ଆଇଆଇଟି ଭୁବନେଶ୍ୱର ଗ୍ରାମ୍ୟ ସଂଯୋଗୀକରଣ କ୍ଷେତ୍ରରେ ପି.ଏମ୍.ଜି.ଏସ୍.ୱାଇର ଅବଦାନକୁ ମୂଲ୍ୟାଙ୍କନ କରିବ

ଆମ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା | ୧୨ ବର୍ଷ ଧରି କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଗ୍ରାମ୍ୟ ସଂଯୋଗୀକରଣ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଆଣିପାରିଛି | ଏହି ଯୋଜନାରେ ଆପାତତଃ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ | ଗ୍ରାମ୍ୟ ସଂଯୋଗୀକରଣ କ୍ଷେତ୍ରରେ ଏହାର ଅବଦାନ କୁ ଷଠିକ୍ ମୂଲ୍ୟାଙ୍କନ କରାଗଲେ ବିଭିନ୍ନ ସମସ୍ୟା ର ସମୁଚିତ ସମାଧାନ ମିଳି ପାରିବ | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ର ଆଇଆଇ ଟି ଗ୍ରାମ୍ୟ ସଂଯୋଗୀକରଣ କ୍ଷେତ୍ରରେ ପି.ଏମ୍.ଜି.ଏସ୍.ୱାଇର ଅବଦାନ କୁ ମୂଲ୍ୟାଙ୍କନ କରିବ ବୋଲି ଓଡିଶା ରାଜ୍ୟ ଗ୍ରାମ୍ୟ ସଡକ ସଂସ୍ଥାର ଚତୁର୍ଥ ଗଭର୍ଣ୍ଣିଂ ବଡି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି |

ଓଡିଶା ରାଜ୍ୟ ଗ୍ରାମ୍ୟ ସଡକ ସଂସ୍ଥାର ଚତୁର୍ଥ ଗଭର୍ଣ୍ଣିଂ ବଡି ବୈଠକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭାଗୀୟ ସଚିବ ଶ୍ରୀ ସୁରେନ୍ଦ୍ରନାଥ ତ୍ରିପାଠୀ, ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରବୀର କୁମାର ପ୍ରଧାନ ଓ ଅନ୍ୟ ବିଭାଗର ଉଚଧିକାରୀ ମାନେ ଯୋଗଦେଇ ଗ୍ରାମ୍ୟ ସଂଯୋଗୀକରଣ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଥିଲେ | ଆଲୋଚନାରୁ ଜଣାପଡିଥିଲା ଯେ ପୂର୍ବରୁ ରାଜ୍ୟ ସରକାର ଓଡିଶାର ଅଧିକ ତିନୋଟି ଜିଲ୍ଲାକୁ (ଗଞ୍ଜାମ, ନୟାଗଡ ଓ ଯାଜପୁର) ଆଇଏପି ଜିଲ୍ଲା ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ |

କେନ୍ଦ୍ର ସରକାର ଗଞ୍ଜାମ, ନୟାଗଡ ଓ ଯାଜପୁର ଜିଲ୍ଲା କୁ ଆଇଏପି ଜିଲ୍ଲା ରୂପେ ଅନ୍ତର୍ଭୁକ୍ତ କରିଛନ୍ତି | ପି.ଏମ୍.ଜି.ଏସ୍.ୱାଇ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟର ସମୁଦାୟ ୫୦୦୯୯ ଟି ଜନବସତି ମଧ୍ୟରୁ ୨୧୦୭୬ ଟି ଜନବସତି ଦଦକ ଦ୍ଵାରା ସଂଯୁକ୍ତ ଥିଲା ଓ ୨୯୦୨୩ ଟି ଜନବସତି ଅଣସଂଯୁକ୍ତ ରହିଥିଲା | ୨୦୧୨ ନଭେମ୍ବର ଶେଷ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାୟାଳ ୧୩୬୭୩ ଟି ଜନବସତିକୁ ସଂଯୁକ୍ତ କରିବା ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି | ଆଇଏପି ଓ ଅଣଆଇଏପି ଜିଲ୍ଲା ଗୁଡିକରେ ୪୭୦୩ ଟି ଜନବସତି ପି.ଏମ୍.ଜି.ଏସ୍.ୱାଇ ଦ୍ଵାରା ସଂଯୁକ୍ତ ହୋଇପାରିବେ | ନିୟମ କୋହଳ ହେଲେ ଆଇଏପି ଜିଲ୍ଲା ଗୁଡିକରେ ୫୩୮୮ ଓ ଅଣଆଇଏପି ଜିଲ୍ଲା ଗୁଡିକରେ ୧୬୭୭,ଏହିଭଳି ୭୦୬୫ ଟି ଜନବସତି ପି.ଏମ୍.ଜି.ଏସ୍.ୱାଇ ର ଅନ୍ତର୍ଭୁକ୍ତ ହୋଇପାରିବେ | ଅବଶିଷ୍ଟ ୩୫୮୨ଟି ଜନବସତି ପ୍ରଚଳିତ ନିଯମାବଳୀ ମଧ୍ୟରେ ଆସୁ ନ ଥିବାରୁ ଅଣସଂଯୁକ୍ତ ରହିବେ ବୋଲି ଆଲୋଚନା ରୁ ଜଣାପଡିଲା |

