କନ୍ଧମାଳ ଲୋକସଭା ଉପନିର୍ବାଚନ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ, ୧୯ରେ ଗଣତି

kandhamalpollଆଜି ଶାନ୍ତିଶୃଙ୍ଖଳାର ସହିତ କଡା ସୁରକ୍ଷା ମଧ୍ୟରେ ୧୩-କନ୍ଧମାଳ ଲୋକସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛିା ସକାଳୁ ଲୋକମାନେ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ଧାଡି ବାନ୍ଧି ଅତି ଉତ୍ସାହର ସହ ତାଙ୍କର ମତ ସାବ୍ୟସ୍ତ କରିଥିଲୋ କୌଣସିଠାରେ କୌଣସି ପ୍ରକାର ଅଘଟଣ ଘଟିଥିବାର ସୂଚନା ନିର୍ବାଚନ କାର୍ଯ୍ୟାଳୟର ହସ୍ତଗତ ହୋଇନାହିାଁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାା ପ୍ରାୟ ୬୨.୭୧% ମତଦାନ ହୋଇଥିବାର ଜଣାଯାଇଛିା

ପ୍ରକାଶ ଥାଉକି, ୧୩-କନ୍ଧମାଳ ଲୋକସଭା ଆସନଟି ୪ଟି ଜିଲ୍ଲାର ୭ଟି ବିଧାନସଭା ସେଗ୍ମେଣ୍ଟକୁ ନେଇ ଗଠିତା ଏହି ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ୧୧ ଲକ୍ଷ ୪୧ ହଜାର ୭୩୫ା ଏଥିରେ ପୁରୁଷଙ୍କ ସଂଖ୍ୟା ୫ ଲକ୍ଷ ୮୧ ହଜାର ୫୦ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାର ୬୫୧ା ଏଥିରେ ଅନ୍ୟାନ୍ୟ ୩୪ ଜଣ ରହିଛନ୍ତିା ଏହି ନିର୍ବାଚନ ନିମନ୍ତେ ୧୪୯୭ଟି ଭୋଟଗ୍ରହଣ କେନ୍ଦ୍ର ରହିଥିବା ବେଳେ ୬ ହଜାର ୮୦ ଜଣ କର୍ମଚାରୀ ଓ ଅଧିିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲୋ

Share in top social networks!