ନାଲ୍‍କୋ ପକ୍ଷରୁ ଭିନ୍ନକ୍ଷମଙ୍କୁ ସ୍ୱରୋଜଗାର ଟୁଲ୍‍ କିଟ୍‍ ପ୍ରଦାନ

nalcoଏକ ମହତ୍‍ କାର୍ଯ୍ୟ ଭାବେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଭୋକେସନାଲ୍‍ ରିହାବିଲିଟେସନ୍‍ ସେଣ୍ଟର୍‍ (ଭିଆର୍‍ସିଏଚ୍‍) ଜରିଆରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସ୍ୱରୋଜଗାର ଟୁଲ୍‍ କିଟ୍‍ ପ୍ରଦାନ କରାଯାଇଛି ।

କମ୍ପାନୀ ପକ୍ଷରୁ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଏ.କେ. ସାହୁ, ଆଜି ଭୁବନେଶ୍ୱର ସ୍ଥିତ ଭିଆର୍‍ସିଏଚ୍‍ ଠାରେ ଆୟୋଜିତ ବୃତ୍ତିଗତ ପରାମର୍ଶ ଓ ରୋଜଗାର ମେଳା ଅବସରରେ ଏହି ସ୍ୱରୋଜଗାର ଟୁଲ୍‍ କିଟ୍‍ର ଅଂଶ ଭାବେ ଇଣ୍ଟର୍‍ଲକିଂ ଜିଗ୍‍ଜାଗ୍‍ ମେସିନ୍‍ ପ୍ରଦାନ କରିଥିଲେ ।

ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର୍‍ ତଥା ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇଏଏସ୍‍, ଭାରତ ସରକାରଙ୍କ ଏନ୍‍ଏଚ୍‍ଏଫ୍‍ଡିସିର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ପି.ସି. ଦାସ, ଆଇଏଏସ୍‍, ସହାୟକ ନିଦେ୍ର୍ଧଶକ (ରିହ୍ୟାବ୍‍) ଶ୍ରୀ ଆର୍‍.କେ. ଶର୍ମା, ପର୍ସନ୍‍ସ ୱିଥ୍‍ ଡିଜେବିଲିଟିଜ୍‍ର ରାଜ୍ୟ କମିଶନର୍‍ ଶ୍ରୀମତୀ କସ୍ତୁରୀ ମହାପାତ୍ର, ପର୍ସନ୍‍ସ ୱିଥ୍‍ ଡିଜେବିଲିଟିଜ୍‍ର କଲ୍ୟାଣ ବିଭାଗର ନିଦେ୍ର୍ଧଶକ ଶ୍ରୀ ବି.ବି. ପଟ୍ଟନାୟକ ଏବଂ ନାଲ୍‍କୋର ସହାୟକ ମହାପ୍ରବନ୍ଧକ (ପ୍ରଶାସନ) ଶ୍ରୀ ଡି.କେ. ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!