କନ୍ଧମାଳ ଲୋକସଭା ଉପନିର୍ବାଚନରେ ବିଜେଡିକୁ ବହୁମତ, ବିଜେପି ଦ୍ୱିତୀୟ, କଂଗ୍ରେସର ଉଡିଗଲା ଅମାନତ

bjdକନ୍ଧମାଳ ଲୋକସଭା ଉପନିର୍ବାଚନରେ ବିଜେଡି ବହୁମତ ପାଇଁ ବିଜୟ ହାସଲ କରିଛିା ଏଠାରେ ବିଜେପି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ କଂଗ୍ରେସ ଧରାଶାୟୀ ହୋଇଛିା ବିଜେଡିର ପ୍ରାର୍ଥୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ରୁଦ୍ରମାଧବ ରାୟଙ୍କୁ୨ ଲକ୍ଷ ୯୮ ହଜାର ୮୬୮
ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତିା

ଏହି ନିର୍ବାଚନରେ ବିଜେଡିର ପ୍ରାର୍ଥୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ ୪ ଲକ୍ଷ ୭୬ ହଜାର ୮୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ପ୍ରାର୍ଥୀ ଶ୍ରୀ ରାୟ ୧ ଲକ୍ଷ ୭୮ ହଜାର ୬୬୧ ଓ କଂଗ୍ରେସର ପ୍ରାର୍ଥୀ ଅଭିମନୁ୍ୟ ବେହେରା ୯୦ ହଜାର ୫୩୬ ଖଣ୍ଡ ଭୋଟ ପାଇଛନ୍ତିା କଂଗ୍ରେସ ପ୍ରାର୍ଥୀ ଅଭିମନୁ୍ୟ ବେହେରାଙ୍କର ଅମାନତ ଉଡିଯାଇଛିା ସାରା ଦେଶରେ ମୋଦୀ ହାଓ୍ୱା ବହୁଥିବା ବେଳେ ଏହି ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ପ୍ରମାଣ ହୋଇଥିବା ବେଳେ କଂଗ୍ରେସ ଦଳ
କନ୍ଧମାଳ ବାସୀଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ହରାଇଛିା

ଏପରିକି ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଯେଉଁ ଭୋଟ ପାଇଥିଲା ତାହାକୁ ରକ୍ଷା କରିବାରେ ଦଳ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛିା
ବିଜେଡି ଦଳ ଏଠାରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ନିଜର ପତିକ୍ରିୟା ଦେଇ କହିଲେ ଯେ
କନ୍ଧମାଳ ଲୋକସଭା ଉପନିର୍ବାଚନରେ ବିଜେଡିକୁ ଗତ ଲୋକସଭା ନିର୍ବାଚନରେ ମିଳିଥିବା ଭୋଟ ପ୍ରତିଶତ ଠାରୁ ୬ ପ୍ରତିଶତ ଅର୍ଥାତ ୫୯,୦୩୧
ଅଧିକା ଭୋଟ ମିଳିଛିା ଏହି ନିର୍ବାଚନରେ ବିଜେଡିକୁ ଯେଉଁ ସଫଳତା ମିଳିଛି ତାହା ଆଶାତୀତ ା ବିଜେଡି ଉପରେ କନ୍ଧମାଳବାସୀଙ୍କ ଆସ୍ଥା ବିଶ୍ୱାସ
ରହିଛି ତାହା ପ୍ରମାଣିତ ହୋଇଛି ବୋଲି ଫଳାଫଳ ପ୍ରକାଶ ପରେ ନିଜର ପତିକ୍ରିୟା ଦେଇ ସେ କହିଛନ୍ତିା

ଗତ ନିର୍ବାଚନରେ ବିଜୟ ହୋଇଥିବା ସାଂସଦ ହେମେନ୍ଦ୍ର ସିଂହଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଥିଲାା ଏହି ନିର୍ବାଚନରେ ଉଭୟ ବିଜେପି ଓ
କଂଗ୍ରେସ ବିଜୟ ହାସଲ କରିବେ ବୋଲି ଆଶାବାଦୀ ରହିଥିଲେ ମଧ୍ୟ ବିଜେଡି ପୂର୍ବରୁ କରିଥିବା ତାର ପୂର୍ବାନୁମାନ ଶେଷରେ ଠିକ୍ବୋ ଲି ପ୍ରମାଣ କରିଦେଇଥିଲା
ା ବିଜେଡି ପ୍ରାର୍ଥୀ ଏହି ନିର୍ବାଚନରେ ତାଙ୍କ ସ୍ୱାମୀ ପାଇଥିବା ଭୋଟ ଠାରୁ ୫୯ ହଜାର ୬୧ ଖଣ୍ଡ ଅଧିକ ଭୋଟ ପାଇଥିଲୋ ବିଜେଡି ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ଦଳର ନେତା ଠାରୁ ଆରମ୍ଭ କରି କର୍ମପର୍ଯ୍ୟନ୍ତ ବିଜୟ ଉସିବ ପାଳନ କରିଥିଲେ ା ଏଥିପାଇଁ କନ୍ଧମାଳ ଠାରୁ ଆରମ୍ଭ କରି ରାଜଧାନୀ
ଭୁବନେଶ୍ୱରରେ ନବୀନ ନିବାସ ଓ ବିଜେଡି କାର୍ଯ୍ୟାଳୟ ଉସିବମୁଖର ରହିଥିଲାା ଦଳୀୟ କର୍ମୀମାନେ ଦୁଲଦୁଲି ବାଜା, ପାରାମ୍ପରିକ, ବାଜା, ବାଣ
ଫୁଟାଇ ବିଜୟ ଉସିବକୁ ପାଳନ କରିଥିବା ଦେଖିବାକୁ ମିଳିଥିଲାା

