ଇଲେକ୍ଟ୍ରୋନିକ୍ ଚେକ୍ ବିତରଣ ବ୍ୟବସ୍ଥା, ନଭେମ୍ବର ମାସଠାରୁ ରାଜ୍ୟର ୩୦୯ଟି ଡିଭିଜନ୍ରେ କାର୍ଯ୍ୟକାରୀ ହେବ

OD-MAP-6ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରର ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଶ୍ରୀ ଉପେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଇଲେକ୍ଟ୍ରୋନିକ୍ ଚେକ୍ ବିତରଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ଓ ଜଳ ସମ୍ପଦ ବିଭାଗଗୁଡିକର ସମସ୍ତ ଦେୟ ଇଲେକ୍ଟ୍ରୋନିକ୍ ଚେକ୍ (e-cheଞ୍ଜଫe) ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବା ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ ବିତରଣର ଉପାଦେୟତା ସମ୍ବନ୍ଧରେ ବିଶଦ୍ ଭାବେ ଆଲୋଚନା ହୋଇଥିଲାା ଓଡ଼ିଶା ସରକାରଙ୍କର ବରିଷ୍ଠ ଅଧିକାରୀଗଣ, ସର୍ବୋଚ୍ଚ ଯନ୍ତ୍ରୀ, ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ଠିକାଦାରମାନେ ଏଥିରେ ଅଂଶଗ୍ରହଣ କରି ସେମାନଙ୍କର ମତବ୍ୟକ୍ତ କରିଥିଲୋ ସେମାନେ ଦେଇଥିବା ମତାମତକୁ ତର୍ଜମା କରି ସେଗୁଡିକ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବେହେରା ନିେ”ର୍ଶ ଦେଇଥିଲୋ ଅର୍ଥ ବିଭାଗର ନିେ”ର୍ଶ କ୍ରମେ ଚଳିତ ବର୍ଷ ନଭେମ୍ବର ମାସଠାରୁ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ୩୦୯ଟି ଡିଭିଜନ୍ରେ କାର୍ଯ୍ୟକାରୀ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ବେଳେ କୌଣସି ସମସ୍ୟା ଉପୁଜିଲେ, ତାଲିମପ୍ରାପ୍ତ ରିସୋର୍ସ ପରସ୍ନମାନେ ସେମାନଙ୍କୁ ସହାୟତା ଯୋଗାଇଦେବୋ
ସୂଚନାଯୋଗ୍ୟ ଯେ, ଏହି ବ୍ୟବସ୍ଥା ପ୍ରତିକାତ୍ମକ ଭାବେ ଭୁବନେଶ୍ୱରର ୬ଟି ଡିଭିଜନ୍ରେ ଚଳିତ ବର୍ଷ ସେପେଫମ୍ବର ମାସ ୨୦ ତାରିଖଠାରୁ ସଫଳତାର ସହ କାର୍ଯ୍ୟ କରୁଛିା

Share in top social networks!