ପେନସନ୍ ଭୋଗୀଙ୍କୁ ଅତିରିକ୍ତ ୭% ମହଙ୍ଗାଭତ୍ତା

MAP-9ରାଜ୍ୟ ସରକାରଙ୍କ ପେନସନ୍ଭୋଗୀ ଓ ପରିବାର ପେନସନ୍ଭୋଗୀମାନଙ୍କୁୁ ଅତିରିକ୍ତ ୭% ମହଙ୍ଗାଭତ୍ତା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଏହା ପିଛିଲା ଭାବେ ଜୁଲାଇ, ୨୦୧୪ରୁ ଲାଗୁ କରାଯିବା ବର୍ତ୍ତମାନ ୧୦୦% ମହଙ୍ଗାଭତ୍ତା ମିଳୁଥିବା ବେଳେ ଏହା ୧୦୭%କୁ ବୃଦ୍ଧି କରାଯାଇଛି ବୋଲି ଅର୍ଥ ବିଭାଗରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛିା

ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟ ରାଜକୋଷ ଉପରେ ଚଳିତ ଆର୍ଥିକ ବର୍ଷରେ (ଜୁଲାଇ, ୨୦୧୪ରୁ ଫେବୃଆରୀ, ୨୦୧୫ ପର୍ଯ୍ୟନ୍ତ)୧୪୦ କୋଟି ଟଙ୍କାର ଅତିରିକ୍ତ ଭାର ପଡିବା ଏହା ଦ୍ୱାରା ରାଜ୍ୟ ସରକାରଙ୍କର ୩ଲକ୍ଷ ପେନସନଭୋଗୀ ଓ ପରିବାର ପେନସନଭୋଗୀ ଉପକୃତ ହେବୋ ଏହି ବର୍ଦ୍ିଧିତ ମହଙ୍ଗାଭତ୍ତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ପେନସନଭୋଗୀ ଏବଂ ପରିବାର ପେନସନ୍ଭୋଗୀଙ୍କ ପାଇଁ ମଧ୍ୟ ଲାଗୁ ହେବା

Share in top social networks!