ହାମାରା ବଚ୍ପନ୍ ଚାଇଲ୍ଡ ଲିଡର ପାଳିଲେ ସୁରକ୍ଷିତ ଦିପାବଳୀ

hbsସହରାଂଚଳ ବସ୍ତିମାନଙ୍କରେ ବସବାସ କରିଥିବା ଶିଶୁ ମାନଙ୍କ ମଧ୍ୟରେ ସୁରକ୍ଷିତ ଏବଂ ପ୍ରଦୁଷଣ ମୁକ୍ତ ପରିବେଶର ସନେ୍ଦସ ନେଇ ହମାରା ବଚପନ ଅଭିଯାନର ଚାଇଲ୍ଡ ଲିଡରମାନଙ୍କ ଦ୍ୱାରା “ସୁରକ୍ଷିତ ଶୈଶବ ପାଇଁ ସୁରକ୍ଷିତ ଦିପାବଳୀ” ପାଳିତ ହୋଇଯାଇଛି । କାରଗିଲ ବସ୍ତିଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ହାମାରା ବଚ୍ପନ୍ ଚାଇଲ୍ଡ କ୍ଲବ୍ ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେେ ଯେଉଁଠାରେ କି ବାଣ ବଦଳରେ ବିଭିନ୍ନ ଖେଳ ମାଧ୍ୟମରେ ଦିପାବଳୀ ପାଳନ କରାଯାଇଥିଲା ।

“ବାୟୁ ପ୍ରଦୁଷଣ ରୋକିବା ପାଇଁ ଏହିଭଳି କାର୍ଯକ୍ରମ ହେଉଛି ଏକ ପ୍ରମୁଖ ମାଧ୍ୟମ ଏବଂ ଏ କ୍ଷେତ୍ରରେ ହାମାରା ବଚ୍ପନ ଅଭିଜାନ ବହୁତ ଭଲ କାମ କରୁଛି , ବସ୍ତି ର ଶିଶୁମାନେ ଆର୍ନ୍ତଜାତିକ ସମ୍ମିଳନୀ ରେ ଯୋଗ ଦେଇ ରାଜ୍ୟକୁ ଗର୍ବାନ୍ନିତ କରିଛନ୍ତି ଏବଂ ଏହି ଶିଶୁମାନେ ହେଉଛିନ୍ତି ଦେଶର ଭବିଷ୍ୟତ, ଶିଶୁମାନେ ହି ଏକତ୍ରିତ ହୋଇ ପ୍ରଦୁଶଣ ମୁକ୍ତ ସମାଜ କ୍ଷ୍ରେତ୍ରରେ ଥିବା ଏହି ସନେ୍ଦଶକୁ ଅନ୍ୟ ମାନଙ୍କ ପାଖରେ ପହଂଚାଇ ପାରିବେ” ବୋଲି ଭୁବନେଶ୍ୱର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜ ବକ୍ତବ୍ୟ ରଖିଛନ୍ତି

କାର୍ଯକ୍ରମରେ ଭୁବନେଶ୍ୱର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଅତିରିକ୍ତ ଡେପୁଟି ପୋଲିସ କମିସନର ଶ୍ରୀ ନିର୍ମଳ ଶଥପଥୀ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ ।

କାଯକ୍ରମରେ ଶିଶୁମାନେ କାନଭାସ ପେଂଟିଙ୍ଗ, ରଙ୍ଗୋଲି ଏବଂ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ । “ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ମୁଁ ଅତ୍ୟନ୍ତ ଖୁସି, ବାଣ ଫୁଟାଇବା ଦ୍ୱାରା ଶିଶୁମାନେ ଶ୍ୱାସ ଜନ୍ଖଚ୍ଛ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ଏହିଭଳି ପ୍ରଦୁଷଣମୁକ୍ତ ଦିପାବଳୀ ପାଳନ କରିବା ଦ୍ୱାରା ସମଗ୍ର ପରିବେଶ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ନିଳାଦ୍ରୀ ବିହାର ବସ୍ତିର ୧୦ ବର୍ଷିୟ ଶୁଶ୍ରୀ ପ୍ରୀୟଦର୍ଶିନୀ ଜଣାଇଛନ୍ତି । କାର୍ଯକ୍ରମରେ “ତତ୍ୱ” ବ୍ୟାଣ୍ଡର ଗୀତ ତାଳେ ତାଳେ ଶିଶୁମାନେ ଝୁମିଥିଲେ ।

ହମାରା ବଚପନ ହେଉଛି ଏକ ଜାତୀୟ ଅଭିଯାନ ଯାହା ସହରାଂଚଳର ବସ୍ତିମାନଙ୍କରେ ବସବାସ କରୁଥିବା ଶିଶୁମାନଙ୍କ ସୁରକ୍ଷିତ ଏବଂ ସୁସ୍ଥ ପରିବେଶ ଉପଯୋଗୀ ବାସଗୃହ ପାଇଁ କାର୍ଯ କରିଥାଏ । “ସେଫ୍ ଦିବାଲି ଫର ଏ ସେଫ୍ ବଚ୍ପନ” ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ବସ୍ତି ଅଂଚଳର ଶିଶୁ ସେହି ଶିଶୁମାନଙ୍କ ପାଇଁ ଯେଉଁମାନେ କି ଦିପାବଳୀ ପାଳନ ପାଇଁ ଉପଯୁକ୍ତ ସ୍ଥାନର ଅଭାବ ହେତୁ ଦିପାବଳୀ ପାଳନ କରିପାରନଥାନ୍ତି । ବସ୍ତିମାନଙ୍କରେ ଗୃହମାନଙ୍କ ମଧ୍ୟରେ ସ୍ଥାନର ଅଭାବ ହେତୁ ବହୁ ସମୟରେ ଶିଶୁମାନେ ଦୁଃର୍ଘଟଣାର ସମ୍ମୁଖିନ ହୋଇଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଭାରତରେ ପ୍ରତ୍ୟେକ ବର୍ଷ ୧୦୦୦୦୦୦ ଶିଶୁମାନେ ଦିପାବଳୀ ପାଳନ ସମୟରେ ଦୁଃର୍ଘଟଣାର ଶିକାର ହୋଇଥାନ୍ତି । ତେଣୁ ଏହି ଶିଶୁମାନଙ୍କ ଉତମ ଏବଂ ସୁରକ୍ଷିତ ପରିବେଶ ପାଇଁ ଅଭିଯାନ ସଦା ସର୍ବଦା ଚେଷ୍ଟିତ ।

Share in top social networks!