ଭାରତରେ ୧୦ ବିଲିୟନ ଡଲାର ପୁଂଜିନିବେଶ ପାଇଁ ଜାପାନ ଟେଲିକମ୍ ଓ ଇଂଟରନେଟ୍ ନିର୍ମାତା ସଫ୍ଟବ୍ୟାଙ୍କର ଘୋଷଣା

s2014102858250ଜାପାନର ଟେଲିକମ୍ ଓ ଇଂଟରନେଟ୍ ଜ୍ୟାଂଟ ସଫ୍ଟବ୍ୟାଙ୍କର ଅଧ୍ୟକ୍ଷ ତଥା ସିଇଓ ମାଶାୟୋସି ସୋନ୍ ନୂଆଦିଲ୍ଲୀଠାରେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦଙ୍କୁ ଭେଟି ଆଲୋଚନା କରିଛନ୍ତି । ଭାରତରେ ସଫ୍ଟବ୍ୟାଙ୍କ ଅଧିକ ପୁଂଜିନିବେଶ ସମ୍ଭାବନା ଉପରେ ଉଭୟ ନେତା ଆଲୋଚନା କରିଥିଲେ ।

ମନ୍ତ୍ରୀ ଶ୍ରୀ ପ୍ରସାଦ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଏବଂ “ ବେଗ, ମାତ୍ରା ଓ କୌଶଳ’’ ଓ “ ୩ ଡି- ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡିମାଣ୍ଡ’’ ଉପରେ ଗୁରୁତ୍ୱାରୋପ ପ୍ରସଙ୍ଗରେ ଶ୍ରୀ ସୋନ୍ଙ୍କୁ ଅବଗତ କରାଇଥିଲେ । ସେ କହିଥିଲେ ଯେ ଭାରତରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପôାଦନ ବୃଦ୍ଧି ପାଇଁ ସରକାର ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଲଷ୍ଟର ଏବଂ ଏମ୍ଏସ୍ଆଇପିଏସ୍ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପାଇଁ ଭାରତରେ ବିଶାଳ ସମ୍ଭାବନା ରହିଥିବା ସେ ଉଲ୍ଲେଖ କରିଥିଲେ । ସଫ୍ଟବ୍୍ୟାଙ୍କ ଭାରତରେ ତାର ପୁଂଜିନିବେଶ ବୃଦ୍ଧି ପାଇଁ କରିଥିବା ନିଷ୍ପତିକୁ ମନ୍ତ୍ରୀ ଶ୍ରୀ ପ୍ରସାଦ ସ୍ୱାଗତ କରିଥିଲେ । ସେ କହିଥିଲେ ଯେ ସ୍ମାର୍ଟସିଟି ପ୍ରକଳ୍ପ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଆଗାମୀ ଦିନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ଆଇଟି ସେବାର ଚାହିଦା ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ ।