ପି.ଏମ୍.ଜି.ଏସ୍.ୱାଇ ପ୍ରକଳ୍ପ ସହ ଗ୍ରାମ୍ୟ କୋଠବାଡି, ସେତୁ ନିର୍ମାଣ, ସଡକ ଓ କୋଠାବାଡି ମରାମତି ଆଦି ସମସ୍ତ କାର୍ଯ୍ୟରେ କନିଷ୍ଠ ଯନ୍ତ୍ରୀମାନେ ନିଯୋଜିତ ରହୁଥିବାରୁ ପି.ଏମ୍.ଜି.ଏସ୍.ୱାଇ କରଜ୍ୟରେ ସମ୍ପୂର୍ଣ ମନୋନିବେଶ କରିପାରୁ ନାହାନ୍ତି | ଏଥିନିମିତ୍ତ ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶ ରେ କିଛି କନିଷ୍ଠ ଯନ୍ତ୍ରୀଙ୍କୁ କେବଳ ପି.ଏମ୍.ଜି.ଏସ୍.ୱାଇ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ଦାୟିତ୍ଵ ଦିଆଯାଇଛି | ଆମ ରାଜ୍ୟରେ ସେହିଭଳି କନିଷ୍ଠ ସ୍ଵତନ୍ତ୍ର ରୂପେ ପି.ଏମ୍.ଜି.ଏସ୍.ୱାଇ ଦାୟିତ୍ଵ ଦିଆଯିବା ପାଇଁ ନିସ୍ପତି ହୋଇଛି |

pmgsyyyବହୁ ପି.ଏମ୍.ଜି.ଏସ୍.ୱାଇ ପ୍ରକଳ୍ପ ଜଙ୍ଗଲ ଜମି ଉପରେ ନିର୍ମାଣ କରାଯାଉଥିବାରୁ ଜଙ୍ଗଲ ବିଭାଗ ରୁ ଅନୁମତି ପତ୍ର ଆବଶ୍ୟକ ପଡୁଛି | ତେଣୁ ଓଡିଶା ରାଜ୍ୟ ଗ୍ରାମ୍ୟ ସଡକ ସଂସ୍ଥା ର ଗଭର୍ଣିଙ୍ଗ ବଡିର ସଦସ୍ୟ ରୁପେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବଙ୍କୁ ନିଆଯିବା ପାଇଁ ନିସ୍ପତି ହୋଇଥିଲା |

୨୦୧୨ ନଭେମ୍ବର ଶେଷ ସୁଦ୍ଧା ପି.ଏମ୍.ଜି.ଏସ୍.ୱାଇ ପି.ଏମ୍.ଜି.ଏସ୍.ୱାଇ ର ସ୍ଥିତି ଓ ଅଗ୍ରଗତି ସମ୍ବନ୍ଧରେ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା | ରାସ୍ତା ନିର୍ମାଣ ପାଇଁ ୧୪୦୬୩.୩୧ କୋଟି ଟଙ୍କା ଓ ସେତୁ ନିର୍ମାଣ ପାଇଁ (ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ର ଅଂଶ) ୩୫୮.୯୭ କୋଟି ଟଙ୍କା, ଏହି ଭଳି ମୋଟ ୧୪୪୨୨.୨୮ କୋଟି କଙ୍କା ଏ ପର୍ଯ୍ୟନ୍ତ ମଞ୍ଜୁର ହୋଇଛି | ୯୬୨୯.୫୫ କୋଟି ଟଙ୍କା ମିଳିଛି ଓ ତନ୍ନମଧ୍ୟରୁ ୯୧୫୭.୧୪ କୋଟି ଟଙ୍କା (୯୫.୦୯%) ବିନିଯୋଗ ହୋଇସାରିଛି |୩୯୨୧୩.୯୮ କି.ମି. ଦୀର୍ଘ ରାସ୍ତା ମଞ୍ଜୁର ହୋଇଥିବା ବେଳେ ୨୪୨୪୩.୯୬ କି.ମି. ଦୀର୍ଘ ରାସ୍ତା ନିର୍ମାଣ ସମ୍ପୂର୍ଣ ହୋଇଛି | ୧୦୦୦୭ ଟି ରାସ୍ତାକୁ ମଞ୍ଜୁରୀ ମିଳିଥିବାବେଳେ ୬୪୭୯ ଟି ରାସ୍ତା ନିର୍ମିତ ହୋଇପାରିଛି | ୧୩୪୫୮ ଟି ଜନବସତି କୁ ସଂଯୁକ୍ତ କରିବାପାଇଁ ମଞ୍ଜୁରୀ ମିଳିଥିବା ବେଳେ ୮୪୨୬ ଟି ଜନବସତି ସଂଯୁକ୍ତ ହୋଇସାରିଛି ବୋଲି ଆଲୋଚନାରୁ ଜଣାପଡିଥିଲା |

Share in top social networks!