ସନ୍ଥଯୋଗୀଙ୍କ ରେଡ଼କ୍ରସକୁ ଦାନ

redcrossସନ୍ଥଯୋଗୀ ବାବାଜୀ ଶ୍ରୀ ବଟକରା ଦାସ, ଓଡ଼ିଆ ମଠ, ବାସେଳି ସାହି, ପୁରୀ ଓ ଶ୍ରୀ ନରସିଂହ ସାମନ୍ତରାୟ, ଗୋଡ଼ି, ନୀଳଗିରିପାଟଣା, ଖୋର୍ଦ୍ଧା ବାସିନ୍ଦା ଉଭୟ ପରିଣତ ବୟସରେ ଜୀବନଯାକର ସଞ୍ଚôତ ଅର୍ଥରୁ ଟ.୨,୨୨,୨୨୨/- (ଦୁଇ ଲକ୍ଷ ବାଇଶ ହଜାର ଦୁଇଶହ ବାଇଶ ଟଙ୍କା) ର ଏକ ଚେକ୍ ଗତ ତା ୨୨.୧୦.୨୦୧୪ରିଖରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତୀୟ ରେଡକ୍ରମ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ଃ ଚକ୍ରଧର ପଣ୍ଡାଙ୍କୁ ରେଡ଼କ୍ରସ କାର୍ଯ୍ୟାଳୟରେ ଅର୍ପଣ କରିଛନ୍ତି । ଉକ୍ତ ଦୁଇ ସମାଜସେବୀଙ୍କର ଏବଂବିଧ ମହାନ୍ କାର୍ଯ୍ୟ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହି ଅବସରରେ ରେଡ଼କ୍ରସର ଅବୈତନିକ ସଚିବ ଡ଼ାଃ ଚକ୍ରଧର ପଣ୍ଡା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ରେଡକ୍ରସ ସଂସ୍ଥା ତରଫରୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

Share in top social networks!