କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା , ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟକୁ ଚାଉଳ ଯୋଗାଇ ଦେବାକୁ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଦାବି

sanjaybabuଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଉଥିବା ଚାଉଳ ଚଳିତ ବର୍ଷ ଅପ୍ରେଲ ମାସରୁ ବନ୍ଦ କରି ଦେଇଛନ୍ତି । ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏହି ଯୋଜନା ଜାରି ରଖିଛନ୍ତି । ଏହି ଯୋଜନାରେ ପୂର୍ବ ଭଳି କେନ୍ଦ୍ର ସରକାର ଚାଉଳ ଯୋଗାଇ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ।

ଆଜି ନୂଆଦିଲ୍ଲୀରେ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ନପୂର୍ଣ୍ଣା ଯୋଜନାରେ ବୃଦ୍ଧବୃଦ୍ଧା, ନିରାଶ୍ରୟ ଓ ଅକ୍ଷମ ବ୍ୟକ୍ତିମାନଙ୍କୁ ମାଗଣାରେ ମାସକୁ ୧୦ କେ.ଜି. ଚାଉଳ ଯୋଗାଇ ଦିଆଯାଇଥାଏ । କେନ୍ଦ୍ର ସରକାର ଏହି ଯୋଜନାରେ ୬୪,୮୦୦ ହିତାଧିକାରୀ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶାରେ
୬୩,୫୨୨ ହିତାଧିକାରୀ ଅଛନ୍ତି । କିନ୍ତୁ କେନ୍ଦ୍ର ସରକାର ଗତ ଅପ୍ରେଲ ମାସରୁ ଚାଉଳ ଯୋଗାଣ ବନ୍ଦ କରିଥିବାରୁ ରାଜ୍ୟ ସରକାର ନିଜସ୍ୱ ପା=ିରୁ ଏହି ଯୋଜନା ଚାଲୁ ରଖିଛନ୍ତି । ଏହି ଯୋଜନାରେ ପୂର୍ବ ଭଳି ଚାଉଳ ଯୋଗାଇ ଦେବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି । ଏହି ଯୋଜନାରେ କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ଖୁବ୍ ଶୀଘ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପାଶ୍ୱାନ ବିଭାଗକୁ ନିେ”ର୍ଶ ଦେଇଛନ୍ତିା

ଅନ୍ୟାନ୍ୟ ସାମାଜିକ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଏସ୍ସି,ଏସ୍ଟି ଛାତ୍ରାବାସ ଓ କେତେକ କଲ୍ୟାଣ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ବିପିଏଲ୍ ଦରରେ ୧୧୧୭.୫ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇ ଦେଉଥିଲେ । ଏହି ଯୋଜନାରେ ସରକାରଙ୍କ ଦ୍ୱାରା ପରିଚାଳିତ ଏସ୍ସିଏସ୍ଟି ଛାତ୍ରାବାସର ୬୨,୭୯୫ ଅନ୍ତେବାସୀ ଓ କଲ୍ୟାଣ ଅନୁଷ୍ଠାନର ୧୧,୭୦୫ ଅନ୍ତେବାସୀ ଉପକୃତ ହେଉଥିଲେ । ଏହା ମଧ୍ୟ ଗତ ଅପ୍ରେଲ ମାସରୁ କେନ୍ଦ୍ର ସରକାର ବନ୍ଦ କରିଦେଇଥିବା ବେଳେ
ରାଜ୍ୟ ସରକାର ନିଜସ୍ୱ ପା=ିରୁ ଯୋଜନା ଜାରି ରଖିଛନ୍ତି । ଏହି ଯୋଜନାରେ ପୂର୍ବ ଭଳି ଚାଉଳ ଯୋଗାଣ ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ପୂର୍ବ ଭଳି ବିପିଏଲ୍ ଦରରେ ୧୧୧୭.୫ ମେଟି୍ରକ୍ ଟନ୍ ଚାଉଳ ଯୋଗଇ ଦେବାକୁ ପ୍ରତିଶୃତି
ଦେଇଛନ୍ତିା
ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ ବିଶେଷ କରି ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରାକ୍ ମାଟ୍ରିକ୍ ସ୍ତରରେ ୨୦୦୮ରେ ଥିବା ୧୦୦୦ ଛାତ୍ରାବାସକୁ ୨୦୧୩ରେ ୪୦୦୦କୁ ବୃଦ୍ଧି କରିଛନ୍ତି । ଏହିସବୁ ଛାତ୍ରାବାସରେ ଅନ୍ତେବାସୀଙ୍କ ସଂଖ୍ୟା ୨୦୧୪ ଅଗଷ୍ଟ ମାସ ଶେଷସୁଦ୍ଧା ୪,୭୩,୭୩୭ରେ ପହଞ୍ଚିଛି । ସରକାର ପରିଚାଳିତ ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ
ଆବଣ୍ଟନ ୬୨,୭୯୫ରେ ସ୍ଥିର ଅଛି । ରାଜ୍ୟ ସରକାର ଆବଣ୍ଟନ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ବାର ବାର ଅନୁରୋଧ କରି ଚାଲିଥିଲେ ମଧ୍ୟ ଏଯାବତ୍ ତାହା ପୂରଣ ହୋଇ ନାହିଁ । ରାଜ୍ୟ ସରକାର ୪,୭୩,୭୩୭ ଅନ୍ତେବାସୀଙ୍କୁ ମାସକୁ ୧୫ କେ.ଜି. ହିସାବରେ ୭୧୦୬.୦୫୫ ମେଟ୍ରିକ୍
ଟନ୍ ଚାଉଳ ନିଜସ୍ୱ ପା=ିରୁ ଦେଉଛନ୍ତି । କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତିର ସମସ୍ତ ୪,୭୩,୭୩୭ ଅନ୍ତେବାସୀଙ୍କୁ ଚାଉଳ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ଦାବି କରିଛନ୍ତି । କେନ୍ଦ୍ରର ସାମାଜିକ କଲ୍ୟାଣ ଓ ଆଦିବାସୀ କଲ୍ୟାଣ ବିଭାଗ ସହିତ ବର୍ଦ୍ିଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚାଉଳ ଦେବାକୁ ଆଲୋଚନା କରାଯିବା ଯେହେତୁ ଏହି ଦୁଇଟି ବିଭାଗ ଏସ୍ଟିଏସ୍ସି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରିହାତି ଦେବାର ବ୍ୟବସ୍ଥା ଅଛି ସେଥି ନିମନ୍ତେ କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ
ଓ ରାଜ୍ୟ ଯୋଗାଣ ବିଭାଗ ମିଳିତ ଭାବରେ ଯୋଗଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛିା

ଏହି ସାକ୍ଷାତ ଆଲୋଚନା ସମୟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧିର କୁମାର ଓ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଉପସ୍ଥିତ ଥିଲେ ।

Share in top social networks!