ରକ୍ତ ହୀନତା ଜନିତ ମାତୃ ମୃତ୍ୟୁହାର ହ୍ରାସ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଉ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ନେଇ ଯୋଜନା

MAP-6ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ ନିମନ୍ତେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି । ମାତୃ ମୃତ୍ୟୁ ପାଇଁ ଯେଉଁ ୬ଟି କାରଣ ବୋଲି ଦାୟି ବୋଲି କୁହାଯାଉଛି , ସେଥି ମଧ୍ୟରେ ରକ୍ତ ହୀନତା ଏକ ପ୍ରମୁଖ କାରଣ । ଭାରତ ବର୍ଷରେ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ରକ୍ତହୀନତା ବହୁଳ ଭାବେ ଦେଖା ଦେଇଥାଏ । ଓଡିଶାରେ ମଧ୍ୟ ଅନେକ ମହିଳା ମାନଙ୍କ ଠାରେ ରକ୍ତ ହୀନତା ପରିଲିଖିତ । ତେବେ ମାତୃ ମୃତ୍ୟୁହାର ହ୍ରାସ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି କାର୍ଯ୍ୟକାରୀ କରାଉଛନ୍ତି । ଅନ୍ୟ କାରଣ ଗୁଡିକୁ ସଫଳ ମୁକାବିଲା କରାଯିବା ସହିତ ରକ୍ତହୀନତା ଦୁର କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ମାତୃ ମୃତ୍ୟୁହାର କ୍ରମଶଃ ହ୍ରାସ ପାଇଛି । ତଥାପି ସର୍ବଭାରତୀୟ ତୁଳନାରେ ଅଧିକ ରହିଛି । ବର୍ମାନ ଦେଶରେ ମାତୃ ମୃତ୍ୟୁହାର ପ୍ରତି ଏକ ଲକ୍ଷ ମା’ଙ୍କ କ୍ଷେତ୍ରରେ ୧୭୮ ହୋଇଥିବା ବେଳେ ଆମ ରାଜ୍ୟରେ ୨୩୦ । ଏହାକୁ କିପରି ଭାବେ ତ୍ୱରାନ୍ନିତ କରାଯାଇ ପାରିବ ସେ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ବ୍ୟବସ୍ଥା କରାଯାଉଛି । ରକ୍ତହୀନତା ଦୁର କରିବା ଏବଂ ମା’ମାନଙ୍କ ଜୀବନ ବାଇବା ଦିଗରେ ଏକ ନୂତନ ପଦକ୍ଷେ ଗ୍ରହଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏ ନେଇ ଗତ କାଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ରୂପା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଚାର ଆଲୋଚନା କରାଯାଇଛି ।

ବୈଠକ ବିବରଣୀରୁ ପ୍ରକାଶ ଯେ ରକ୍ତହୀନତା ଥିବା ଗର୍ଭବତୀ ମହିଳା ମାନଙ୍କୁ କିପରି ଭାବ ଚିକିତ୍ସା କରାଗଲେ ବା କଣ କରାଗଲେ ସେମାନଙ୍କ ଜୀବନ ରକ୍ଷା ସାଙ୍ଗକୁ ତାର ଗର୍ଭସ୍ତ ଶିଶୁକୁ ମଧ୍ୟ ସହଜରେ ପ୍ରସବ କରାଯାଇ ତାକୁ ସୁସ୍ଥ ସବଳ କରାଯାଇ ପାରିବ । ଏ ନେଇ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଏକ ଅଧ୍ୟୟନ ( ଷ୍ଟଡି ) କରାଯାଉଛି । ଏହି ୨ ଦୁଇ ବର୍ଷିଆ ଅଧ୍ୟୟନ ମାଧ୍ୟମରେ ରକ୍ତହୀନତା ଗର୍ଭବତୀ ମହିଳା ମାନଙ୍କ ରକ୍ତହୀନତା ଦୁର କିରିବା ପାଇଁ ପ୍ରଦାନ କରାଯାଉଥିବା ସାଧାରଣ ଆରନ୍ ବଟିକା ବଦଳରେ ନୂତନ ଭାବେ ଆଇରନ୍ ସୁକ୍ରୋଜ ଇଂଜେକସନ୍ ଦିଆଯାଇ ପରୀକ୍ଷା କରାଯାଉଛିା ଏହାର ଫଳାଫଳ ମଧ୍ୟ ବେଶ ଉତ୍ସାହ ଜନକ ଏବଂ ଫଳପ୍ରଦ ହେଉଛି ବୋଲି ପ୍ରାଥମିକ ଭାବେ ଜଣାପଡିଛି । ତେବେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହେଲେ ଏହାକୁ ବ୍ୟାପକ ଭାବେ ପ୍ରୟୋଗ କରାଯିବ । ଏ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଫଳରେ ମାତୃ ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣକୁ ମୁକାବିଲା କରାଯିବା ସହ ମୃତ୍ୟୁହାରକୁ ରୋକା ଯାଇପାରିବ ।

ବର୍ମାନ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ କରାଯାଉଥିବା ପରୀକ୍ଷାକୁ ଆଗେଇ ନେବା ପାଇଁ ଏହାର ପ୍ରାୟ ୩୦ କି.ମି ପରିଧି ମଧ୍ୟରେ ଯେତେ ରକ୍ତହୀନତା ଗର୍ଭବତୀ ମହିଳା ଅଛନ୍ତି ସେମାନଙ୍କୁ ଏସ୍.ସି.ବିକୁ ଅଣାଯିବ । ସେଠାରେ ସେମାନଙ୍କର ୫ ଥର ବିଶେଷ ରକ୍ତ ପରୀକ୍ଷା କରାଯାଇ ଆଇରନ୍ ସୁକ୍ରୋଜ ଇଂଜେକସନ ଦିଆଯିବା ସହିତ ଅନ୍ୟାନ୍ୟ ଚିକିତ୍ସା କରାଯିବ ଏବଂ ସେହି ଠାରେ ନିର୍ଦ୍ଧାରିତ ଦିନରେ ପ୍ରସବ କରାଯିବ । ସେହିପରି ମହିଳା ମାନଙ୍କୁ ଏସ୍.ସି.ବିକୁ ମାଗଣା ପରିବହନ ସୁବିଧା ସହ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯିବ । ପ୍ରକାଶ ଥାଉକି ଗ୍ରାମାଳ ତଥା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଗର୍ଭବତୀ ମହିଳା ମାନଙ୍କୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ରାଜ୍ୟର ତିନିଟି ଯାକ ସରକାରୀ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ମଧ୍ୟ ଉପଲବ୍ଧ କରାଯାଇଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

ଗତ କାଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାସ , କେନ୍ଦ୍ର ମାତୃସ୍ୱାସ୍ଥ୍ୟ ଡେପୁଟି କମିଶନର ଡାଃ ହିମାଂଶୁ ଭୁଷଣ , ଏସ୍.ସି.ବି ମେଡିକାଲ କଲେଜ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୁଖ୍ୟ ପ୍ରଫେସର ପୂର୍ଣ୍ଣ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!