ଆଳୁ ବିହନ ଉତ୍ପାଦନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

odisha-map ଆଜି ରାଜ୍ୟ ସରକାରଙ୍କର କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏବଂ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମାଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଏବଂ ଜାତୀୟ ବିହନ ନିଗମ ମଧ୍ୟରେ ଆଳୁ ବିହନ ଉŒାଦନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛିା ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟାନକୃଷି ନିେ”ର୍ଶକ ଡଃ ସଞ୍ଜୀବ କୁମାର ଚଢା ଏବଂ ଜାତୀୟ ବିହନ ନିଗମ ତରଫରୁ କୋଲକତାସ୍ଥିତ ଜାତୀୟ ବିହନ ନିଗମର ଆଞ୍ଚଳିକ ପରିଚାଳକ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ସ୍ୱାକ୍ଷର କରିଛନ୍ତିା

ଏହି ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ଆଳୁ ଆମ ରାଜ୍ୟର ମୁଖ୍ୟ ପରିବାା ରାଜ୍ୟରେ ବାର୍ଷିକ ପ୍ରାୟ ୧୦ ଲକ୍ଷ ୫୦ ହଜାର ମେଟି୍ରକ୍ ଟନ ଆଳୁର ଆବଶ୍ୟକତା ଥିବା ସମୟରେ ରାଜ୍ୟରେ ବାର୍ଷିକ ୨ରୁ ୨.୫ ଲକ୍ଷ ମେଟି୍ରକ୍ ଟନ୍ ଆଳୁ ଉŒାଦିତ ହେଉଛିା ବାର୍ଷିକ ପ୍ରାୟ ୮ରୁ ୯ ଲକ୍ଷ ମେଟି୍ରକ୍ ଟନ୍ ଆଳୁ ଆମଦାନୀ କରିବାକୁ ପଡୁଛିା ଆମ ରାଜ୍ୟରେ ୬୦ ଦଶକରେ ବାର୍ଷିକ ୨୫ ହଜାରରୁ ୩୦ ହଜାର ହେକଫର ଜମିରେ ଆଳୁ ଚାଷ ହେଉଥିବା ସମୟରେ ଏହା ବର୍ତ୍ତମାନ ୧୪ ହଜାରରୁ ୧୫ ହଜାର ହେକଫର ମଧ୍ୟରେ ସୀମିତ ରହିଛିା

ଆଳୁ ଚାଷର ମୁଖ୍ୟ ସମସ୍ୟା ମଧ୍ୟରେ ବିହନ ଆଳୁ ଠିକ୍ ସମୟରେ ନ ମିଳିବା, ଶୀତଳ ଭଣ୍ଡାରର ଅଭାବ ଇତ୍ୟାଦି ରହିଛିା ଆଳୁ ଉŒାଦନରେ ସ୍ୱାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତିା ଏଥିରେ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ସହଯୋଗ ଲୋଡାଯାଇଛିା
ଆଳୁ ଉŒାଦନ ବଢାଇବାରେ ଉନ୍ନତ ଆଳୁ ବିହନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏା ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ବିହନ ଅନ୍ୟ ରାଜ୍ୟରୁ ଆସୁଛିା ଅନ୍ତଃରାଷ୍ଟ୍ରୀୟ ସଂସ୍ଥା(ସିଆଇପି)କୁ ଆମ ଫସଲ ପର୍ଯ୍ୟାୟ ସହିତ ଖାପ ଖାଇଲା ପରି ସହଳ କିସମ ବିହନ ଯୋଗାଇବାକୁ କୁହାଯାଇଛିା କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମଳା ୨୦୦ କ୍ୱିଣ୍ଟାଲ ପ୍ରଜଜକଙ୍କ ବିହନ ଚଳିତ ବର୍ଷ ଯୋଗାଇ ଦେଇଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ଅଧିକ ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତିା

ବିହନ ଉŒାଦନ ଓ ବିକ୍ରୟରେ ସାରା ଦେଶରେ ଜାତୀୟ ବିହନ ନିଗମ ଅଗ୍ରଣୀ ଭୂମିକା ଗ୍ରହଣ କରିଛିା ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଜାତୀୟ ବିହନ ନିଗମ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଆଳୁ ବିହନ ଉŒାଦନ
କରିବା ଓଡ଼ିଶାରୁ ଉŒାଦିତ ବିହନ ଉପରେ ୭.୫% ଏବଂ ଓଡ଼ିଶା ବାହାରେ ଉŒାଦିତ ବିହନ ଉପରେ ୫% ଲାଭ ରଖି ଓଡ଼ିଶାର ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ବିହନ ଯୋଗାଇବାରେ ସହଯୋଗ କରିବା ଚଳିତ ବର୍ଷ ୫୦ ହଜାର କ୍ୱିଣ୍ଟାଲ ଆଳୁ ଏବଂ ୧ ହଜାର ୫୦୦ କ୍ୱିଣ୍ଟାଲ ପିିଆଜ ମଞ୍ଜି ଉŒାଦନ କରି ଆସନ୍ତା ବର୍ଷ ଯୋଗାଇବାର ଲକ୍ଷ୍ୟ ରଖାଯାଇଛିା ସେହିପରି ୨୦୧୬-୧୭ରେ ୧ ଲକ୍ଷ କ୍ୱିଣ୍ଟାଲ ଆଳୁ ଓ ୨ ହଜାର କ୍ୱିଣ୍ଟାଲ ପିଆଜ ବିହନ ଏବଂ ୨୦୧୭-୧୮ରେ ୧ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଆଳୁ ଓ ୨ ହଜାର ୫୦୦ କ୍ୱିଣ୍ଟାଲ ପିଆଜ ବିହନ ଉŒାଦନ କରି ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଛନ୍ତିା

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବର୍ମା କହିଲେ ଯେ, ଉଦ୍ୟାନକୃଷି ବିଭାଗ ମାଧ୍ୟମରେ ଚାଷୀମାନଙ୍କୁ ବିହନଗୁଡିକ ଯୋଗାଇ ଦିଆଯିବା ସରକାର ନାସିକ ସ୍ଥିତ ଏନ୍ଏଚ୍ଆର୍ଡିଏଫ୍ ସହିତ ପିଆଜ ଓ ଆଳୁ ବିହନ ଉŒାଦନ ପାଇଁ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ବୋଲି ସେ କହିଥିଲୋ

Share in top social networks!