ଶ୍ରୀ ସୋନ୍ ମନ୍ତ୍ରୀ ଶ୍ରୀ ପ୍ରସାଦଙ୍କୁ ସୂଚାଇଥିଲେ ଯେ ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ପୁଂଜିନିବେଶ ପାଇଁ ଏକ ନୂତନ ଆଶା ଓ ଆସ୍ଥା ସୃଷ୍ଟି କରିଛି । ଏହାଫଳରେ ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସହଯୋଗ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ । ଆଗାମୀ କିଛିବର୍ଷ ମଧ୍ୟରେ ସଫ୍ଟବ୍ୟାଙ୍କ ଭାରତରେ ପ୍ରାୟ ୧୦ ବିଲିଅନ ଡଲାର ପୁଂଜିନିବେଶ କରିବ । ଭାରତ ଏବେ ସଫ୍ଟବ୍ୟାଙ୍କର ପୁଂଜିନିବେଶ ସୂଚୀରେ ସର୍ବାଗ୍ରେ ରହିଛି ବୋଲି ଶ୍ରୀ ସୋନ୍ ସୂଚାଇଥିଲେ । ଭାରତରେ ଇ-କମର୍ସର ବିଶାଳ ସମ୍ଭାବନା ରହିଛି । ଆଗାମୀ ୧୦ବର୍ଷ ମଧ୍ୟରେ ଏହାର ବ୍ୟବସାୟ ପରିମାଣ ୦.୫ ଟି୍ରଲିଅନ୍ ଡଲାର ହୋଇପାରେ ବୋଲି ସେ ଆକଳନ କରିଥିଲେ । ଇ-କମର୍ସର ଅଭିବୃଦ୍ଧି ଭାରତରେ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବ । ଏଥିପାଇଁ ଦେଶରେ ମୋବାଇଲ ଫୋନ୍ ଭିତିଭୂମିକୁ ବଢାଇବା ଏବଂ ସ୍ପେକ୍ଟ୍ରମ୍ ଜନିତ ସମସ୍ୟା ଦୂର କରିବା ଲାଗି ସେ ମନ୍ତ୍ରୀ ଶ୍ରୀ ପ୍ରସାଦଙ୍କୁ ଅନୁରୋଧ କରିଥିଲେ ।
ମନ୍ତ୍ରୀ ଶ୍ରୀ ପ୍ରସାଦ ଶ୍ରୀ ସୋନ୍ ଭାରତ ପ୍ରତି ଦେଖାଇଥିବା ସକାରାତ୍ମକ ମନୋଭାବକୁ ସ୍ୱାଗତ କରିବା ସହ କହିଥିଲେ ଯେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ଏହା ଯଥେଷ୍ଟ ସହାୟକ ହେବ । ଭାରତ ଏକ ବିଶ୍ୱଶ୍ରେଣୀୟ ଯୋଗାଯୋଗ ନେଟୱାର୍କର ବିକାଶ ଘଟାଇବା ଲାଗି ସରକାର ଏବେ ଉଦ୍ୟମ କରୁଛନ୍ତି । ସ୍ପେକ୍ଟ୍ରମ୍ ଜନିତ ସମସ୍ୟା ଖୁବ୍ଶୀଘ୍ର ସମାଧାନ ହେବ ବୋଲି ଶ୍ରୀ ପ୍ରସାଦ ଶ୍ରୀ ସୋନ୍ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ମାଶାୟୋସୀ ସୋନ୍ ଜାପାନର ସର୍ବଶ୍ରେଷ୍ଠ ଶିଳ୍ପପତି ଏବଂ ଫୋର୍ବସ ପତ୍ରିକା ପକ୍ଷରୁ ପ୍ରସ୍ତୁତ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ସ୍ଥାନ ୪୫ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତବେଳେ ଶ୍ରୀ ସୋନ୍ ତାଙ୍କୁ ସାକ୍ଷାତ କରିବା ସହ ଭାରତରେ ଅଧିକ ପୁଂଜି ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ନୂଆଦିଲ୍ଲୀଠାରେ ମଧ୍ୟ ଶ୍ରୀ ସୋନ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସଫ୍ଟବ୍ୟାଙ୍କର ଏବେ ୯୨ ବିଲିୟନ ଡଲାରର ବିଶାଳ ବଜାର ରହିଛି । ଏହା ଜାପାନର ସର୍ବବୃହତ୍ ଟେଳିକମ୍ ଓ ଇଂଟରନେଟ୍ କର୍ପୋରେସନ୍ । ବ୍ରଡବ୍ୟାଣ୍ଡ, ଫିକ୍ସଡ ଲାଇନ୍ ଟେଲିକମ୍, ଇ-କମର୍ସ, ଅର୍ଥ, ଗଣମାଧ୍ୟମ ଓ ମାର୍କେଟିଂ କ୍ଷେତ୍ରରେ ଏହା କାରବାର କରିଥାଏ । ନିକଟରେ ସଫ୍ଟବ୍ୟାଙ୍କ କେତେକ ଭାରତୀୟ କମ୍ପାନୀରେ ମଧ୍ୟ ପୁଂଜିନିବେଶ କରିସାରିଛି ।

Share in top social networks!