ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୁଲଗେରିଆର ରାଷ୍ଟ୍ରଦୂତ

cmcmଓଡ଼ିଶା ଏବଂ ବୁଲ୍ଗେରିଆ ମଧ୍ୟରେ କୃଷି, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ମେନୁଫେକ୍ଚରିଂ କ୍ଷେତ୍ରରେ ସହଯୋଗ ପାଇଁ ବୁଲଗେରିଆର ରାଷ୍ଟ୍ରଦୂତ ମିଃ ପେଟକୋ ଦୋୟକୋଭ ପ୍ରସ୍ତାବ ଦେଇଛନ୍ତି ାବୁଲଗେରିଆର ରାଷ୍ଟ୍ରଦୂତ ଦୋୟକୋଭ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲୋ ଏହି ସାକ୍ଷାତ ସମୟରେ ଓଡ଼ିଶା ଓ ବୁଲଗେରିଆ ମଧ୍ୟରେ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ ଏବଂ ଏ କ୍ଷେତ୍ରରେ ସହଯୋଗ ପାଇଁ ମିଃ ଦୋୟକୋଭ ପ୍ରସ୍ତାବ ଦେଇଥିଲୋ

ବୈଠକ ପରେ ଆଗାମୀ ଦିନରେ ବୁଲ୍ଗେରିଆର ଏକ ବାଣିଜ୍ୟପ୍ରତିନିଧି ଦଳ ଆସି ସହଯୋଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ ବୋଲି ମିଃ ଦୋୟକୋଭ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲୋ ଅନ୍ୟ ପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୃଷି, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ଓ ଖଣିଜ କ୍ଷେତ୍ରରେ ଥିବା ବିପ୍ଳବ ସମ୍ଭାବନା ଉପରେ ଆଲୋକପାତ କରିଥିଲୋ ଓଡ଼ିଶାରେ ଚାଲିଥିବା ବିକାଶ ପ୍ରକ୍ରିୟା ଓ ବାତ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲୋ
ଏ ଆଲୋଚନା ସମୟରେ ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ଥିଲେ ।

Share in top social networks!