ତୈଳ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତୁରନ୍ତ ମିଳିଲା ଗ୍ୟାସ ସିଲିଣ୍ଡର ମୃତକଙ୍କ ପରିବାରକୁ ସହାୟତା ରାଶି

pradhanଏକ ମର୍ମନ୍ତୁଦ ରୋଷେଇ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ବଡମ୍ବାର ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ପୁଅ ମୃତ୍ୟ&ୁ ପରେ ବୁଢୀ ମା ଓ ତିନି
ନାତୁଣୀଙ୍କର ଆର୍ଥିକ ଅନାଟନର ଖବର ଗଣମାଧ୍ୟମରୁ ଜାଣିବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ୟାସ କମ୍ପାନୀର ଅଧିକାରୀ ମାନଙ୍କୁ ତୁରନ୍ତ ଆଗୁଆ ସହାୟତା ରାଶି ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।

ଗୁରୁବାର ଦିନ ଏ ସଂକ୍ରାନ୍ତୀୟ ଖବର ପ୍ରକାଶ ପାଇବା ପରେ ଶ୍ରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)ର ଅଧିକାରୀ ବଡମ୍ବାର ଖଇରିପଙ୍ଗା ଗ୍ରାମରେ ପହଞ୍ଚି ଏକ ଲକ୍ଷ ଟଙ୍କାର ଆଗୁଆ ସହାୟତା ରାଶିପହଞ୍ଚାଇବା ସହ ଆବଶ୍ୟକୀୟ ବିଧି ବ୍ୟବସ୍ଥାର ପାଳନ ପରେ ତ୍ୱରିତ ଭାବରେ ବଳକା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏଠାରେ ପ୍ରକାଶ କରାଯାଇ ପାରେ ଯେ ଖଇରିପଙ୍ଗା ଗ୍ରାମର ନରେନ୍ଦ୍ର ଦେହୁରୀ, ତାଙ୍କ ପନିୀ ସୁକାନ୍ତି ଦେହୁରୀ ଓ ତିନି ବର୍ଷର ପୁଅ କାହ୍ନାଙ୍କର ଗତ ସେପେଫମ୍ବର ୯ ତାରିଖରେ ଭୁବନେଶ୍ୱରସ୍ଥ ସେମାନଙ୍କର ବନ୍ଧୁଙ୍କ ଘରେ ଏକ ମର୍ମନ୍ତୁଦ ସିଲିଣ୍ଡର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ମୃତ ଦମ୍ପତିଙ୍କର ତିନି ଝିଅ ଓ ବୃଦ୍ଧା ମା ନିସହାୟ ଅବସ୍ଥାରେ ନିଜ ଗ୍ରାମରେ ଜୀବନ ବିତାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନ୍ତ୍ରୀ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ
ଦେଇଥିଲେ ।

Share in top social networks!