ଭାରତ-ସାଉଦି ଶକ୍ତି ଆଲୋଚନା ସଫଳ : ଧର୍ମେନ୍ଦ୍ର ପ୍ରଧାନ

saudiଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଭାରତ ଏବଂ ସାଉଦିଆରବ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଆଲୋଚନା ବେଶ ଫଳପ୍ରଦ ହୋଇଛି ବୋଲି ସାଉଦି ଆରବରେ ଦୁଇଦିନିଆ ଗସ୍ତ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତିା

ଭାରତର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ କରୁଥିବା ଶ୍ରୀ ପ୍ରଧାନ ସାଉଦି ଆରବର ସରକାରଙ୍କ ସହ ସାରା ବିଶ୍ୱ, ଏସିଆ ଏବଂ ଭାରତର ତୈଳ ବଜାର, ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ତଥା ରନ୍ଧନଗ୍ୟାସର ଆବଶ୍ୟକତା, ପୁଞ୍ଜିନିବେସର ସୁଯୋଗ ତଥା ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲୋ

ଭାରତରେ ବିକାଶ ଦର ଖୁବଶୀଘ୍ର ଦୁଇଅଙ୍କ ବିଶିଷ୍ଟ ହେବାର ସମ୍ଭାବନା ପୃଷ୍ଠଭୂମିରେ ଭାରତରେ ତୈଳ ବିଶୋଧନ କ୍ଷମତାରେ ଦ୍ରୁତ ବୃଦ୍ଧି ହେଉଥିବା ଯୋଗୁ ଭାରତରେ ସାଉଦୀକମ୍ପାନୀମାନେ ତୈଳଭଣ୍ଡାର ତଥା ଏହାସହ ଜଡିତ ଡାଉନଷ୍ଟ୍ରିମ ଶିଳ୍ପରେ ବ୍ୟାପକ ପୁଞ୍ଜିନିବେଶ ସୁଯୋଗରେ ସାମିଲ ହେବାପାଇଁ ଭାରତୀୟ ପ୍ରତିନିଧିମଣ୍ଡଳ ଆଲୋଚନା ସମୟରେ ସୂଚନା ଦେଇଥିଲାା

ତୈଳ ଏବଂ ରନ୍ଧନଗ୍ୟାସ ଛଡା ହାଇଡ୍ରୋକାର୍ବନ କ୍ଷେତ୍ରରେ ଉଭୟ ଦେଶମଧ୍ୟରେ ବ୍ୟବସାୟିକ ଏବଂ ବାଣିଜ୍ୟକ ସମ୍ପର୍କକୁ ଆହୁରି ମଜଭୂତ କରାଯିବାର ବ୍ୟାପକ ସୁଯୋଗ ଥିବା ଭାରତୀୟ ପ୍ରତିନଧିମଣ୍ଡଳ ତରଫରୁ ପ୍ରକାଶ କରାଯାଇଥିଲାା

ଉଭୟ ଦେଶ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ କେବଳ ଦୁଇଦେଶ ନୁହେଁ ବରଂ ଏସିଆ ମହାଦେଶରେ ଶାନ୍ତି ଏବଂ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ଭାରତ ଏବଂ ସାଉଦୀ ଆରବ ସମାନମତ ପୋଷଣ କରିବା ସହ ଏଥିପାଇଁ କାର୍ଯ୍ୟ କରିବେ ବୋଲି ସହମତି ହୋଇଥିଲାା

ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳ କିଙ୍ଗଅବଦୁଲା ସହରରେ ପରମାଣୁ ଏବଂ ପାରମ୍ପରିକ ଶକ୍ତି କେନ୍ଦ୍ର ଭ୍ରମଣ କରିବା ସହ ଏ କ୍ଷେତ୍ରରେ ଭାରତ ସହ ସାଉଦିଆରବର ସହଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲୋ ୨୦୧୫ ମସିହା ଫେବୃୟାରୀ ମାସରେ ଭାରତରେ ହେବାକୁଥିବା ବିଶ୍ୱପାରମ୍ପରିକ ଶକ୍ତି ସମାବେଶ ମାଧ୍ୟମରେ ଭାରତ ଏହାର ଜ୍ଞାନକୌଶଳ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମରେ ସାଉଦି ଆରବ ଏଥିରେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆମନ୍ତ୍ରଣ
କରିଥିଲୋ

ଏହି ଭାରତୀୟ ପ୍ରତିନିଧିମଣ୍ଡଳରେ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ( ଏଚପିସି )ତଥା ଗ୍ୟାସ ଅଥରିଟି ଅଫ ଇଣ୍ଡିଆ (ଗେଲ )ର ଅଧ୍ୟକ୍ଷ ମାନେ ସାମିଲ ଥିଲୋ

Share in top social networks!