ସ୍ୱାମୀଙ୍କ ଦେହାନ୍ତ ପରେ ବିଜେଡି ଦଳରେ ଯୋଗଦେଇ ପ୍ରଥମ ଥର ପାଇଁ କନ୍ଧମାଳ ଲୋକସଭା ଉପିର୍ବାଚନରେ ଲଢିଥିଲିା ଏହି ନିର୍ବାଚନରେ ବିଜୟୀ ହୋଇ
ଯେଉଁ ସଫଳତା ମୋତେ ମିଳିଛି ତାହା କନ୍ଧମାଳ ବାସୀଙ୍କ ସ୍ନେହ, ଶ୍ରଦ୍ଧା, ଆର୍ଶ୍ିରିବାଦ ଯୋଗୁଁ ସମ୍ଭବ ହୋଇପାରିଛିା ଏହା ବ୍ୟତିତ ଦଳୀୟ ସାଧାରଣ କର୍ମୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମିଳିଥିବା ପୂର୍ଣ୍ଣ ସହଯୋଗ ସଫଳତାର ପ୍ରମୁଖ କାରଣ ବୋଲି ବିଜେଡିର ବିଜୟୀନି ପ୍ରାର୍ଥୀ ପ୍ରତୁ୍ୟଷା
ରାଜେଶ୍ୱରୀ ସିଂହ ପ୍ରକାଶ କରିଛନ୍ତିା

ସେ କହିଛନ୍ତି ଯେ ଉପନିର୍ବାଚନରେ ଫଳାଫଳ ତାଙ୍କୁ କନ୍ଧମାଳୀ ବାସୀଙ୍କ ସେବା କରିବା ପାଇଁ ଅଧିକ ପ୍ରୋସିାହନ ଯୋଗାଇବା ଦିବଂଗତ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ସହିତ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟକୁ ଆଗେଇ ନେବାପାଇଁ ଉଦ୍ୟମ କରିବେ ବୋଲି ପ୍ରତୁ୍ୟଷା କହିଛନ୍ତିା ଅନ୍ୟପକ୍ଷରେ ଉପନିର୍ବାଚନରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀପରିଷଦ ସଦସ୍ୟ, ବିଧାୟକ, ସାଂସଦଙ୍କ ସମତେ ପଞ୍ଚାୟତ ଠାରୁ ଆରମ୍ଭ କରି
ରାଜ୍ୟସ୍ତର ପର୍ଯ୍ୟନ୍ତ କର୍ମୀ ଓ ନେତାମାନଙ୍କୁ ଶ୍ରୀମତୀ ସିଂହ ଶୁଭେଚ୍ଛା ଜଣାଇଥିଲୋ

ସେହିପରି ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟ କହିଛନ୍ତି ଯେ କଳାଟଙ୍କାର ବ୍ୟାପକ ଭାବେ ବ୍ୟବହାର କରାଗଲାା କିଛି ସ୍ଥାନରେ ଇଭିଏମକୁ ମଧ୍ୟ
ଜବରଦଖଲ କରାଗଲାା କନ୍ଧମାଳ ଅଞ୍ଚଳରେ ଟଙ୍କା ବଣ୍ଟାଯାଇ ଭୋଟର ମାନଙ୍କୁ ପ୍ରଭାବିତ କରାଗଲାା ଯାହାର ପ୍ରଭାବ ଫଳାଫଳ ଉପରେ
ପଡିଲାା ଏହାକୁ ଦେଇ ଦରକାର ପଡିଲେ କୋର୍ଟକୁ ଯିବୁ ବୋଲି ଶ୍ରୀ ରାୟ କହିଛନ୍ତିା ସେହିପରି କଂଗ୍ରେସର ପରାଜିତ ପ୍ରାର୍ଥ
ଅଭିମନୁ୍ୟ ବେହେରା କହିଛନ୍ତି ଯେ ଶାସକ ବିଜେଡି ପକ୍ଷରୁ ଅର୍ଥବଳ, ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରାଗଲା

Share in top social networks!