ମହିଳା ନାଁରେ ହେବ ରାସନ କାର୍ଡ: ଯୋଗାଣ ସଚିବ

alibhaଭୁବନେଶ୍ୱରରେ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘର ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ମଧୂସୁଦନ ପାଢୀ ଉଦ୍ଘାଟନ କରିଥିଲେ । ସେ କହିଥିଲେ, ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକ ଅର୍ନ୍ତଭୂକ୍ତ ହେବେ । ଘରର ମହିଳାଙ୍କ ନାମରେ ଏହି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ଖାଦ୍ୟ ଅଧିକାର ଓ ନିରାପତ୍ତା କମିଟିର ଉପଦେଷ୍ଟା ରାଜକିଶୋର ମିଶ୍ର ଅଭିଯୋଗ ଶୁଣାଣୀ ପକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିମାନଙ୍କ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଏହି ସମ୍ମୀଳନୀରେ ଅନୁଗୁଳ, ଦେବଗଡ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, କଳାହାଣ୍ଡି, ନୂଆପଡା ଆଦି ୮ଟି ଜିଲ୍ଲାର ଶତାଧିକ ମହିଳା ପଞ୍ଚାୟତ ପ୍ରତିନିଧି ଯୋଗ ଦେବା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ । ରାଜ୍ୟ ମହିଳା କମିଶନର ସଦସ୍ୟା କୁସୁମ ରଥ ଓ ସ୍ନୋହାଞ୍ଜଳୀ ମହାନ୍ତି ବକ୍ତବ୍ୟ ରଖି ମହିଳା ମାନଙ୍କର ସୁରକ୍ଷାକୁ ନେଇ ପଞ୍ଚାୟତ ସ୍ତରରେ ମହିଳା, କମିଶନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ ଭାବେ ଏକୁଟିଆ ରହୁଥିବା ମହିଳା ପଞ୍ଚାୟତରେ ବିବାହ ପଂଜିକରଣ ଓ ମହିଳା ହିଂସା ଅଭିଯୋଗ, ଦୁଇ ସନ୍ତାନ ନୀତି ଉଚ୍ଛେଦ ଆଜି ଉପରେ ଆଲୋଚନା କରିଥିଲେ । ଏହି ଉସôବରେ ହଙ୍ଗର ପ୍ରୋଜେକ୍ଟର ଲିତାଲୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନର ରାଜ୍ୟ ସଂଯୋଜକ ସୁକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଓ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ଆଗେଇ ନେଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇ.ଡବ୍ଲୁ.ଡି, ପିକକ୍, ଦାପ୍ତା, ପିପାର, ନାରୀ ସୁରକ୍ଷା ସମିତି, ଆୟୁଷକାମ, ନିପିଡିତ୍ ଙ୍କୁ କୃତଜ୍ଞତା ଜଣାଇଥିଲେ । ଅଲିଭା ମହାସଂଘର ଉଦେ୍ଧଶ୍ୟ ଓ କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀରେ ମହିଳା ହିଂସା, ଖାଦ୍ୟ ସୁରକ୍ଷା, ଆଦର୍ଶ ପଞ୍ଚାୟତ, ଦୁଇ ସନ୍ତାନ ନୀତି ଆଦି ପ୍ରସଙ୍ଗ ଉପରେ ପ୍ରତିନିଧି ମାନେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରସ୍ତୁତ କରିଥିଲେ । ଏହାକୁ ବିଭିନ୍ନ ସ୍ତରରେ ପ୍ରଦାନ କରାଯିବ । ଏଥିରେ ଅର୍ଚ୍ଚନା ସାହୁ, ବିମଳା ସାହୁ, ପଦ୍ମାବତୀ ସାହୁ, ଜୟଶ୍ରୀ ପଟେଲ, ମମତା ବେହେରା ଦଳେଇ, ଗୀତାଞ୍ଜଳୀ କହଁର, ଇନ୍ଦୁମତୀ ପଟେଲ, କଲ୍ୟାଣୀ ବେହେରା, ସଂଯୁକ୍ତା ବେହେରା ପ୍ରମୁଖ ମହିଳା ପଂଚାୟତ ପ୍ରତିନିଧି ଅଲିଭା ମହାସଂଘର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

Share in top social networks!