୍ଯ୍ୟ କ୍ଷେତ୍ରରେ ଯୈ÷ାନ ଉପୀôଡନ ଆଇନ୍ ଅନୁସାରେ ପଞ୍ଚାୟତକୁ କାର୍ଯ୍ୟକ୍ଷେତ୍ର ଭାବେ ଘୋଷଣା କରାଯାଉ ଓ ଗ୍ରାମ ପଞ୍ଚାୟତରେ ଏଥି ନିମନ୍ତେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମାନ ଗଠନ କରାଯାଉ, ବିବାହ, ଜନ୍ମ ଓ ମୃତୁ୍ୟ ଇତ୍ୟାଦିର ବାଧ୍ୟତାମୂଳକ ପଞ୍ଜିକରଣ ପଞ୍ଚାୟତ ସ୍ତରରେ କରାଯାଉ, ଏକକ ଓ ଅସହାୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ଖାଦ୍ୟ ସୁରକ୍ଷା ସମ୍ବଳିତ ଯୋଜନା ଗୁଡିକର ଯଥୋଚିତ କାର୍ଯ୍ୟକାରିତା ସୁନିଶ୍ଚିତ କରାଇବା ପାଇଁ ପଞ୍ଚାୟତ ସ୍ତରରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଉ, ପଞ୍ଚାୟତ ରାଜ ବ୍ୟବସ୍ଥାରେ ଥିବା ଦୁଇ ସନ୍ତାନ ନିତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ, ଗ୍ରାମ ପଞ୍ଚାୟତର ସରପଞ୍ଚ ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କର ଭତ୍ତା ବୃଦ୍ଧି କରାଯାଉ, ଘରୋଇ ହିଂସା ନିରୋଧକ ଆଇନ୍ ଅନୁଯାୟୀ ବ୍ଲକ୍ ସ୍ତରରେ ସୁରକ୍ଷା ଅଧିକାରୀ ନିଯୁକ୍ତି କରାଯାଉ, ଜାତିଗତ ପ୍ରମାଣପତ୍ର ପଞ୍ଚାୟତ ସ୍ତରରେ ଦିଆଯାଉ, ଏହି ଦାବିଗୁଡିକ ଅଲିଭା ମହାସଂଘ ତରଫରୁ କଳାହାଣ୍ଡିର ଇନ୍ଦୁମତି ପଟେଲ୍, ଗଜପତିର ଚନ୍ଦ୍ରମା କାର୍ଯି, ନୂଆପଡାର ଲତା ମିର୍ଦ୍ଧା, କନ୍ଧମାଳର ପ୍ରଭାତି ଦିଗାଲ୍, ଅନୁଗୋଳର ରଶ୍ମିତା ବେହେରା, ଦେଓଗଡର ଅମୃତପ୍ରଧାନ, ଢେଙ୍କାନାଳର ସଞ୍ଜୁ ପରିଡା, ଖୋର୍ଦ୍ଧାର ସୁଲୋଚନା ଭୋଇ, ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
ଏହି ଦୁଇ ଦିନିଆ ସମ୍ମିଳନୀରେ ଆଠଟି ଜିଲ୍ଲାର ଶତାଧିକ ମହିଳା ପ୍ରତିନିଧି ଯୋଗ ଦେଇ ନିଜର ଅଭିଜ୍ଞତା ଉପରେ ବିଶେଷ ଆଲୋକପତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇଡବ୍ଲୁଡି, ପିକକ୍, ନାରୀ ସୁରକ୍ଷା ସମିତି ଆୟଷୁକାମ, ଦାପ୍ତା, ପିପାର, ନୀପିଡିତ ଆଦି ସଂସ୍ଥା ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆଗାମୀ ଦିନ ପାଇଁ ଅଲିଭା ମହାସଂଘକୁ ସୁଦୃଢ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଦି ହଂଙ୍ଗର ପ୍ରୋଜେକ୍ଟର ସୁକାନ୍ତ ମହାପାତ୍ର ଓ ଲିତାଲି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!