ଖୁବ୍ ଶୀଘ୍ର ଆରମ୍ଭ ହେବ ଓଡ଼ିଶା ଟ୍ରାଭେଲ ମାର୍ଟ

Bz-mjr-CYAEe3-cବିଦେଶୀ ଟୁର୍ ଅପରେଟର ଓ ଟ୍ରାଭେଲ ଏଜେଣ୍ଟଙ୍କ ସହ ଆମ ରାଜ୍ୟର ଟୁର୍ ଅପରେଟରମାନଙ୍କ ମତ ଆଦାନ ପ୍ରଦାନ ହେବା ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଅମୂଲ୍ୟ ପ୍ରାକୃତିକ ପର୍ଯ୍ୟଟନ, ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ, ଇକୋ-ଟୁରିଜିମ୍ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇ ଦିଆଯିବା ନିଜ ଦେଶକୁ ଫେରି ଓଡ଼ିଶା ପର୍ଯ୍ୟଟନ ସମ୍ପର୍କରେ ସେମାନେ ପ୍ରଚାର କରିବୋ ପର୍ଯ୍ୟଟକଙ୍କୁ ଓଡ଼ିଶା ପଠାଇବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିବୋ ଏହି ଉେ”ଶ୍ୟ ରଖି ଆସନ୍ତା ୨୦୧୫ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି “ଓଡ଼ିଶା ଟ୍ରାଭେଲ ମାର୍ଟ’ା
ଓଡ଼ିଶା ଟ୍ରାଭେଲ ମାର୍ଟର ରୂପରେଖ ଓ ଯୋଜନା କିପରି ହେବ ଏ ସଂକ୍ରାନ୍ତରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସଚିବ ଡଃ ଅରବିନ୍ଦ କୁମାର ପାଢୀଙ୍କ ଉପସ୍ଥିିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛିା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟି୍ରଜ୍ (ଏଔCCଔ) ଦ୍ୱାରା ଆଗତ ପ୍ରସ୍ତାବ ସମ୍ପର୍କରେ ଏକ ନୀତିଗତ ନିଷ୍ପତ୍ତି ପାଇଁ ଅନୁଷ୍ଠିତ ଆଲୋଚନାରେ ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା(ଓଅRକ୍ସ), ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା(Tଅଅଉ) ଏବଂ ଓଡ଼ିଶା ଟୁର ଅପରେସନ୍ ଆସୋସିଏସନ୍ (କ୍ସTକ୍ସଅ)ର କର୍ମକର୍ତ୍ତାମାନେ ଷ୍ଟେକ୍ ହୋଲଡର ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଏଫ୍.ଆଇ.ସି.ସି.ଆଇର ମିଳିତ ଉଦ୍ୟୋଗରେ ହେବାକୁ ଥିବା ଏହି ଟ୍ରାଭେଲ ମାର୍ଟ ଭୁବନେଶ୍ୱରରେ ହେବା ତେବେ ଏହାର ସ୍ଥାନ କେଉଁଠି ନିରୂପଣ ହେବ ସେ ସମ୍ବନ୍ଧରେ ଆସନ୍ତା ବୈଠକରେ ନିଷ୍ପତ୍ତି ନିଆଯିବା ଏହି ଟ୍ରାଭେଲ ମାର୍ଟରେ ସମୁଦାୟ ୭୫ ଜଣ ବିଦେଶୀ ଟୁର୍ ଅପରେଟର ଓ ଏଜେଣ୍ଟ, ଅନ୍ୟାନ୍ୟ ରାଜ୍ୟର ଟୁର ଅପରେଟର ଓ ଟ୍ରାଭେଲ ଏଜେଣ୍ଟ, ମତଦାତା, ବୁଦ୍ଧିଜୀବୀ, ସାମ୍ବାଦିକ, ଭ୍ରମଣ-କାହାଣୀ ଲେଖକ ଓ ହୋଟେଲ କର୍ତ୍ତୃପକ୍ଷ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ନୀତି ଓ ଓଡ଼ିଶା ପର୍ଯ୍ୟଟନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବୋ ଏହା ୩ ଦିନ ଧରି ଚାଲିବ ବୋଲି ଜଣାପଡିଛିା
ଆଲୋଚନାରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିଶ୍ୱଆଦୃତ ହେବା ଦରକାରା ପ୍ରତିବର୍ଷ ଯେତିକି ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି, ତାହାକୁ ବର୍ଷକ୍ରମରେ ବୃଦ୍ଧି କରିବାକୁ ଆମର ଲକ୍ଷ୍ୟ ରହିଛିା ବିଦେଶୀ ପର୍ଯ୍ୟଟକଙ୍କ ପରିସଂଖ୍ୟାନ ଚିତ୍ର ରଖି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ୨୦୧୧ ମସିହାରେ ସୁମଦାୟ ୬୦,୭୨୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୨ରେ ଏହା ବୃଦ୍ଧି ପାଇଁ ୬୪,୭୧୯ ଓ ୨୦୧୩ରେ ୬୬,୬୭୫ରେ ପହଞ୍ଚିଛିା ସରକାର ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତିା ଚଳିତ ବର୍ଷ ପୁନେ ଓ ଭୋପାଳଠାରେ ୨ଟି ରୋଡ-ସୋ ଅନୁଷ୍ଠିତ ହୋଇଯାଇଥିବା ବେଳେ ନିକଟରେ ରାଞ୍ଚି, ଅହମଦାବାଦ, ସୁରଟ, ପାଟନା ଓ ବାଙ୍ଗାଲୋରରେ ଆୟୋଜିତ ହେବାର ଯୋଜନା ଅଛିା
ଶ୍ରୀ ପଣ୍ଡା ଆହୁରି କହିଥିଲେ , ଆନ୍ତର୍ଜାତିକ ଟୁରିଜିମ୍ ଇଭେଣ୍ଟରେ ଗତ ୨ ବର୍ଷ ଧରି ଓଡ଼ିଶା ଭାଗନେଇ ଆସୁଛିା ଚଳିତ ବର୍ଷର ଆସନ୍ତା ନଭେମ୍ବର ମାସରେ ଡବ୍ଲ&ୁ୍ୟ.ଟି.ଏମ୍ ପକ୍ଷରୁ ଲଣ୍ଡନଠାରେ, ୨୦୧୫ ଜାନୁଆରୀରେ ଟାଇମସ୍ ଟ୍ରାଭେଲ ସୋ ପକ୍ଷରୁ ନିୟୁର୍କଠାରେ ଏବଂ ମାର୍ଚ୍ଚ, ୨୦୧୫ରେ ଆଇ.ଟି.ବି ପକ୍ଷରୁ ବର୍ଲିନ୍ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ଟୁରିଜିମ୍ ଇଭେଣ୍ଟ ପ୍ରୋଗ୍ରାମରେ ଓଡ଼ିଶା ଭାଗନେବାକୁ ସରକାରୀ ଅନୁମୋଦନ ପାଇସାରିଛିା ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ପର୍ଯ୍ୟଟନ ସହ ସମନ୍ୱିତ କରିବା ସହ “ଅତିଥି ଦେବୋ ଭବଃ’ ମନ୍ତ୍ରକୁ ପରିପାଳନ କରିବା ପାଇଁ ସବୁସ୍ତରରେ ପ୍ରଶିକ୍ଷଣ ଦିଆଯାଇଛିା ଖୁବ୍ ଶୀଘ୍ର ଭାରତୀୟ ଟୁରିଜିମ୍ ଉନ୍ନୟନ କର୍ତ୍ତୃପକ୍ଷ ସହ ଓଡ଼ିଶାର ୩ଟି ପ୍ରକଳ୍ପରେ ଲାଇଟ୍ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ପାଇଁ ଯୋଗାଯୋଗ ହୋଇଛିା ଏହା ବ୍ୟତୀତ ରାଜସ୍ଥାନ ଟୁରିଜିମ୍ ସହ ଏକ ବୁଝାମଣା ସ୍ୱାକ୍ଷର ହେବାର ଯୋଜନା ଅଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲୋ
ଓଡ଼ିଶା ଟ୍ରାଭେଲ ମାର୍ଟର ସଫଳ କାର୍ଯ୍ୟକାରିତା ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉପଦେଷ୍ଟା କମିଟି ଓ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛିା

Share in top social networks!