ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣାଧୀନ, କ୍ରମଶଃ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା-ଆକ୍ରାନ୍ତଙ୍କ ମଧ୍ୟରେ ୯୦ ପ୍ରତିଶତ ପୁରୁଷ

OD-MAP-5ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣାଧୀନ । କ୍ରମଶଃ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ପୁରୁଷ । ରାଜ୍ୟରେ ଦେଖା ଦେଇଥିବା ଡେଙ୍ଗୁ ପରିସ୍ଥିତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୭୪୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଛିା ଏହି ୯ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୪ ଜଣ , ଜଗତସିଂହପୁ ଜିଲ୍ଲାର ୨ ଜଣ , ଭଦ୍ରଖ ଜିଲ୍ଲାର ୨ ଜଣ ଏବଂ ଅନୁଗୋଳ ଜିଲ୍ଲାର ଜଣେ । ଜଣେ ମହିଳା ଡେଙ୍ଗୁ ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧୫ ଜଣ ଚିକିତ୍ସା ପରେ ଆରୋଗ୍ୟଲାଭ କରିଛନ୍ତି । ତେବେ ବର୍ମାନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି । ଚଳିତ ମାସ ଶେଷ ବେଳକୁ ଏହା ଆହୁରି ଅଧିକ ପରିମାଣରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ପୁରୁଷ । ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରେ ବିଭିନ୍ନ ଶିଳ୍ପାଳ ବିଶେଷ କରି କଳିଙ୍ଗନଗର ଶିଳ୍ପାଳରେ କାର୍ଯ୍ୟକରୁଥିବା ଲୋକ । ଆଜି ସୁଦ୍ଧା କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ୧୩୪ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣ ଆଇ.ସି.ୟୁ ରେ ଚିକିତ୍ସିତ ହେଉଛନ୍ତି । ଆଜି ରକ୍ତ ପରୀକ୍ଷା କରାଯାଇଥିବା ୨୭୯ ଜଣଙ୍କ ମଧ୍ୟରୁ ୧୨୪ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାରେ ୫୨ ଜଣ , ବାଲେଶ୍ୱରରେ ୪୭୨ , ଭଦ୍ରଖରେ ୩୧୧ , କଟକରେ ୧୭୫ , ଢେଙ୍କାନାଳରେ ୨୩୦ , ଯାଜପୁରରେ ୧୧୮୪ , ଜଗତସିଂହପୁରରେ ୪୫୫ , ଗଞ୍ଜାମରେ ୪୬ , ଝାରସୁଗୁଡାରେ ୭ , କେନ୍ଦ୍ରାପଡାରେ ୧୪୫ , କେନ୍ଦୁଝରରେ ୩୨୨ , ଖୋର୍ଦ୍ଧାରେ ୧୧୪ , ମୟୁରଭଞ୍ଜରେ ୨୫ , ପୁରୀରେ ୪୯ ଏବଂ ରାୟଗଡା ଜିଲ୍ଲାରେ ୪୭ ଜଣ ଆକ୍ରାନ୍ତ ହୋଇଛନ୍ତିା
ଚଳିତ ବର୍ଷ ଯାଜପୁର , ବାଲେଶ୍ୱର , ଜଗତସିଂହପୁର , ଭଦ୍ରଖ ଏବଂ କେନ୍ଦୁଝର ଜିଲ୍ଲାରେ ଡେଙ୍ଗୁର ପାଦୃଭାବ ହୋଇଛି । ବର୍ମାନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବଜାୟ ରଖିବା ଏବଂ ଆବଶ୍ୟକ ସ୍ଥଳେ ଅଧିକ ତ୍ୱରାନ୍ନିତ କରିବା ଶ୍ରୀମତୀ ଆହୁଜା ପରାମର୍ଶ ଦେଇଛନ୍ତି ।

Share in top social networks!