ବିଜୁ ଛାତ୍ର ଜନତା ଦଳ ତରଫରୁ କୁଜଙ୍ଗ ମହାବିଦ୍ୟାଳୟର କର୍ତ୍ତୁପକ୍ଷଙ୍କ କାର୍ଯ୍ୟକଳାପକୁ ନିନ୍ଦା

ବିଗତ ସେପ୍ଟେମ୍ବର ୨୯ରେ ସାରା ରାଜ୍ୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ୧୫ ଦିନ ବିତିଜାଇଥିଲେ ମଧ୍ୟ କୁଜଙ୍ଗ ମହାବିଦ୍ୟାଳୟ ସାରା ରାଜ୍ୟର ଏକ ବ୍ୟତିକ୍ରମ । ଏଠାରେ ଏବେବି ନିର୍ବାଚନ ପରବର୍ତ୍ତୀ ଛାତ୍ର ଅଶାନ୍ତି ଯୋଗୁଁ ଶିକ୍ଷାର ବାତାବରଣ ସୃଷ୍ଟି ହୋଇପାରୁନାହିଁ । ପରିସ୍ଥିତିର କୌଣସି ସମାଧାନ ଓ ମହାବିଦ୍ୟାଳୟରେ ଏକ ଶାନ୍ତି ପୂର୍ଣ୍ଣ ଶୈଖିକ ପରିବେଶ ଫେରିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବୋଧେ ବର୍ତ୍ତମାନ ପର୍ଯ୍ୟନ୍ତ ଚେଷ୍ଠିତ ନୁହନ୍ତି ।

ଏଣୁ ଏହି ଛାତ୍ର ଅଶାନ୍ତିର ସ୍ଥାୟୀ ସମାଧାନ ଓ ମହାବିଦ୍ୟାଳୟ ମଧ୍ୟରେ ଶିକ୍ଷା ବ୍ୟବସ୍ଥାର ପୁନଃ ପ୍ରତିଷ୍ଠା ପାଇଁ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ତରଫରୁ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଉଅଛି । ଯଦି ଯଥାଶୀଘ୍ର ଏହାର ସମାଧାନ ନହୁଏ ତେବେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଏହି ପରିପ୍ରେକ୍ଷୀରେ ଉଚିତ୍ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅମରେଶ ପତି୍ର, ରାଜ୍ୟ ଉପସଭାପତି ସନ୍ତୋଷ ବେଜ୍, ରାଜ୍ୟ ସମ୍ପାଦକ ମଳୟ ରଂଜନ ପତି, ଶାନ୍ତି ସ୍ୱରୂପ ଦାଶ ଜଣାଇ ଅଛନ୍ତି ।

Share in top social networks!