ବିଶ୍ୱ ଆୟୋଡିନ୍ ଅଭାବ ଜନିତ ରୋଗ ଓ ଅସୁସ୍ଥତା ନିରୋଧ ଦିବସ ପାଳନ

iodineଆୟୋଡିନ୍ ହେଉଛି ଏକ ପ୍ରାକୃତିକ ଉପାଦାନ , ଯାହାକି ମଣିଷ ଜୀବନ ପାଇଁ ଏକାନ୍ତ ଆବଶ୍ୟକ । ମଣିଷ ଶରୀରର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆୟୋଡିନ୍ର ନିୟମିତ ଯୋଗାଣ ଉପରେ ନିର୍ଭର କରେ । ଯଥେଷ୍ଟ ଆୟୋଡିନ୍ ର ଅଭାବରେ ନବଜାତ ଶିଶୁର ମସ୍ତିଷ୍କ ତଥା ଶରୀରର ବିକାଶ ସବୁଦିନ ପାଇଁ ବାଧାପ୍ରାପ୍ତ ହୋଇଥାଏ । ବାଲ୍ୟାବସ୍ଥା , ତରୁଣାବସ୍ଥା ଓ ଗର୍ଭାବସ୍ଥାରେ ଆୟୋଡିନ୍ ନିତ୍ୟାନ୍ତ ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିଶ୍ୱ ଆୟୋଡିନ୍ ଅଭାବ ଜନିତ ରୋଗ ଓ ଅସୁସ୍ଥତା ନିରୋଧ ଦିବସ ୧୦୧୪ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ବକ୍ତାମାନେ ମଣିଷର ସାଧାରଣ ଅଭିବୃଦ୍ଧି , କ୍ରମବିକାଶ ଏବଂ ଉଭୟ ମସ୍ତିସ୍କ ଓ ଶରୀରର କାର୍ଯ୍ୟ ନିର୍ବାହ ପାଇଁ ଆୟୋଡିନ୍ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି । ଖାଦ୍ୟରେ ଆୟୋଡିନ୍ ଅଭାବ ହେଲେ ଗର୍ଭବତୀ ମହିଳା , ଗର୍ଭସ୍ଥ ଶିଶୁ ଏବଂ ନବଜାତକ ମାନଙ୍କର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ଯାହାଦ୍ୱାରା ଗର୍ଭପାତ , ମୃତ ଶିଶୁ ଜନ୍ମ , ବିକଳାଙ୍ଗ , ମାନସିକ ବିକାର ଏବଂ ଗଳଗଣ୍ଡ ରୋଗ ଆଦି ହୋଇଥାଏ । ଏଣୁ ଆୟୋଡିନ ଯୁକ୍ତ ଲବଣ ବ୍ୟବହାର କଲେ ଏହି ଅଭାବ ଜନିତ ରୋଗ ନିୟନ୍ତ୍ରଣ ହେବା ସହ ଆମେ ଏକ ସୁସ୍ଥ ସମାଜ ଗଠନ କରିପାରିବା । ଏ ନେଇ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ମଧ୍ୟ ସୃଷ୍ଟି ହେବା ଉପରେ ବକ୍ତାମାନେ ଗୁରୁତ୍ୱ ଆରୋପ କରିଥିଲେ ।

ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଦୁର୍ଗାମାଧବ ଶତପଥୀ ମୁଖ୍ୟବକ୍ତା , ଫୁଡ୍ସେପ୍ଟି କମିଶନର ବିଜୟ ନାୟକ , ନର୍ସିଂ ନିଦେ୍ର୍ଧଶକ ଡାଃ ରାଜାରାଣୀ ହାଜରା ,ଅତିରିକ୍ତ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ ବିକ୍ରାନ୍ତ କିଣ୍ଡୋ ଏବଂ ଯୁଗ୍ମନିଦେ୍ର୍ଧଶକ ଡାଃ ବିକାଶ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ମିଳିତ ସ୍ୱାସ୍ଥ୍ୟ ନିଦେ୍ର୍ଧଶାଳୟର କର୍ମଚାରୀ ମାନଙ୍କ ତରଫରୁ ଆୟୋଡିନ୍ ଅଭାବ ଜନିତ ସମସ୍ୟା ଉପରେ ନାଟକ ପରିବେଷଣ କରାଯାଇଥିଲା ।

Share in top social networks!