ମହାନଗର କବାଡିରେ ଲୁମ୍ବିନ ପ୍ରଭାତ ଚମ୍ପିୟାନ

rssରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ତରଫରୁ ମହାନଗର ସ୍ତରୀୟ କବାଡି ପ୍ରତିଯୋଗିତା ସ୍ଥାନୀୟ ଶୈଳଶ୍ରୀ ବିହାର ଦୁର୍ଗାପୂଜା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୮ ବର୍ଷରୁ ଉଦ୍ଧ୍ୱର୍ ତରୁଣ ବିଭାଗରେ ଅନୁଷ୍ଠିତ ଏହି କବାଡି ପ୍ରତିଯୋଗୀତାରେ ୧୦ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଲୁମ୍ବିନ ପ୍ରଭାତ ୪୭ ପଏଣ୍ଟ ପାଇ ଚମ୍ପିୟାନ ହୋଇଥିବା ବେଳେ ଶୈଳଶ୍ରୀ ବିହାର, ଫେଜ-୬ର ମଙ୍ଗଳ ପାଣ୍ଡେ ପ୍ରଭାତ ଶାଖା ୪୬ ପଏଣ୍ଟ ପାଇ ଦିତ୍ୱୀୟ ସ୍ଥାନରେ ରହିଥିଲା ।

ନୟାପଲ୍ଲୀର ଚନ୍ଦ୍ରଶେଖର ଆଜାଦ ୨୭ ପଏଣ୍ଟ ପାଇ ତୃତୀୟ ଓ ବାଣୀବିହାରର ରାମକୃଷ୍ଣ ପ୍ରଭାତ ୨୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ହାଉସିଂବୋର୍ଡ ଚନ୍ଦ୍ରଶେଖରପୁରର ଚନ୍ଦ୍ରଶେଖର ପ୍ରଭାତ,ଶୈଳଶ୍ରୀ ବିହାର, ଫେଜ-୨ର ଛତ୍ରପତି ପ୍ରଭାତ,ନିଳାଦ୍ରୀ ବିହାରର ନିଳାଦ୍ରୀ ପ୍ରଭାତ,ହରେକୃଷ୍ଣ ନଗରର ମାତାରିଣୀ ପ୍ରଭାତ ଶାଖା, ନୟାପଲ୍ଲୀର ବାଲୁକେଶ୍ୱର ପ୍ରଭାତ ଶାଖା ଆଦି ଦଳ ଏହି କବାଡି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ସେହିପରି ୧୭ ବର୍ଷରୁ କମ୍ ତରୁଣ ବିଭାଗରେ ଅନୁଷ୍ଠିତ କବାଡି ପ୍ରତିଯୋଗୀତାରେ ଚନ୍ଦ୍ରଶେଖର ଆଜାଦ ସାୟଂ ୨୯ ପଏଣ୍ଟ ପାଇ ଚମ୍ପିୟାନ ହୋଇଥିବା ବେଳେ ନିଳାଦ୍ରୀ ପ୍ରଭାତ ୧୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ବୋଲି ମହାନଗର ବୌଦ୍ଧିକ ପ୍ରମୁଖ ଦେବୀ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।

ମହାନଗର କବାଡି ପ୍ରତିଯୋଗୀତାର ପୁରସ୍କାର ବିତରଣୀ ଉତ୍ସବରେ ଆରଏସ୍ଏସ୍ର ପୁରୀ ବିଭାଗ ପ୍ରଚାରକ ଶ୍ରୀ ସୃଷ୍ଟିଧର ବିଶ୍ୱାଳ ମୁଖ୍ୟବକ୍ତା,ବିଭାଗ ଶାରୀରିକ ପ୍ରମୁଖ ଟୁନା ସାହୁ ମୁଖ୍ୟ ଅତିଥି ଓ ମହାନଗର ସହ-କାର୍ଯ୍ୟବାହ ଜୟକୃଷ୍ଣ ପୃଷ୍ଟି ସମ୍ମାନୀତ ଅତିଥିରୂପେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପ୍ରତୁ୍ୟଷ ଦାସ,ରାଜୁ ଦଳବେହେରା, ଆନନ୍ଦ ପୃଷ୍ଠି, ଲିଙ୍ଗରାଜ ବେହେରା ପ୍ରମୁଖ ଏହି କ୍ରୀଡାକୁ ପରିଚାଳନା କରିଥିଲେ ।

Share in top social networks!