ଭୁବନେଶ୍ୱର-ପୋର୍ଟବ୍ଲେୟାର ବିମାନ ଉଡାଣ ଥାଇଲାଣ୍ଡର ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୌଦ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପ୍ରୟାସ

raju-ashokpandaଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୋର୍ଟ-ବ୍ଲେୟାର ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଉଡାଣ ସେବାକୁ ଥାଇଲାଣ୍ଡର ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପି. ଅଶୋକ ଗଜପତି ରାଜୁ ପ୍ରତିଶ୍ରୁତି ଦେଇଛନ୍ତିା ପ୍ରଥମ ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ ଫୁକେଟ୍ ପର୍ଯ୍ୟନ୍ତ ହେବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଅନ୍ୟାନ୍ୟ ଦକ୍ଷିଣ-ଏସିଆ ଦେଶଗୁଡିକୁ ସମ୍ପ୍ରସାରିତ କାର୍ଯ୍ୟକ୍ରମ ହାତକୁ ନିଆଯିବା
ଗତକାଲି ମନ୍ତ୍ରୀ ଶ୍ରୀ ଗଜପତି ରାଜୁ ବାତ୍ୟା ପ୍ରପୀଡିତ ବିଜୟନଗରମ୍ ଯାଉଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ତାଙ୍କୁ ସାକ୍ଷାତ କରି ଅଧିକରୁ ଅଧିକ ବୌଦ୍ଧ ପର୍ଯ୍ୟଟକ ଓ ବୌଦ୍ଧ ଗବେଷକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ଦକ୍ଷିଣ-ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକ ମଧ୍ୟରେ ଭୁବନେଶ୍ୱରରୁ ବିମାନ ଚଳାଚଳ ସମ୍ପର୍କରେ ଆଲୋଚନା କରିଥିଲୋ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜପତି ରାଜୁ ଆଲୋଚନା କାଳରେ କହିଥିଲେ ଯେ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ବୌଦ୍ଧ କିର୍ତ୍ତୀରାଜି, ଐତିହ୍ୟ ଓ ସଂସ୍କୃତି ଆଧାରିତ ସ୍ଥାନଗୁଡିକୁ ନେଇ ଓଡ଼ିଶା ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଥାଇଲାଣ୍ଡ, ଜାପାନ, ମ୍ୟାଲେସିଆ, ଶ୍ରୀଲଙ୍କା ଆଦି ଦେଶଗୁଡିକର ବୌଦ୍ଧ ପର୍ଯ୍ୟଟକଙ୍କୁ ସୁବିଧା ମୂଲ୍ୟରେ (କଞ୍ଚw cଞ୍ଚଟଟ୍ଟ) ବିମାନ ସେବା ଯୋଗାଇ ଦେବାକୁ ଅନେକ ବିଦେଶୀ ବେସରକାରୀ ବିମାନ କମ୍ପାନୀ ମଧ୍ୟ ପ୍ରସ୍ତାବ ଦେଉଛନ୍ତି ବୋଲି ଶ୍ରୀ ରାଜୁ କହିଥିଲୋ ତେବେ ଭାରତ ଅଧିନସ୍ଥ କମ୍ପାନୀଗୁଡିକ ଦ୍ୱାରା ଆନ୍ତର୍ଜାତୀୟ ବିମାନ ସେବା ଅଗ୍ରାଧିକାର ପାଇଲେ ଉଭୟ କମ୍ପାନୀ ଓ ଦେଶର ହିତ ହେବ ବୋଲି ପ୍ରସ୍ତାବ ରଖି ଏ ସମ୍ପର୍କରେ ବିଷଦ ଆଲୋଚନା ପାଇଁ ସେ ମନ୍ତ୍ରୀ ପଣ୍ଡାଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିଥିଲୋ ପ୍ରଥମେ ଏୟାର-ଇଣ୍ଡିଆର ସେବା ଆରମ୍ଭ କରି ସେ ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବେ ବୋଲି ସୂଚନା ଦେଇଥିଲୋ

ଆଲୋଚନା କାଳରେ ଦିଲ୍ଲୀ-ବୋଧଗୟା-ବାରଣାସୀ ବିମାନ ରୁଟ୍କୁ ସିଧା ଭୁବନେଶ୍ୱରରୁ ଉଡାଣ ପାଇଁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅନୁରୋଧକୁ ପରବର୍ତ୍ତୀ ସମୟରେ ବିଚାର କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୁ କହିଥିଲୋ ତେବେ ଉତ୍ତରାଖଣ୍ଡ, ଜାମ୍ମୁ ଓ ଅନ୍ୟାନ୍ୟ ରାଜ୍ୟ, ଏପରିକି ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ପବନହଂସ ହେଲିକେପଫର ସେବା ପର୍ଯ୍ୟଟକଙ୍କୁ ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରି ଓଡ଼ିଶାରେ ଡେଷ୍ଟିନେସନ୍ ପଏଣ୍ଟ ଓ ପର୍ଯ୍ୟଟନ ସର୍କିଟ୍ରେ ଅନୁରୂପ ଭାବେ ହେଲିକେପଫର ସେବା ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ରଖିଥିଲୋ କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଦେଶୀୟ ତଥା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ସେବା ଯୋଗଇଦେବା ପାଇଁ ପବନହଂସ ଏକ ଉତ୍ତମ ବ୍ୟବସ୍ଥା ବୋଲି ସେ କହିଥିଲୋ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ ଦ୍ୱିତୀୟ ସମାନ୍ତରାଳ ରନ୍େଓ୍ୱ ନିର୍ମାଣ, ବ୍ୟବସାୟିକ ସଫଳତା ଉେ”ଶ୍ୟରେ କାର୍ଗୋ-ହବ୍ ଇତ୍ୟାଦି ବିଷୟ ଆଲୋଚନାରେ ସ୍ଥାନ ପାଇଥିଲାା ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିେ”ର୍ଶକ ଶ୍ରୀ ଶରଦ କୁମାର ଉପସ୍ଥିତ ଥିଲୋ

Share in top social networks!