ବିଦ୍ୟାଳୟ ମନ୍ତ୍ରୀଙ୍କ ସହ ସ୍ପିକ୍ ମ୍ୟାକେର ପ୍ରତିନିଧିମାନଙ୍କ ଆଲୋଚନା

MAP-7ଆଜି ଅପରାହ୍ନରେ ଓପେପା ସମ୍ମିଳନୀ ଗୃହରେ “ସୋସାଇଟି ଫର ଦି ପ୍ରମୋସନ୍ ଅଫ୍ ଇଣ୍ଡିଆନ୍ କ୍ଲାସିକାଲ ମୁ୍ୟଜିକ୍ ଆଣ୍ଡ କଲଚର ଏମୋଙ୍ଗଷ୍ଟୟୁଥ୍’ (ସ୍ପିକ୍ ମ୍ୟାକେ) ନୂଆଦିଲ୍ଲୀର ପ୍ରତିନିଧି ପଦ୍ମଶ୍ରୀ କିରଣ ସେଠ୍, ଓଡ଼ିଶାର ଧନଦା ମିଶ୍ର, ଦିଲ୍ଲୀର ପ୍ରଫେସର ମୋନିକା ଦାସ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ରଙ୍କ ସହ ଅନ୍ୟାନ୍ୟ ରାଜ୍ୟ ପରି ଓଡ଼ିଶାରେ ବିଦ୍ୟାଳୟ ବିଭାଗ ସହାୟତାରେ ଛାତ୍ର ଓ ଯୁବକମାନଙ୍କୁ ଭାରତୀୟ କ୍ଲାସିକାଲ୍ ମୁ୍ୟଜିକ୍ ଓ ସଂସ୍କୃତି ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ଆଲୋଚନା କରିଥିଲୋ ମନ୍ତ୍ରୀ ଶ୍ରୀଯୁକ୍ତ ମିଶ୍ର କହିଲେ ଯେ ଭାରତୀୟ ସଙ୍ଗୀତ ଓ ସଂସ୍କୃତିର ଶାସ୍ତ୍ରୀୟତା ସମ୍ପର୍କରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବାରେ ସ୍ପିକ୍ ମ୍ୟାକେର ଭୂମିକାକୁ ପ୍ରଶଂସା କରିଥିଲୋ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲୋ

ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଓପେପା ନିେ”ର୍ଶକ ଶ୍ରୀ ମହେନ୍ଦ୍ର ମଲ୍ଲିକ, ରାମସା ନିେ”ର୍ଶକ ଶ୍ରୀ ପ୍ରେମାନନ୍ଦ ଖୁଣ୍ଟିଆ ଆଲୋଚନାରେ ଅଂଶଗ୍ରହଣ କରିଥଲୋ ପଦ୍ମଶ୍ରୀ କିରଣ ସେଠ୍ ଭାରତର ବିଭିନ୍ନ ରାଜ୍ୟରେ ସ୍ପିକ୍ ମ୍ୟାକେ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଆରମ୍ଭ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲାା

Share in top social networks!