ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଲକ୍ଷ୍ୟରେ ଓଡିଶା ଜୁନିୟର ରେଡ଼କ୍ରସ୍ ର ଆହ୍ୱାନ

redcrosschildସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା, ଜୁନିଅର ରେଡକ୍ରସ୍ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ ଭୁବନେଶ୍ୱର ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ୱଚ୍ଛ ଭାରତ ଅଭିଯାନର ତାପôର୍ଯ୍ୟ ତଥା ସ୍ୱାସ୍ଥ୍ୟ ସଚେତନତାର ମୂଳ ଲକ୍ଷ୍ୟ ସଂପର୍କରେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।
ଏହିପରିପ୍ରେକ୍ଷୀରେ ଆଜି ସକାଳ ୯.୦୦ଘଟିକା ସମୟରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଜୁନିଅର ରେଡକ୍ରସ୍ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖରେ ଏକ ଜନସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ଳାକାର୍ଡ ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉଦ୍ଧ୍ୱର୍ ଜୁନିଅର ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଏବଂ ପରାମର୍ଶଦାତା ତଥା କ୍ୟାପିଟାଲ ହାଇସ୍କୁଲ ୟୁନିଟ-୩, ସତ୍ୟସାଇ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨, ୟୁନିଟ-୬, ୟୁନିଟ-୮, ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୮, ୟୁନିଟ-୬, ୟୁନିଟ-୩ ଡ଼ି.ଏ.ଭି. ପବ୍ଲିକ ସ୍କୁଲ, ପୋଖରିପୁଟ, ଶିବାନନ୍ଦ ଶତବାର୍ଷିକୀ ବାଳକ ଉଚ୍ଚବିଦ୍ୟାଳୟ, ଖଣଗିରି ଓ ରେଡକ୍ରସ୍ ରାଜ୍ୟ ଶାଖାର କର୍ମଚାରୀମାନେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଅତ୍ୟନ୍ତ ଉତ୍ସାହର ସହିତ ହାତରେ ଝାଡ଼ୁ ଧରି ୟୁନିଟ-୪ ମଙ୍ଗଳା ବସ୍ତିର ଗଳିକନ୍ଦି ପରିଷ୍କାର କରିଥିଲେ । ଏହାଛଡ଼ା ହାତରେ ପତାକା ଓ ପ୍ରାଚୀର ପତ୍ର ମାଧ୍ୟମରେ ସ୍ୱଚ୍ଛତା ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ । ପରିବେଶ ନିର୍ମଳ ତଥା ସୁସ୍ଥ ଭାରତ ଗଠନ ଅଭିପ୍ରାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପ୍ରଶଂସା କରିବା ସହ ସ୍ୱତଃ ଉତ୍ସାହିତ ହୋଇ ସହଯୋଗର ହାତ ବଢ଼ାଇଥିଲେ । ଇତ୍ୟବସରରେ ରେଡ଼କ୍ରସ୍ ସୋସାଇଟି ପରିସରକୁ ପରିଷ୍କାର କରାଯାଇଥିଲା ।
ଅବୈତନିକ ଯୁଗ୍ମ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଓ ଅନୁସଚିବ ଶ୍ରୀମତୀ ଅପ୍ରମିତା ମିଶ୍ର, ଯୁବ ରେଡ଼କ୍ରସ ଅଧିକାରୀ, ଡ଼ଃ. ଦେବଦତ୍ତା ଶତପଥୀ, ନିହାର ରଞନ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କରିଥିଲେ ।

Share in top social networks!