ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ର ସଫଳ ରୂପାୟନ ଉପରେ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଗୁରୁତ୍ୱ

sanjayଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ର କାର୍ଯ୍ୟକାରିତା, ସଫଳ ରୂପାୟନ ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଭାଗକୁ ନିେ”ର୍ଶ ଦେଇଛନ୍ତିା ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ପୌରନିଗମ ଓ ଭୁବନେଶ୍ୱର ବ୍ଲକ୍ରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛିା ସେପେଫମ୍ବର ୩୦ ସୁଦ୍ଧା ୧୮୮ଟି କେନ୍ଦ୍ରରେ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଛି ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨ଲକ୍ଷ ୧୦ ହଜାର ୫୩୦ ଓ ଭୁବନେଶ୍ୱର ବ୍ଲକ୍ରେ ୩୮ହଜାର ୫୮୪ ହିତାଧିକାରୀ ପଞ୍ଜିକରଣ କରିଥିବା ସୂଚନା ମିଳିଛିା

ଚଳିତ ମାସ ୮ ତାରିଖରୁ ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବା ୧୫ ତାରିଖ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩୧ ହଜାର ୯୦୩ ଓ ଭୁବନେଶ୍ୱର ବ୍ଲକ୍ରେ ୩ ହଜାର ୯୯୮ଟି ଆବେଦନ ପତ୍ର ଡିଜିଟାଇଜେସନ୍ ହୋଇଥିବା ଜଣା ପଡିଛିା ଜାନୁଆରୀ ୨୦୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବ ଓ ହିତାଧିକାରୀମାନେ ନୂଆ ରେସନ୍ କାର୍ଡ ଫେବୃଆରୀ ୨୦୧୫ରୁ ବ୍ୟବହାର କରିପାରିବୋ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଏନ୍.ଏ.ସି, ମୁନିସିପାଲିଟି, ନଗର ନିଗମ ସମେତ ଖୋର୍ଦ୍ଧା ଜିଲ୍ଲାର ଅବଶିଷ୍ଟ ୯ଟି ବ୍ଲକ୍ ଓ ୨୯ ଟି ଜିଲ୍ଲାର ସମସ୍ତ ସଦର ମହକୁମା ବ୍ଲକ୍ରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯିବା

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଅବଶିଷ୍ଟ ୨୯ଟି ଜିଲ୍ଲାର ୨୭୫ ବ୍ଲକ୍ ଅନ୍ତର୍ଭୁକ୍ତ ହେବ ଏବଂ ଏହି ସମସ୍ତ ପ୍ରକ୍ରିୟା ୨୦୧୫ ମସିହା ଜୁଲାଇ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛିା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅକେଫାବର ୧୭ରୁ ୨୦ ପର୍ଯ୍ୟନ୍ତ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ସୂଚନା ମିଳିଛିା ଏହି ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲୋ

Share in top social networks!