ଭାରତୀୟ ମାନକ ବୁ୍ୟରୋର ସାର୍ଟିଫିକେସନ୍ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦରକାର -ମନ୍ତ୍ରୀ ଶ୍ରୀ ଦାସବର୍ମା

sanjayବୁ୍ୟରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଆକଫ ପ୍ରଣୟନ ହେବାର ୩୨ ବର୍ଷ ପରେ ମଧ୍ୟ ଓଡ଼ିଶାରେ ମାତ୍ର ୪୪୦ଟି ଲାଇସେନ୍ସ ପ୍ରଦାନ କରାଯାଇଛିା ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମା ଭାରତୀୟ ମାନକ ବୁ୍ୟରୋ ଦ୍ୱାରା ବିଭିନ୍ନ ଖାଉଟି ସାମଗ୍ରୀର ଗୁଣବତ୍ତା ନିର୍ଦ୍ଧାରଣ ନିମନ୍ତେ ପ୍ରଣୀତ ଆଧାରର ବ୍ୟାପକ ଉପଯୋଗ ହେବା ଆବଶ୍ୟକା ଏହା ସହିତ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯିବା ଦରକାରା ଏହି ଆକଫର ପରିପାଳନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପରାମର୍ଶ ଦେଇଛନ୍ତିା

ଆଜି ରାଜ୍ୟସ୍ତରୀୟ ଷ୍ଟାଣ୍ଡାର୍ଡାଇଜେସନ୍ ଓ କ୍ୱାଲିଟି ସିଷ୍ଟମ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଲେ ଯେ ଖାଉଟିମାନଙ୍କୁ ଉପଯୁକ୍ତ ମାନର ଦ୍ରବ୍ୟ ଯୋଗାଣକୁ ସୁନିଶ୍ଚିତ କିରବା ପାଇଁ ଭାରତୀୟ ମାନକ ବୁ୍ୟରୋ କାର୍ଯ୍ୟ କରୁଛିା ଖାଉଟିମାନଙ୍କ ସହିତ ସରକାର ଆଇ.ଏସ୍.ଆଇ ସାର୍ଟିଫିକେଟ୍ ଥିବା ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକା

ଭାରତୀୟ ମାନକ ବୁ୍ୟରୋର ଓଡ଼ିଶା ମୁଖ୍ୟ ଏସ୍. ଚୌଧୁରୀ ବୁ୍ୟରୋର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲୋ ଓଡ଼ିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲାା କେତୋଟି ସାମଗ୍ରୀର ବିଆଇଏସ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛିା ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହା କରାଯାଇଥିବାରୁ ଏହା ଯେପରି ଠିକ୍ ରୂପେ କାର୍ଯ୍ୟକାରୀ ସେଥିପ୍ରତି ଦୃଷ୍ଟିଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛିା ବିଶେଷ କରି ଖାଦ୍ୟ ଦ୍ରବ୍ୟ ଉପରେ ଏହାକୁ କଡାକଡି ଭାବେ ଲାଗୁ କରିବା ଏକାନ୍ତ ଆବଶ୍ୟକା ରାଜ୍ୟ ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରୁଥିବା ବୈଠକରୁ ସୂଚନା ମିଳିଛିା ଏହି ରାଜ୍ୟସ୍ତରୀୟ କମିଟିର ବୈଠକକୁ ବର୍ଷକୁ ଥରେ କରିବା ସହ କମିଟିକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛିା

ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମୁଧୁସୂଦନ ପାଢୀ, ଅତିରିକ୍ତ ଶାସନ ସଚିବ ରନିାକର ରାଉତଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ

Share in top social networks!