Mukadora/Nukadora ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ନିମନ୍ତେ କୋରାପୁଟ ଦୋରା ମହାସଂଘର ପ୍ରତିନିଧି ଜୁଏଲଙ୍କୁ ଭେଟିଲେ ।

bhrgujiଅବିଭକ୍ତ କୋରାପୁଟ ଜିଲ୍ଲା ଅବହେଳିତ ଦୋରା ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମୂକାଦୋରା/ନୂକାଦୋରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ନିମନ୍ତେ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଭୁବନେଶ୍ୱର ଠାରେ ଭେଟି ଦାବୀପତ୍ର ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସମ୍ପ୍ରଦାୟ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୫୦ ହଜାରରୁ ଉଦ୍ଧ୍ୱର୍ ଅବହେଳିତ ଅବସ୍ଥାରେ ଦୀର୍ଘଦିନ ଧରି ରହିଆସୁଛନ୍ତି ।

ପୂର୍ବ କଂଗ୍ରେସ ସରକାର ଅମଳରୁ ଅଦ୍ୟାବିଧି ସେମାନେ ଆଦିବାସୀ ମାନ୍ୟତା ପାଇଁ ବିଭିନ୍ନ ସ୍ତରରେ ଦାବୀ କରିଆସୁଛନ୍ତି । ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରେ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦିଆଯାଇଛି କିନ୍ତୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ସେମାନଙ୍କୁ ମାନ୍ୟତା ମିଳିନାହିଁ । ଯାହା ଫଳରେ ଶିକ୍ଷା, ସାମାଜିକ, ଅର୍ଥନୈତିକ ବିଶେଷକରି ଜଙ୍ଗଲ ଜମି ପଟ୍ଟା ଆଦି ବାବଦରେ ସରକାରୀ ସାହାଯ୍ୟରୁ ସେମାନେ ବଂଚିତ ଅଛନ୍ତି । ସେମାନଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟର ପ୍ରତିବାଦରେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ସେମାନେ ଭୋଟ ବର୍ଜନ କରିଥିଲେ ।

କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାରୁ ଶ୍ରୀ ଓରାମଙ୍କୁ ମିଳିଥିବାରୁ ସେମାନେ ତାଙ୍କର ବହୁଦିନର ଦାବୀ ପୂରଣର ଆଶାବ୍ୟକ୍ତ କରି ବିଜେପି ରାଜ୍ୟ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ଭେଟିଥିଲେ । ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲା ଦୋରା ସମାଜ ଆବାହକ ତାଉଡ଼ୁ ଦୋରା, ସଂଘର କୋରାପୁଟ ଜିଲ୍ଲା ସଭାପତି ବୈଦନାଥ ଗେମେଲ, ସମ୍ପାଦକ ପୂର୍ଣ୍ଣ ମାଝି ଏବଂ ସନ୍ତୋଷ ବାବୁ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ । ସେମାନଙ୍କର ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ଓରାମ ଗୁରୁତର ସହ ଗ୍ରହଣ କରିଥିଲେ ଏବଂ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଥିଲ ।

Share in top social networks!